ଏଫ୍‌ଆଇଏଚ୍‌ ପୁରସ୍କାର: ପ୍ଲେୟର ଅଫ୍‌ ଦି ଇୟର ଦୌଡ଼ରେ ମନପ୍ରୀତ

ଲାଉସାନେ, ୭ା୧୨(ପି.ଟି.)-
ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି ଭାରତୀୟ ଦଳର ଅଧିନାୟକ ମନପ୍ରୀତ ସିଂ। ଏଫ୍‌ଆଇଏଚ୍‌ ପ୍ଲେୟର ଅଫ୍‌ ଦି ଇୟର ପାଇଁ ତାଙ୍କ ନାମ ଶୁକ୍ରବାର ସୁପାରିସ କରାଯାଇଛି। ଅନ୍ୟ ଦୁଇ ଭାରତୀୟ ବିବେକ ସାଗର ପ୍ରସାଦ ଓ ଲାଲରେମସିଆମି ଯଥାକ୍ରମେ ପୁରୁଷ ଓ ମହିଳା ବିଭାଗର ଉଦୀୟମାନ ଖେଳାଳି ପୁରସ୍କାର ଦୌଡ଼ରେ ରହିଛନ୍ତି। କ୍ୟାରିୟରରେ ୨୪୨ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିସାରିଥିବା ୨୭ ବର୍ଷୀୟ ମନପ୍ରୀତ ଭାରତୀୟ ମିଡ୍‌ଫିଲ୍ଡର ଜଣେ ନିର୍ଭରଯୋଗ୍ୟ ଖେଳାଳି ଭାବେ ପରିଚିତ। ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ୨ ମ୍ୟାଚ୍‌ବିଶିଷ୍ଟ ଅଲିମ୍ପିକ୍‌ କ୍ୱାଲିଫାୟରରେ ରୁଷିଆକୁ ୧୧-୩ ଗୋଲ ବ୍ୟବଧାନରେ ହରାଇ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ୧୯ ବର୍ଷୀୟ ମିଡ୍‌ଫିଲ୍ଡର ବିବେକ ଗତବର୍ଷ ୟୁଥ୍‌ ଅଲିମ୍ପିକ୍ସରେ ଭାରତର ନେତୃତ୍ୱ ନେଇ ଦଳକୁ ରୌପ୍ୟ ପଦକ ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଚଳିତ ବର୍ଷ ଏଫଆଇଏଚ୍‌ ସିରିଜ ଫାଇନାଲ୍ସରେ ସେ ଶ୍ରେଷ୍ଠ ଯୁବ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ। ୧୯ ବର୍ଷୀୟା ଲାଲରେମସିଆମି ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜୟିନୀ ଭାରତୀୟ ମହିଳା ଦଳର ସଦସ୍ୟା ଥିଲେ।
ଏଫ୍‌ଆଇଏଚ୍‌ ପ୍ଲେୟର ଅଫ୍‌ ଦି ଇୟର ଦୌଡ଼ରେ ସାମିଲ ଥିବା ଅନ୍ୟ ଖେଳାଳିମାନେ ହେଲେ ଅଷ୍ଟ୍ରେଲିଆର ଇଡି ଓକେନଡେନ, ଆରନ ଜେଲସ୍କି, ଆର୍ଜେଣ୍ଟିନାର ଲୁକାସ ଭିଲା ଏବଂ ବେଲ୍‌ଜିୟମର ଆର୍ଥର ଭାନ୍‌ ଡୋରେନ ଓ ଭିକ୍ସର ଓ୍ବେଗନେଜ୍‌। ୩୨ ବର୍ଷୀୟ ଓକେନଡେନ ୩୪୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ରଖିଛନ୍ତି। ସେହିପରି ଏକାଧିକ ଅଧିନାୟକ ପଲିସି ଅନୁସାରେ ଜେଲସ୍କି ଅଧିନାୟକ ଦାୟିତ୍ୱ ବହନ କରି ଏଫଆଇଏଚ୍‌ ପ୍ରୋ ଲିଗ୍‌-୨୦୧୯ରେ ଅଷ୍ଟ୍ରେଲିଆକୁ ସ୍ବର୍ଣ୍ଣ ପଦକ ବିଜୟୀ କରାଇଥିଲେ। ଭିଲ୍ଲା ୨୦୧୬ ରିଓ ଅଲିମ୍ପିକ୍ସ ଓ ୨୦୧୯ ପାନ୍‌ ଆମେରିକାନ୍‌ ଗେମ୍ସ ଚାମ୍ପିୟନ ଆର୍ଜେଣ୍ଟିନାର ଦଳର ସଦସ୍ୟ ଥିଲେ। ବେଲ୍‌ଜିୟମର ଦୁଇ ଖେଳାଳି ଭାନ୍‌ ଡୋରେନ ଓ ଓ୍ବେଗ୍‌ନେଜ୍‌ ଦେଶକୁ ୨୦୧୮ ହକି ବିଶ୍ୱକପ୍‌ ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହା ବ୍ୟତୀତ ୨୦୧୯ ଏଫଆଇଏଚ୍‌ ପ୍ରୋ ଲିଗ୍‌ରେ ରନର୍ସଅପ୍‌ ବେଲଜିୟମ ଦଳର ସଦସ୍ୟ ଥିଲେ। ବିଶ୍ୱର ବିଭିନ୍ନ ଜାତୀୟ ଆସୋସିଏଶନ, ଖେଳାଳି, ପ୍ରଶଂସକ ଏବଂ ଜର୍ନାଲିଷ୍ଟ ଏହି ପୁରସ୍କାର ପାଇଁ ଭୋଟ ଦେଇ ପୁରସ୍କାର ବିଜେତା ଚୟନ କରିଥାନ୍ତି। ୨୦୨୦ ଜାନୁୟାରୀ ୧୭ ପର୍ଯ୍ୟନ୍ତ ଭୋଟ ପ୍ରକ୍ରିୟା ଖୋଲା ରହିବ। ଏଫଆଇଏଚ୍‌ କୋଚ୍‌ ଅଫ୍‌ ଦି ଇୟରକୁ ମିଶାଇ ୨୦୧୯ର ସମସ୍ତ ଏଫଆଇଏଚ୍‌ ହକି ଆଓ୍ବାର୍ଡ ୨୦୨୦ ଫେବୃୟାରୀରେ ଘୋଷଣା ହେବ। ଉଭୟ ମହିଳା ଓ ପୁରୁଷ ବିଭାଗର କୋଚ୍‌ ଅଫ୍‌ ଦି ଇୟର ପୁରସ୍କାର ଏଫ୍‌ଆଇଏଚ୍‌ ପ୍ୟାନେଲ ନିର୍ଦ୍ଧାରଣ କରିଥାଏ।
ପୁରସ୍କାର ଦୌଡ଼ରେ ସାମିଲ ଖେଳାଳି
ପୁରୁଷ
ଏଫ୍‌ଆଇଏଚ୍‌ ପ୍ଲେୟର ଅଫ୍‌ ଦି ଇୟର: ମନପ୍ରୀତ ସିଂ(ଭାରତ), ଇଡି ଓକେନଡେନ, ଆରନ ଜେଲସ୍କି (ଉଭୟେ ଅଷ୍ଟ୍ରେଲିଆ), ଲୁକାସ ଭିଲା(ଆର୍ଜେଣ୍ଟିନା), ଆର୍ଥର ଭାନ ଡୋରେନ, ଭିକ୍ସର ଓ୍ବେଗନେଜ୍‌(ଉଭୟ ବେଲଜିୟମ)।
ଏଫ୍‌ଆଇଏଚ୍‌ ଗୋଲକିପର ଅଫ୍‌ ଦି ଇୟର: ଟେଲର ଲୋଭେଲ(ଅଷ୍ଟ୍ରେଲିଆ), ଭିନ୍‌ସେଣ୍ଟ ଭାନାସ୍କ(ବେଲଜିୟମ), ଡେଭିଡ କାର୍ଟର(କାନାଡ଼ା), କ୍ୱିକୋ କୋର୍ଟେସ(ସ୍ପେନ), ଭିକ୍ଟର ଆଲି(ଜର୍ମାନୀ)।
ଏଫ୍‌ଆଇଏଚ୍‌ ରାଇଜିଂ ଷ୍ଟାର ଅଫ୍‌ ଦି ଇୟର(୨୩ ବର୍ଷରୁ କମ୍‌): ବିବେକ ସାଗର ପ୍ରସାଦ (ଭାରତ), ମାଇକୋ କାସେଲା(ଆର୍ଜେଣ୍ଟିନା), ବ୍ଲାକ୍‌ ଗୋଭର୍ସ(ଅଷ୍ଟ୍ରେଲିଆ), ଜାଚାରି ଓ୍ବାଲାସ (ଗ୍ରେଟ୍‌ ବ୍ରିଟେନ), ଜୋନାସ ଡି ଜିଉସ(ନେଦରଲାଣ୍ଡ୍ସ)।
ମହିଳା
ଏଫ୍‌ଆଇଏଚ୍‌ ପ୍ଲେୟର ଅଫ୍‌ ଦି ଇୟର: କାର୍ଲା ରିବେକି(ଆର୍ଜେଣ୍ଟିନା), ଜାନି ମୁଲର ଓ୍ବିଲାଣ୍ଡ (ଜର୍ମାନୀ), ଉଭା ଡି ଗୋଏଡେ, ଫ୍ରେଡରିକ୍‌ ମାଟଲା (ଉଭୟ ନେଦରଲାଣ୍ଡ୍ସ), ଷ୍ଟାସି ମିଚେଲସନ, ଅଲିଭା ମେରୀ(ଉଭୟ ନ୍ୟୁଜିଲାଣ୍ଡ)।
ଏଫ୍‌ଆଇଏଚ୍‌ ଗୋଲକିପର ଅଫ୍‌ ଦି ଇୟର: ରାକେଲ ଲିଞ୍ଚ୍‌(ଅଷ୍ଟ୍ରେଲିଆ), ମାରିଆ ରୁଇଜ୍‌ (ସ୍ପେନ୍‌), ମାଥିଡେ ପେଟ୍ରିକ୍ସ(ଫ୍ରାନ୍ସ), ଆୟେଶା ମ୍ୟାକଫେରାନ(ଆୟର୍ଲାଣ୍ଡ), ମେଗୁମି କାଗିୟାମା (ଜାପାନ)।
ଏଫ୍‌ଆଇଏଚ୍‌ ରାଇଜିଂ ଷ୍ଟାର ଅଫ୍‌ ଦି ଇୟର(୨୩ ବର୍ଷରୁ କମ୍‌): ଲାଲରେମସିଆମି (ଭାରତ), ଜୁଲିଟା ଜାଙ୍କୁନାସ(ଆର୍ଜେଣ୍ଟିନା), ଝୋଙ୍ଗ ଜିଆକି(ଚାଇନା), ନାଇକ୍‌ ଲୋରେଞ୍ଜ (ଜର୍ମାନୀ), ଫ୍ରେଡରିକ୍‌ ମାଟଲା(ନେଦରଲାଣ୍ଡ୍ସ)।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ଏହି ତାରିଖ ଯାଏ କରିପାରିବେ ଆବେଦନ

ଭୁବନେଶ୍ୱର,୧୯।୯: ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ନଭେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ। ଚାଷୀମାନେ cmkissan.odisha.gov.in ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏହି...

ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୁବନେଶ୍ବର ଏମ୍ସ ଯାଇ ପ୍ରଭାତୀ...

ଜିଲାସ୍ତରୀୟ ବିକାଶ ମେଳା ଉଦଘାଟିତ

ଖୋର୍ଦ୍ଧା,୨୦।୯ : ୨୦୩୬ ସୁଦ୍ଧା ଗଠନ ହେବ ବିକଶିତ ଓଡ଼ିଶା। ମୋହନ ସରକାର ଲୋକଙ୍କ ସରକାର। ଜନତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ଉନ୍ମୁକ୍ତ ରହିଛି। ୨୪ବର୍ଷ...

ଭରତପୁର ଥାନାରେ ମେଜର, ବାନ୍ଧବୀଙ୍କୁ ମାଡ଼ ଘଟଣା; ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ

କେନ୍ଦୁଝର,୧୯।୯: ଭାରତୀୟ ସେନା ଅଧିକାରୀ ମେଜର ଗୁରୁଭନ୍ସ ସିଂଙ୍କ ଉପରେ ଆକ୍ରମଣ ତଥା ଭାରତପୁର ପୋଲିସ ଷ୍ଟେସନରେ ତାଙ୍କ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ମାମଲାରେ...

ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ: ଦୈନିକ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ,୨୦।୯: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏ.ଏସ୍‌.ଆଇ ପକ୍ଷରୁ ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରାଯିବ। ଏହି ସମୟରେ ଅପରାହ୍ନ ୨ଟାଠାରୁ...

ସୁଭଦ୍ରାକୁ ନେଇ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ: ୫ହଜାର ସୁଭଦ୍ରା ଟଙ୍କା ଖର୍ଚ୍ଚ କଲେ ମିଳିବ…

ଭୁବନେଶ୍ୱର,୨୦।୯: ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ସୁଭଦ୍ରାକୁ ନେଇ ଅନେକ ଗୁଜବ ସୃଷ୍ଟି କରାଯାଉଛି, ଭ୍ରମିତ ହୁଅନ୍ତୁନି।...

ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆରମ୍ଭ ହେବ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା; ୨୩ରୁ ବର୍ଷା ପରିମାଣ ବୃଦ୍ଧି ସମ୍ଭାବନା

ଭୁବନେଶ୍ୱର,୨୦।୯: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶରୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଦେଶର ଉତ୍ତର ପଶ୍ଚିମ ଭାଗରୁ ପ୍ରଥମେ ଆସନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri