Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ରୁଷିଆ ବିଦା, ଦକ୍ଷିଣ ଆଫ୍ରିକା ସେମିରେ

ଭୁବନେଶ୍ୱର, ୧୩।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଆମେରିକା ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ୧୪ ତାରିଖରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ବୁଧବାର ଅନୁଷ୍ଠିତ ଦ୍ୱିତୀୟ କ୍ରସ୍‌ ଓଭର ମ୍ୟାଚ ପରେ ଏହା ସ୍ପଷ୍ଟ ହୋଇଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ୨-୧ ଗୋଲରେ ରୁଷିଆକୁ ପରାସ୍ତ କରିଛି। ପୁଲ୍‌ ପର୍ଯ୍ୟାୟରେ ଖରାପ ଖେଳିଥିଲେ ହେଁ ଗୋଟିଏ ବିଜୟ ସହ କ୍ରସ୍‌ ଓଭରକୁ ଆସିଥିବା ଦକ୍ଷିଣ ଆଫ୍ରିକା ଭାଗ୍ୟ ସାଥ୍‌ ବଳରେ ପ୍ରତିଯୋଗିତାର ସେମିଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ଅନ୍ୟପକ୍ଷରେ ରୁଷିଆର ଅଭିଯାନ କ୍ରସ୍‌ ଓଭରରୁ ଶେଷ ହୋଇଛି। ଏହି ଦଳ ୧୪ରେ ପୋଲାଣ୍ଡ ସହ ୫-୬ ସ୍ଥାନ ପାଇଁ ପ୍ଲେସିଂ ମ୍ୟାଚ ଖେଳିବ।
ଆଫ୍ରିକା ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଗ୍ରୁପ ପର୍ଯ୍ୟାୟରେ ଅପେକ୍ଷାକୃତ ଭଲ ଖେଳି ରୁଷିଆ କ୍ରସ୍‌ ଓଭରକୁ ଆସିଥିଲେ ହେଁ କଡ଼ା ଟକ୍କର ଦେଇଥିଲା ଦକ୍ଷିଣ ଆଫ୍ରିକା। ପ୍ରଥମ ଓ ଦ୍ୱିତୀୟ କ୍ବାର୍ଟରରେ ଉଭୟ ଦଳ ଏକାଧିକ ପେନାଲ୍ଟି କର୍ନର ପାଇଥିଲେ ହେଁ ତାହାକୁ ଗୋଲରେ ପରିଣତ କରିପାରି ନ ଥିଲେ। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିବାପରେ ତୃତୀୟ କ୍ବାର୍ଟରରେ ଅଗ୍ରଣୀ ନେବାପାଇଁ ଉଦ୍ୟମ ଜୋରଦାର ହୋଇଥିଲା। ୪୦ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଦକ୍ଷିଣ ଆଫ୍ରିକାର ଏନକୋବିଲ ଏନଟୁଲି ମ୍ୟାଚରେ ଉଷ୍ମତା ଭରିଥିଲେ। ତୃତୀୟ କ୍ବାର୍ଟର ଶେଷସୁଦ୍ଧା ଦକ୍ଷିଣ ଆଫ୍ରିକା ୧-୦ ଗୋଲରେ ଅଗ୍ରଣୀ ନେଇଥିଲା। ମାତ୍ର ୪ର୍ଥ କ୍ବାର୍ଟର ଆରମ୍ଭର ଅଳ୍ପକିଛି ସମୟ ପରେ ଅର୍ଥାତ୍‌ ୪୭ତମ ମିନିଟରେ ରୁଷିଆକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲକରି ରୁଷିଆର ଜର୍ଜି ଆରୁସିଆ ମ୍ୟାଚକୁ ୧-୧ ସମାନ ସ୍ତରକୁ ନେଇ ଆସିଥିଲେ। ମାତ୍ର ଦକ୍ଷିଣ ଆଫ୍ରିକା ସହଜରେ ହାର ମାନିବାକୁ ପ୍ରସ୍ତୁତ ନ ଥିଲା। ୫୩ତମ ମିନିଟରେ ର଼୍ୟାନ ଜୁଲିଅସଙ୍କ ଫିଲ୍ଡ ଗୋଲ ବଳରେ ଦଳ ପୁଣି ଅଗ୍ରଣୀ ହାସଲ କରିଥିଲା। ଶେଷ ମିନିଟରେ ଗୋଲ ପରିଶୋଧ ପାଇଁ ରୁଷିଆ ସୁବର୍ଣ୍ଣ ସୁଯୋଗ ପାଇଥିଲା। ମାତ୍ର ପେନାଲ୍ଟି କର୍ନର ମିସ୍‌ କରି ଦଳ ଏହାକୁ ହାତଛଡ଼ା କରିଥିଲା। ଆକର୍ଷଣୀୟ ପ୍ରଦର୍ଶନ ପାଇଁ ଦକ୍ଷିଣ ଆଫ୍ରିକାର ଅଷ୍ଟିନ ସ୍ମିଥ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।
ପୁଲ୍‌ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ୦-୨ରେ ଆମେରିକାଠାରୁ ଏବଂ ୦-୨ରେ ଜାପାନଠାରୁ ହାରିଥିବାବେଳେ ମେକ୍ସିକୋକୁ ୬-୦ ଗୋଲରେ ହରାଇ କ୍ରସ୍‌ ଓଭର ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ଏବେ ସେମିଫାଇନାଲରେ ଆମେରିକାକୁ ଭେଟିବାକୁ ଯାଉଥିବାରୁ ପରାଜୟ ମଧୁର ପ୍ରତିଶୋଧ ନେବାପାଇଁ ଦକ୍ଷିଣ ଆଫ୍ରିକା ନିକଟରେ ସୁଯୋଗ ରହିଛି। ଅନ୍ୟପକ୍ଷରେ ପୁଲ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ଉଜ୍‌ବେକିସ୍ତାନକୁ ୧୨-୧ ଓ ପୋଲାଣ୍ଡକୁ ୩-୨ ଗୋଲରେ ହରାଇଥିବା ରୁଷିିଆ ଏଠାରେ ଦକ୍ଷତା ଅନୁସାରେ ପ୍ରଦର୍ଶନ କରି ନ ପାରି ପରାଜିତ ହୋଇଛି। ପୁଲ୍‌ ‘ଏ’ରୁ କେବଳ ଭାରତ ଏବଂ ପୁଲ୍‌ ‘ବି’ରୁ ୩ ଦଳ ଜାପାନ, ଆମେରିକା ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପ୍ରବେଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଜରଙ୍ଗ ପୁନିଆ ୪ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୨୭ା୧୧ (ପି.ଟି.): ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ୍‌ ଏଜେନ୍ସି (ନାଡା) ରେସଲର ବଜରଙ୍ଗ ପୁନିଆଙ୍କୁ ୪ବର୍ଷ ବାସନ୍ଦ କରିଛି। ମାର୍ଚ୍ଚ ୧୦ରେ ଜାତୀୟ ଦଳ ପାଇଁ...

