ନୂଆଦିଲ୍ଲୀ,୨୫ା୧୨: ଏନ୍ପିଆର୍ ଅପ୍ଡେଟ୍ ପାଇଁ କେନ୍ଦ୍ର କ୍ୟାବିନେଟ ୩,୯୪୧.୩୫ କୋଟି ଟଙ୍କା ମଞ୍ଜୁର କରିବା ପରେ ସିପିଆଇଏମ୍ ଏହାକୁ ବିରୋଧ କରିଛି। ନିଜ ରାଜ୍ୟରେ ଏନ୍ଆର୍ସିକୁ ବିରୋଧ କରିଥିବା ମୁଖ୍ୟମନ୍ତ୍ରୀମାନେ ଏନ୍ପିଆର୍ ପ୍ରକ୍ରିୟାକୁ ବନ୍ଦ କରନ୍ତୁ ବୋଲି ଏହି ବାମପନ୍ଥୀ ଦଳ କହିଛି।
ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି, ଏନ୍ପିଆର ଏବଂ ଏନ୍ଆର୍ସି ସମାନ କଥା। ମୋଦି ସରକାର ଦେଶବାସୀଙ୍କୁ ଆଉ କେତେ ବିଭ୍ରାନ୍ତ କରିବେ? ଏନ୍ଆର୍ସି ଆରମ୍ଭ କରିବା ପାଇଁ ଏନ୍ପିଆର୍ ଏହାର ମୂଳ ଦସ୍ତାବିଜ ହେବ ବୋଲି ରାଜ୍ୟ ସଭାକୁ ସରକାର ସ୍ପଷ୍ଟ ଭାବେ ଅବଗତ କରାଇଥିଲେ। ତେଣୁ ଏନ୍ଆର୍ସିକୁ ବିରୋଧ କରିଥିବା ମୁଖ୍ୟମନ୍ତ୍ରୀମାନେ ଏନ୍ପିଆର୍କୁ ମଧ୍ୟ ବିରୋଧ କରନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି।