ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦେଶର ସାଧାରଣ ଲୋକଙ୍କ ପାଇଁ ଏକ ନୂଆ ଉପହାର ଆଣିଛନ୍ତି। ଭାଜପା ନିର୍ବାଚନୀ ଇସ୍ତାହାରରେ ପ୍ରକାଶ ପାଇଥିବା ପ୍ରତିଶ୍ରୁତି ଅନୁସାରେ ଏଣିକି ୧ ଟଙ୍କାରେ ଶସ୍ତା ସାନିଟାରୀ ନ୍ୟାପକିନ୍ ମିଳିବ। ଏହା ଦେଶର ୫ ହଜାର ୫ଶହ ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ରରେ ଯୋଗାଇ ଦିଆଯିବ। ଏହା ଦ୍ୱାରା ବହୁ ଲୋକ ଉପକୃତ ହେବେ ବୋଲି କୁହାଯାଉଛି।