ହଠାତ୍‌ ଦଳକୁ ଛାଡି ଭାରତ ଫେରିଆସିଲେ ଗୌତମ ଗମ୍ଭୀର: ଜାଣନ୍ତୁ କାହିଁକି

ପର୍ଥ,୨୬ା୧୧(ପି.ଟି.): ବର୍ଡର-ଗାଭାସ୍କର ସିରିଜର ପ୍ରଥମ ମ୍ୟାଚରେ ବିଜୟୀ ଭାରତୀୟ ଦଳର କୋଚ୍‌ ଗୌତମ ଗମ୍ଭୀର ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଘରେ ଜରୁରୀ ପରସ୍ଥିତି କାରଣରୁ ଗମ୍ଭୀର...

ପ୍ରଥମ ଟେଷ୍ଟ ଜିତିବା ସତ୍ତ୍ୱେ ଚିନ୍ତାରେ ଭାରତ: ରୋହିତ ଫେରିବା ପରେ…

ନୂଆଦିଲ୍ଲୀ,୨୭ା୧୧(ପି.ଟି.): ଭାରତୀୟ ଟେଷ୍ଟ ଦଳର ଅଧିନାୟକ ରୋହିତ ଶର୍ମା ଆଡିଲେଡରେ ଖେଳାଯିବାକୁ ଥିବା ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌ ପାଇଁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ...

ଆଇପିଏଲ୍‌ ୨୦୨୫ ଖେଳିପାରିବେ ପୃଥ୍ବୀ? କରିବାକୁ ହେବ ଏହି କାମ…

ନୂଆଦିଲ୍ଲୀ,୨୬।୧୧: ଦିନ ଥିଲା କ୍ରିକେଟର ପୃଥ୍ବୀ ଶ’ଙ୍କ ତୁଳନା ସଚିନ ତେନ୍ଦୁଲକର-ବିରେନ୍ଦ୍ର ସେହ୍ବାଗଙ୍କ ସହ କରାଯାଉଥିଲା। ଲୋକେ ତାଙ୍କ ଖେଳରେ ବ୍ରାଏନ ଲାରାଙ୍କୁ ଦେଖୁଥିଲେ। ହେଲେ...

ଗୁଳି ମାରିବାକୁ ନିର୍ଦ୍ଦେଶ ଦେଲେ PCB ଅଧ୍ୟକ୍ଷ, ପାକିସ୍ତାନରେ ବଢ଼ିଲା ଉତ୍ତେଜନା; ଚାମ୍ପିଅନ୍ସ ଟ୍ରଫି ଉପରେ କଳା ବାଦଲ

ଇସଲାମାବାଦ,୨୬।୧୧: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ହେବ। ଏହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଭାରତ ସରକାର ପାକିସ୍ତାନରେ ସୁରକ୍ଷାକୁ ନେଇ ବିପଦ...

ଆଇପିଏଲ୍‌ ଅକ୍ସନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଟିମ୍‌ କିଭଳି ହୁଅନ୍ତି ମାଲାମାଲ୍‌, ବିସିସିଆଇକୁ କେତେ ମିଳେ? ଜାଣନ୍ତୁ… 

ନୂଆଦିଲ୍ଲୀ,୨୬।୧୧: ଦୁନିଆର ସବୁଠୁ ଦାମୀ କ୍ରିକେଟ ଲିଗ୍‌ ଆଇପିଏଲ୍‌ ୨୦୨୫ ମାର୍ଚ୍ଚ ୧୪ରୁ ଆରମ୍ଭ ହେବ । ନିକଟରେ ଏହାର ମେଗା ଅକ୍ସନ ସମାପ୍ତ ହୋଇଛି।...

୧୮ ବର୍ଷୀୟ ନେଟ୍‌ ବୋଲର୍‌ଙ୍କ ଉପରେ କୋଟି କୋଟି ଟଙ୍କା ବର୍ଷା କଲା ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ,୨୬।୧୧: ଆଇପିଏଲ ୨୦୨୫ ମେଗା ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ବଡ ନିଷ୍ପତ୍ତି ନେଇଛି। ମୁମ୍ବାଇ ଆଫଗାନିସ୍ତାନର ଆଲ୍ଲା ଗଜାନଫର କିଣିଛି। ତାଙ୍କୁ ମାତ୍ର ୧୮...

କିଏ ସେହି ବୈଭବ ସୂର୍ଯ୍ୟବଂଶୀ, ଯିଏ ମାତ୍ର ୧୩ ବର୍ଷ ବୟସରେ ହେଲେ କୋଟିପତି

ନୂଆଦିଲ୍ଲୀ,୨୬।୧୧: ସାଉଦି ଆରବର ଜେଦାହରେ ଆଇପିଏଲ ନିଲାମୀ ଶେଷ ହୋଇଥିବା ବେଳେ ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ସର୍ବକନିଷ୍ଠ ଖେଳାଳି ଭାବରେ ବିକ୍ରି ହୋଇ କୋଟିପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri