ନୂଆଦିଲ୍ଲୀ,୨୩।୮: ଯୋଗଗୁରୁ ବାବା ରାମଦେବଙ୍କ ମୁଖ୍ୟ ସହଯୋଗୀ ବାଲକ୍ରିଷ୍ଣନ ଶୁକ୍ରବାର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହରିଦ୍ୱାରରେ ଥିବା ଅଲ୍ ଇଣ୍ଡିଆା ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନସେସ୍(ଏମ୍ସ)ରେ ଭର୍ତ୍ତି ହୋଇଛନ୍ତି। ୪୭ ବର୍ଷୀୟ ବାଲକ୍ରିଷ୍ଣନଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦିଆଯିବା ସହ ଏକ ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଯୋଗଗୁରୁ ବାବା ରାମଦେବ ମଧ୍ୟ ତାଙ୍କ ସହ ଉପସ୍ଥିତ ଅଛନ୍ତି। ହେଲେ ଏବେ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସେମିତି କିଛି ଖବର ହସ୍ତଗତ ହୋଇନାହିଁ।