ଏବେ ବି ତଥ୍ୟ ଲୁଚାଉଛି ଚାଇନା

ଓ୍ବାଶିଂଟନ,୧୦।୫: ମହାମାରୀ କରୋନା ସଂକ୍ରମଣ (କୋଭିଡ୍‌-୧୯)କୁ ନେଇ ଚାଇନା ବିରୋଧରେ ଆମେରିକାର ଦୋଷାରୋପ ଜାରି ରହିଛି। ଚାଇନା କୋଭିଡ୍‌-୧୯ ସମ୍ପର୍କିତ ତଥ୍ୟ ଲୁଚାଇ ଚାଲିଛି ବୋଲି ଆମେରିକାର ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ କହିଛନ୍ତି। ଚାଇନାର ଉହାନ୍‌ସ୍ଥିତ ରିସର୍ଚ୍ଚ ଲାବ୍‌ରୁ ହିଁ କରୋନା ଭାଇରସ୍‌ ସୃଷ୍ଟି ହୋଇଥିବା ନେଇ ବଳିଷ୍ଠ ପ୍ରମାଣ ରହିଛି ବୋଲି ପମ୍ପିଓ ଗତ ସପ୍ତାହରେ ଦାବି କରିଥିଲେ।
ଶୁକ୍ରବାର ସୁଦ୍ଧା ଆମେରିକାରେ ୧୩ଲକ୍ଷ ୨୧ ହଜାର ୭୮୫ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୭୮,୬୧୫ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ସାରା ବିଶ୍ୱରେ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଥିବାବେଳେ ୨ଲକ୍ଷ ୭୫ ହଜାର ୯୭୬ଜଣଙ୍କ ମୃତ୍ୟୁ ଘଟିଛି। ଚାଇନା କଥା ଦେଖିଲେ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୨,୮୮୬ ଥିବାବେଳେ ସେଥିମଧ୍ୟରୁ ୭୭,୯୯୩ ଜଣ ଆରୋଗ୍ୟ, ୪,୬୩୩ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସାରା ବିଶ୍ୱକୁ ତଥ୍ୟ ମିଳୁଛି। କିନ୍ତୁ ଚାଇନା ବାସ୍ତବ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ଲୁଚାଉଥିବା ଅଭିଯୋଗ ହୋଇଆସୁଛି। ପମ୍ପିଓ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣରୁ ଉହାନ ଲାବ୍‌ ଠିକଣା ଢଙ୍ଗରେ କାର୍ଯ୍ୟ କରୁ ନ ଥିଲା ବୋଲି ଜଣାପଡ଼ିଛି। ଲାବ୍‌ର ସୁରକ୍ଷା ପ୍ରତି ବିପଦ ରହିଥିଲା। ତେଣୁ ସେଠାରୁ ହିଁ ଭାଇରସ୍‌ ବ୍ୟାପିଥାଇପାରେ। ଆମକୁ ଉତ୍ତର ଦରକାର, କାରଣ ଲୋକେ ମରୁଛନ୍ତି ବୋଲି ପମ୍ପିଓ କହିଛନ୍ତି।
ବର୍ତ୍ତମାନ ବିଶ୍ୱ ଅର୍ଥନୀତି ଘୋର ସଂକଟରେ। ଆମେରିକାର ଅର୍ଥନୀତି ମଧ୍ୟ ନିଜ ପ୍ରାଧାନ୍ୟ ବଜାୟ ରଖିବା ପାଇଁ ବହୁ ଚ୍ୟାଲେଞ୍ଜକୁ ସାମ୍ନା କରୁଛି। ଏହା ହେଉଛି ଚାଇନା କମ୍ୟୁନିଷ୍ଟ ପାର୍ଟିର କରୋନା ସମ୍ପର୍କିତ ତଥ୍ୟ ଲୁଚାଇବାର ସିଧା ପରିଣାମ। ମହାମାରୀ ଆରମ୍ଭରେ ଏହି ଘାତକ ଭୂତାଣୁ ସମ୍ପର୍କରେ ତଥ୍ୟ ଦେବାକୁ ଚାହୁଁଥିବା ଡାକ୍ତରମାନଙ୍କୁ କିଛି କହିବାକୁ ଚାଇନା ସୁଯୋଗ ଦେଇ ନ ଥିଲା। ଫଳରେ ଏହି ଭାଇରସ୍‌ କିପରି ଜଣଙ୍କୁ ଆକ୍ରାନ୍ତ କଲା ଏବଂ ତାଙ୍କଠାରୁ ଅନ୍ୟମାନଙ୍କୁ ବ୍ୟାପିଲା ତାହାର ଉତ୍ତର ଆଜି ଯାଏ ମିଳିପାରିଲା ନାହିଁ ବୋଲି ପମ୍ପିଓ କହିଛନ୍ତି। ଚାଇନା କମ୍ୟୁନିଷ୍ଟ ପାର୍ଟି ୧୨୦ରୁ ଊର୍ଦ୍ଧ୍ୱ ଦିନ ତଳୁ ଏହି ଭାଇରସ୍‌ ସମ୍ପର୍କରେ ଜାଣିପାରିଥିଲା। କିନ୍ତୁ ଅଦ୍ୟାବଧି ଆମେରିକୀୟ ଓ ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକମାନଙ୍କୁ ସେ ସମ୍ପର୍କିତ ତଥ୍ୟ ଲୁଚାଇ ରଖିଛି ବୋଲି ସେ କହିଛନ୍ତି।
ଚାଇନା ସରକାର ଦେଶରେ କ’ଣ ଘଟିଛି ତାହାର ଯାଞ୍ଚ କରିବାକୁ ସୁଯୋଗ ଦେଉନାହାନ୍ତି କି ବୋଲି ପ୍ରଶ୍ନ କରାଯିବାରୁ ପମ୍ପିଓ କହିଛନ୍ତି ଯେ, ଅଷ୍ଟ୍ରେଲିଆ ଯାଞ୍ଚ କରିବାକୁ ଚାହୁଁଥିବା ନେଇ କହିଥିଲା। କିନ୍ତୁ ଅଷ୍ଟ୍ରେଲିଆରେ ଥିବା ଚାଇନାର ରାଷ୍ଟ୍ରଦୂତ ଆର୍ଥିକ ଭାବେ ହଇରାଣ କରିବାକୁ ଧମକ ଦେଇଥିଲେ। ସେହିପରି ଆର୍ଥିକ ଚାପ ପକାଇ ୟୁରୋପୀୟ ସଂଘର ଦେଶଗୁଡ଼ିକୁ ଚାଇନା ଚୁପ୍‌ କରୁଛି। ପୂର୍ବରୁ ମଧ୍ୟ ଆମେ ଦେଖିଛୁ ଯେ, ଆର୍ଥିକ ଶକ୍ତି ବ୍ୟବହାର କରି କେତେକ ଛୋଟ ଦେଶ ଉପରେ ପ୍ରଭାବ ବିସ୍ତାର କରୁଛି ଏବଂ ସେଗୁଡ଼ିକୁ ଧମକ ଦେଇଆସୁଛି ବୋଲି ପମ୍ପିଓ କହିଛନ୍ତି।
ଅନ୍ୟପକ୍ଷରେ କରୋନା ସଂକ୍ରମଣ ସମ୍ପର୍କରେ ତଥ୍ୟ ଲୁଚାଇବା ଅଭିଯୋଗକୁ ଚାଇନା ଖଣ୍ଡନ କରିଛି। ଉହାନ ଲାବ୍‌ରୁ କରୋନାର ଉତ୍ପତ୍ତି କଥା କହି ଆମେରିକା ଲୋକଙ୍କ ଧ୍ୟାନ ହଟାଇବାକୁ ଉଦ୍ୟମ ଚଳାଇଛି ବୋଲି ଚାଇନା ପକ୍ଷରୁ କୁହାଯାଇଛି। ପମ୍ପିଓଙ୍କ ଅଭିଯୋଗକୁ ଅସ୍ବୀକାର କରି ଚାଇନାର ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ୍‌ କହିଛନ୍ତି ଯେ, ଚାଇନା ପ୍ରଥମ ଦେଶ ଭାବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)କୁ କୋଭିଡ୍‌-୧୯ ସମ୍ପର୍କରେ ଜଣାଇଥିଲା। ତାହାର ଅର୍ଥ ନୁହେଁ ଯେ, ଭାଇରସ୍‌ ଉହାନରୁ ଉତ୍ପତ୍ତି ହୋଇଛି। ବିଶ୍ୱର ଯେକୌଣସି ସ୍ଥାନରେ ଏହି ମହାମାରୀ ଆରମ୍ଭ ହୋଇଥାଇପାରେ। କିନ୍ତୁ ଏହାର ଉତ୍ପତ୍ତି ବିଜ୍ଞାନର ବିଷୟ। ଆମେ ଏହାକୁ ସାଇନ୍ସ ଏବଂ ମେଡିକାଲ କମ୍ୟୁନିଟି ଉପରେ ଛାଡ଼ିଦେବା ଉଚିତ ବୋଲି ଲିଜିଆନ୍‌ କହିଛନ୍ତି। ସୂଚନାଥାଉ କି, ଆମେରିକା ସେନା ହୁଏତ ଏହି ଭୂତାଣୁ ଆଣି ଉହାନରେ ଛାଡ଼ିଥାଇପାରେ ଏବଂ ଏଥିରୁ ଓ୍ବାଶିଂଟନ କୂଟନୈତିକ ବିରୋଧ ପ୍ରଦର୍ଶନ କରୁଥିବା ନେଇ ଲିଜିଆନ୍‌ ଗତ ମାର୍ଚ୍ଚ ୧୨ରେ ଅଭିଯୋଗ ଆଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୌଦି ଆରବରେ ୧୦୦ରୁ ଅଧିକ ବିଦେଶୀଙ୍କୁ ଦିଆଯାଇଛି ଫାଶୀ, କେତେଜଣ ଭାରତୀୟ ଅଛନ୍ତି ଏଥିରେ ସାମିଲ? ଜାଣନ୍ତୁ…

ରିୟାଦ,୧୮।୧୧: ଚଳିତ ବର୍ଷ ସୌଦି ଆରବରେ ୧୦୦ରୁ ଅଧିକ ବିଦେଶୀଙ୍କୁ ଫାଶୀ ଦିଆଯାଇଛି (Saudi Arabia Executes Over 100 Foreigners)। ମାନବ ଅଧିକାର ସଂଗଠନର...

ଇରାନର ପରବର୍ତ୍ତି ସୁପ୍ରିମ ଲିଡର ହେବେ ମୋଜତବା? ଖାମୋନେଇ ହଠାତ୍‌ କାହିଁକି ପୁଅକୁ ବାଛିଲେ ଉତ୍ତରାଧିକାରୀ

ଜେରୁଜେଳମ,୧୮।୧୧: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତା ବଢୁଥିବା ବେଳେ ଇରାନର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଖବର ଅନୁଯାୟୀ, ଇରାନର ସର୍ବୋଚ୍ଚ...

ଜଳବାୟୁ ପରିବର୍ତ୍ତନରୁ ବଢୁଛି ଡେଙ୍ଗୁ

ଓ୍ବାଶିଂଟନ୍‌,୧୮ା୧୧: ବିଶ୍ୱରେ ଡେଙ୍ଗୁ ସଂକ୍ରମଣ ବଢ଼ିବାରେ ଲାଗିଥିବାବେଳେ ଏଥିରୁ ୧୯% ମାମଲା ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରାଯାଉଛି। ୨୦୫୦ ସୁଦ୍ଧା ଆହୁରି ୪୦ରୁ ୫୦%...

ମୁଁ ତୁମକୁ ଡରି ନାହିଁ…ଏଲୋନ ମସ୍କଙ୍କୁ ଅପଶବ୍ଦ କହିଲେ ବ୍ରାଜିଲର ଫାଷ୍ଟ ଲେଡି

ବ୍ରାସିଲିଆ,୧୭।୧୧: ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡା ସିଲଭାଙ୍କ ପତ୍ନୀ ଜାନଜା ଲୁଲା ଦା ସିଲଭା ଟେସଲା ମାଲିକ ଏଲୋନ ମସ୍କଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।...

ବାୟୁ ପ୍ରଦୂଷଣ ସ୍ଥିତି ସଂଘାତିକ, ୩୦ ଦିନରେ ୧୯ ହଜାର ଲୋକ ପହଞ୍ଚିଲେ ହସ୍ପିଟାଲ

ଲାହୋର,୧୭।୧୧: ପାକିସ୍ତାନର ଲାହୋରରେ ଲୋକମାନେ ଶ୍ୱାସରୁଦ୍ଧ ହେବାରେ ଲାଗିଛନ୍ତି। ଭୟଙ୍କର ପ୍ରଦୂଷଣ ଯୋଗୁଁ ସାଧାରଣ ଜୀବନ ଏବେ ଅସ୍ତବ୍ୟସ୍ତ ହୋଇ ପଡିଛି। ଗତ ୩୦ଦିନ ମଧ୍ୟରେ...

ନିର୍ବାଚନ ହାରିବା ପରେ ବି ଆମେରିକାବାସୀଙ୍କଠାରୁ କାହିଁକି ଚାନ୍ଦା ମାଗୁଛନ୍ତି କମଲା ହାରିସ୍‌? ଜାଣିଲେ…

ନ୍ୟୁୟର୍କ,୧୭।୧୧: ଆମେରିକାର ନିର୍ବାଚନରେ କମଲା ହାରିସ୍‌ ପରାଜିତ ହୋଇଛନ୍ତି। ହେଲେ ତାଙ୍କ ଟିମ୍‌ ପକ୍ଷରୁ ଚାନ୍ଦା ସଂଗ୍ରହ କରାଯାଉଛି। କମଲାଙ୍କ ଟିମ୍‌ ଦ୍ୱାରା ପଠାଯାଇଥିବା ଇମେଲରେ...

‘ବନ୍ଦେ ମାତରମ’, ଜୟଘୋଷ ସହ ମୋଦିଙ୍କୁ ଭବ୍ୟ ସ୍ବାଗତ କଲେ ପ୍ରବାସୀ ଭାରତୀୟ

ଅବୁଜା,୧୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି ଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରବିବାର ସକାଳେ ନାଇଜେରିଆରେ ପହଞ୍ଚିଥିଲେ। ଆବୁଜା ବିମାନବନ୍ଦରରେ ନାଇଜେରିଆ ରାଷ୍ଟ୍ରପତି ବୋଲା...

ଏକ କଠିନ ପ୍ରଶ୍ନର ଉତ୍ତର ଦେଇ ଡେନମାର୍କର ଭିକ୍ଟୋରିଆ କଜେର ହେଲେ ମିସ୍‌ ୟୁନିଭର୍ସ ୨୦୨୪ର ଓ୍ବିନର

ମେକ୍ସିକୋ ସିଟି,୧୭।୧୧: ମିସ ୟୁନିଭର୍ସ ୨୦୨୪ ଘୋଷଣା ହୋଇଛି ଏବଂ ଚଳିତ ବର୍ଷର ମିସ ୟୁନିଭର୍ସର ବିଜେତା ହେଉଛି ମିସ ଡେନମାର୍କ, ଯାହାଙ୍କ ନାମ ଭିକ୍ଟୋରିଆ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri