Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଭାରତ ଚାମ୍ପିୟନ

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଶନିବାର ଶେଷ ହୋଇଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଭାରତ ଚାମ୍ପିୟନ ହୋଇଛି। ଶନିବାର ଅନୁଷ୍ଠିତ ଫାଇନାଲରେ ଭାରତ ୫-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଭାରତ ପକ୍ଷରୁ ବରୁଣ କୁମାର ଓ ହରମନପ୍ରୀତ ସିଂ ୨ଟି ଲେଖାଏ ଏବଂ ବିବେକ ସାଗର ପ୍ରସାଦ ଗୋଟିଏ ଗୋଲ ଦେଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ରିଚାର୍ଡ ପାଉଜ୍‌ ଗୋଟିଏ ଗୋଲ ପରିଶୋଧ କରିଥିଲେ। ଏହି ଟୁର୍ନାମେଣ୍ଟରୁ ଭାରତ ଓ ଦକ୍ଷିଣ ଆଫ୍ରିକା ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହା ଆଗାମୀ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫ୍‌ଆଇଏଚ୍‌) ସଭାପତି ନରିନ୍ଦର ବାତ୍ରା, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓ ହକି ଇଣ୍ଡିଆର କର୍ମକର୍ତ୍ତାମାନେ ଅନ୍ୟତମ ଅତିଥିଭାବେ ଯୋଗଦେଇଥିଲେ। ହରମନପ୍ରୀତ ସିଂ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ବେଷ୍ଟ ଟିମ୍‌ ସେଲିବ୍ରେଶନ ପୁରସ୍କାର ମେକ୍ସିକୋ ପାଇଥିବାବେଳେ ଫ୍ୟାନ୍ସ ଚଏସ ଭାରତର ଆକାଶଦୀପ ସିଂ, ଫେୟାର ପ୍ଲେ ଏବଂ ସର୍ବାଧିକ ଗୋଲ ସ୍କୋର ପୁରସ୍କାର ଭାରତୀୟ ଦଳକୁ ମିଳିଥିଲା। ଶ୍ରେଷ୍ଠ ଜୁନିୟର ଖେଳାଳି ଭାରତର ବିବେକ ପ୍ରସାଦ ବିବେଚିତ ହୋଇଥିବାବେଳେ ଶ୍ରେଷ୍ଠ ଗୋଲକିପର ପୁରସ୍କାର ପାଇଥିଲ ଆମେରିକାର ଜୋନାଥନ କ୍ଲାଗେସ। ୩ ଖେଳାଳିଙ୍କୁ ଟପ୍‌ ଗୋଲ ସ୍କୋରର ପୁରସ୍କାର ମିଳିଥିଲା। ସେମାନେ ହେଲେ ଭାରତର ହରମନପ୍ରୀତ ସିଂ, ବରୁଣ କୁମାର ଏବଂ ରୁଷିଆର ସେମେନ ମାଟ୍‌କୋଭସ୍କି। ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ଭାରତୀୟ ଦଳର ଅଧିନାୟକ ମନପ୍ରୀତ ସିଂ। କୋଚ୍‌ ଗ୍ରାହାମ ରିଡ୍‌ଙ୍କ ରଣନୀତି ଅନୁସାରେ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଥିଲା ଭାରତ। ଫଳରେ ପ୍ରଥମ ମିନିଟରେ ହିଁ ଦକ୍ଷିଣ ଆଫ୍ରିକା ଗୋଲପୋଷ୍ଟ ନିକଟରେ ଖେଳାଳିମାନେ ଗୋଲ ସୁଯୋଗ ସୃଷ୍ଟି କରିଥିଲେ। ପ୍ରଥମ ଉଦ୍ୟମରେ ମନପ୍ରୀତ ସିଂଙ୍କ ଦଳ ସଫଳ ହୋଇ ନ ଥିଲେ ହେଁ ୨ୟ ମିନିଟରେ ପେନାଲ୍ଟି କର୍ନର ସୁଯୋଗ ହାସଲ କରିବାରେ ସଫଳ ହୋଇଥିଲା। ୨୨ ନମ୍ବର ଜର୍ସି ପରିହିତ ବରୁଣ କୁମାର ଏହାକୁ ଗୋଲରେ ପରିଣତ କରି ଭାରତକୁ ଅଗ୍ରଣୀ କରାଇଥିଲେ। ପୁରା କ୍ବାର୍ଟରେ ଭାରତ ପ୍ରତିପକ୍ଷ ଦଳ ଉପରେ ଭାରି ପଡ଼ିଥିଲା। ୧୧ତମ ମିନିଟରେ ମିଳିଥିବା ଆଉ ଏକ ପେନାଲ୍ଟି କର୍ନରକୁ ହରମନପ୍ରୀତ ସିଂ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲେ। ୧୫ତମ ମିନିଟରେ ଦକ୍ଷିଣ ଆଫ୍ରିକା ଭଲ ମୁଭ୍‌ ନେଇଥିଲେ ହେଁ ଭାରତୀୟ ଗୋଲକିପର କ୍ରିଷ୍ଣନ ପାଠକ ଚମତ୍କାର ସେଭ୍‌ କରି ପ୍ରଥମ କ୍ବାର୍ଟର ଶେଷସୁଦ୍ଧା ଭାରତର ଅଗ୍ରଣୀକୁ ୨-୦ରେ ବଳବତ୍ତର ରଖିଥିଲେ। ଦ୍ୱିତୀୟ କ୍ବାର୍ଟରରେ ଉନ୍ନତ ପ୍ରଦର୍ଶନ କରିଥିଲା ଦକ୍ଷିଣ ଆଫ୍ରିକା। ଫଳରେ ଭାରତୀୟ ଖେଳାଳିମାନେ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ହେଁ ତାହାକୁ ସଫଳତାର ସହ ଦକ୍ଷିଣ ଆଫ୍ରିକା ଡିଫେଣ୍ଡରମାନେ ପ୍ରତିହତ କରିଥିଲେ। ମାତ୍ର ୨୫ତମ ମିନିଟରେ ଭାରତର ଓଡ଼ିଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଗୋଲ ଦେବାକୁ ଯାଉଥିବାବେଳେ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ପୋଷ୍ଟ ନିକଟରେ ଷ୍ଟିକ୍‌ଚେକ୍‌ କରିଥିଲେ। ଫଳରେ ରେଫରି ଜାଭିୟର ଫେନାର୍ଟ ଭାରତକୁ ପେନାଲ୍ଟି ଷ୍ଟ୍ରୋକ୍‌ ସୁଯୋଗ ଦେଇଥିଲେ। ହରମନପ୍ରୀତ ଏହାକୁ ଗୋଲରେ ପରିଣତ କରିବାରେ କୌଣସି ଭୁଲ କରି ନ ଥିଲେ। ଫଳରେ ପ୍ରଥମାର୍ଦ୍ଧ ବେଳକୁ ଭାରତର ଅଗ୍ରଣୀ ବ୍ୟବଧାନ ୩-୧ରେ ପହଞ୍ଚତ୍ ଯାଇଥିଲା।ଦ୍ୱିତୀୟାର୍ଦ୍ଧରେ ପଟ ପରିବର୍ତ୍ତନନ ହୋଇଥିଲେ ହେଁ ଦକ୍ଷିଣ ଆଫ୍ରିକା ଭାଗ୍ୟ ପରିବର୍ତ୍ତନ ହୋଇ ନ ଥିଲା। ଦଳର ଡିପେଣ୍ଡରମାନେ ଭାରତୀୟ ଫରୱାର୍ଡଙ୍କୁ କିଛି ପରିମାଣରେ ରୋକିବାରେ ସକ୍ଷମ ହୋଇଥିଲେ ସତ, ମାତ୍ର ଭାରତୀୟ ଗୋଲପୋଷ୍ଟ ଉପରେ ଆକ୍ରମଣ କରିବାରେ ଅସଫଳ ରହିଥିଲେ। ତୃତୀୟ କ୍ବାର୍ଟର ଆରମ୍ଭର ୫ମ ମିନିଟ ସମୟରେ ଦକ୍ଷିଣ ଆଫ୍ରିକା ଗୋଲପୋଷ୍ଟ ନିକଟରେ ବଲ୍‌ ପାଇଁ ସଂଘର୍ଷ ଚାଲିଥିବାବେଳେ ଆକାଶଦୀପ ସିଂଙ୍କଠାରୁ ପାସ୍‌ ପାଇଥିଲେ ସିମରନଜିତ ସିଂ। ସେ ଚତୁରତାର ସହ ବଲ୍‌କୁ ବିବେକ ପ୍ରସାଦଙ୍କ ନିକଟକୁ ପଠାଇ ଦେଇଥିଲେ। ବିବେକ ଏହାକୁ ଗୋଲରେ ପରିଣତ କରି ଭାରତର ଅଗ୍ରଣୀକୁ ୪-୦ରେ ପହଞ୍ଚାଇଥିଲେ। ଅନ୍ତିମ କ୍ବାର୍ଟରରେ ମଧ୍ୟ ଭାରତର ଦବ୍‌ଦବା ଜାରି ରହିଥିଲା। ୪୧ତମ ମିନିଟରେ ଭାରତ ଏକ ପେନାଲ୍ଟି କର୍ନର ସୁଯୋଗ ପାଇଥିବାବେଳେ ଅମିତ ରୋହିଦାସଙ୍କ ଶଟ୍‌କୁ ଆଫ୍ରିକା ଡିଫେଣ୍ଡରମାନେ ଅଟକାଇବାରେ ସକ୍ଷମ ହୋଇଥିଲେ। ୪୯ତମ ମିନିଟରେ ଆଉ ଏକ ପେନାଲ୍ଟି କର୍ନର ସୁଯୋଗ ମିଳିଥିବାବେଳେ ବରୁଣ କୁମାର ଏହାକୁ ଗୋଲରେ ପରିଣତ କରିଥିଲେ। ୫୩ତମ ମିନିଟରେ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ପେନାଲ୍ଟି କର୍ନର ମିଳିଥିଲା। ପ୍ରଥମ ଉଦ୍ୟମରେ ଏହା ବିଫଳ ହୋଇଥିଲେ ହେଁ କ୍ରମାଗତ ଦ୍ୱିତୀୟ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିଥିଲେ ଆଫ୍ରିକାର ରିଚାର୍ଡ ପାଉଜ୍‌। ଏହା ମ୍ୟାଚରେ ଦକ୍ଷିଣ ଆଫ୍ରିକା ପାଇଁ ସାନ୍ତ୍ୱନା ସଦୃଶ ଥିଲା। ଭାରତ ୫୬ ଓ ଦକ୍ଷିଣ ଆଫ୍ରିକା ୫୭ତମ ମିନିଟରେ ପେନାଲ୍ଟି କର୍ନର ପାଇଥିଲେ ହେଁ ସେଥିରୁ ଗୋଲ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମ ଥର ପାଇଁ ହେଲା ଏମିତି

ନୂଆଦିଲ୍ଲୀ,୨୨।୯: ଭାରତ ବଡ଼ ବିଜୟ ହାସଲ କରିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri