Posted inଖେଳ

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ବିଶ୍ୱ ଚାମ୍ପିୟନକୁ ହରାଇଲା ଭାରତ

ଭୁବନେଶ୍ୱର,୮।୨(କ୍ରୀଡ଼ା ପ୍ରତିନିଧି): ବର୍ଷା, ପ୍ରତିକୂଳ ପାଗ, ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱର ନମ୍ବରଓ୍ବାନ ତଥା ବିଶ୍ୱ ଚାମ୍ପିୟନ ବେଲଜିୟମ ଥିଲେ ହେଁ ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତୀୟ ହକି ଦଳର ଜୟ ଯାତ୍ରା ଅବ୍ୟାହତ ରହିଛି। ଶନିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ବର୍ଷାଭିଜା ମ୍ୟାଚରେ ଭାରତ ରେଡ୍‌ ଲାୟନ୍ସ ବେଲଜିୟମକୁ ୨-୧ ଗୋଲରେ ପରାସ୍ତ କରିଛି। ଚମତ୍କାର ପ୍ରଦର୍ଶନ ପାଇଁ ଭାରତ ଗୋଲକିପର କ୍ରିଷ୍ଣନ ବାହାଦୂର ପାଠକ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫଆଇଏଚ୍‌) ସଭାପତି ନରିନ୍ଦର ବାତ୍ରା ଅତିଥିଭାବେ ଯୋଗଦେଇ ମ୍ୟାଚର ଶୁଭାରମ୍ଭ କରିଥିଲେ ଏବଂ ଶେଷରେ ପୁରସ୍କାର ପ୍ରଦାନ କରିଥିଲେ। ପ୍ରକାଶ ଯୋଗ୍ୟ ଯେ, ଗତ ଜାନୁୟାରୀରେ ନେଦରଲାଣ୍ଡ୍ସକୁ ହରାଇ ଅଭିଯାନ ଆରମ୍ଭ କରିଥିଲା ଭାରତ। ଅନ୍ୟ ପକ୍ଷରେ ଗତ ୨ ମୁକାବିଲାରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ହରାଇଥିବା ବେଲଜିୟମର ବିଜୟରେ ପ୍ରଥମଥରପାଇଁ ବ୍ରେକ୍‌ ଲଗାଇଛି ମନପ୍ରୀତ ସିଂ ବାହିନୀ। ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ମ୍ୟାଚ ରବିବାର କଳିଙ୍ଗରେ ଅନୁଷ୍ଠିତ ହେବ।
ଝିପିଝିପି ବର୍ଷା ସତ୍ତ୍ୱେ ଘରୋଇ ପରିବେଶ ଏବଂ ଦର୍ଶକ ସମର୍ଥନରେ ଉତ୍ସାହୀ ପ୍ରଦର୍ଶନ କରିଥିଲା ଭାରତ। ଦ୍ୱିତୀୟ ମିନିଟରେ ମନଦୀପ ସିଂ ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚରେ ଉଷ୍ମତା ଭରିଥିଲେ। ଏହାପରେ ପ୍ରତ୍ୟାବର୍ତ୍ତନ କରିବାକୁ ଆକ୍ରମଣକୁ ଜୋରଦାର କରିଥିଲା ବେଲଜିୟମ। ପ୍ରଥମାର୍ଦ୍ଧର ଅଧିକାଂଶ ସମୟ ବଲ୍‌ ଭାରତ ହାଫ୍‌ରେ ରଖି ସୁଯୋଗ ସୃଷ୍ଟି ପାଇଁ ଉଦ୍ୟମ କରିଥିଲା ଏହି ଦଳ। ମାତ୍ର ଭାରତର ଦୁଇ ଗୋଲକିପର ପି.ଆର. ଶ୍ରୀଜେଶ ଓ କ୍ରିଷ୍ଣନ ବାହାଦୂର ପାଠକ ଚମତ୍କାର ସେଭ୍‌ କରି ପ୍ରତିପକ୍ଷ ଦଳକୁ ଲକ୍ଷ୍ୟ ପଥରେ ଆଗେଇବାରେ ପ୍ରତିବନ୍ଧକ ସାଜିଥିଲେ। ୪ର୍ଥ ମିନିଟରେ କ୍ରମାଗତ ୪ଟି ପେନାଲ୍ଟି କର୍ନର ପାଇଥିଲା ବେଲଜିୟମ। ମାତ୍ର ଭାରତୀୟ ରକ୍ଷଣଭାଗ ଓ ଗୋଲକିପରଙ୍କୁ ଭେଦ କରିବାରେ ସକ୍ଷମ ହୋଇପାରି ନ ଥିଲା। ୮ମ ଓ ୧୫ତମ ମିନିଟରେ ମଧ୍ୟ ଦଳ ୨ଟି ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ମାତ୍ର ଫଳାଫଳ ପୂର୍ବପରି ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଖେଳ ବେଶ୍‌ ରୋମାଞ୍ଚକ ହୋଇଥିଲେ ହେଁ ଗୋଲ ହୋଇପାରି ନ ଥିଲା। ୨୦ତମ ମିନିଟରେ ବେଲଜିୟମ ଆଉ ଏକ ପେନାଲ୍ଟି କର୍ନର ପାଇଥିଲେ ହେଁ ଗୋଲ ପରିଶୋଧରେ ଏହା ସହାୟକ ହୋଇପାରି ନ ଥିଲା। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତ ୧-୦ରେ ଆଗୁଆ ରହିଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଅର୍ଥାତ୍‌ ୩୩ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ନରକୁ ବେଲଜିୟମର ଗାଉଥିର ବୋକାର୍ଡ ଗୋଲରେ ପରିଣତ କରି ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ଫଳରେ ବର୍ଷାଯୋଗୁ ଥଣ୍ଡା ବଢ଼ିଥିଲେ ହେଁ ପଡ଼ିଆ ଭିତରେ ଉଷ୍ମତା ବୃଦ୍ଧି ପାଇଥିବା ସ୍ପଷ୍ଟ ବାରି ହୋଇ ପଡ଼ିଥିଲା। ୪୧ତମ ମିନିଟରେ ଭାରତକୁ ଏକ ପେନାଲ୍ଟି କର୍ନର ମିଳିଥିଲା ମନପ୍ରୀତ ବଲ୍‌କୁ ପ୍ରତିପକ୍ଷ ଗୋଲପୋଷ୍ଟ ଭିତରକୁ ପଠାଇ ଦେଇଥିଲେ ମଧ୍ୟ। ମାତ୍ର ବଲ୍‌ ଷ୍ଟପ୍‌ ସମୟରେ ଡି ଏରିଆ ବାହାରକୁ ନ ଆଣି ବଲ୍‌ ମାରିଥିବାରୁ ଅମ୍ପାୟର ତାହାକୁ ନାକଚ କରି ଦେଇଥିଲେ। ମ୍ୟାଚ ୧-୧ ସ୍ଥିତିରେ ରହିବାରୁ ସ୍ବାଭାବିକ ଅନ୍ତିମ କ୍ୱାର୍ଟର ସଂଘର୍ଷପୂର୍ଣ୍ଣ ହୋଇଥିଲା। ତେମେ ୪୬ତମ ମିନିଟରେ ଭାରତକୁ ମିଳିଥିବା


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମ ଥର ପାଇଁ ହେଲା ଏମିତି

ନୂଆଦିଲ୍ଲୀ,୨୨।୯: ଭାରତ ବଡ଼ ବିଜୟ ହାସଲ କରିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri