ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାର୍ଯ୍ୟ, ଆମ ଗାଁ ଆମ ବିକାଶ ଯୋଜନାରେ ବିଲ୍‌

ନାଉଗାଁ,୧୬।୯(ସ୍ବ.ପ୍ର.): ଏମ୍‌ଜିଏନଆରଇଜିଏସ୍‌ରେ ହେଉଛି କାର୍ଯ୍ୟ, କିନ୍ତୁ ଆମ ଗାଁ ଆମ ବିକାଶ ଯୋଜନାରେ ବିଲ୍‌ କରାଇନେବାକୁ ଚାଲିଛି ଯୋଜନା। ଏଭଳି ଘଟଣା ଦେଖିବାକୁ ମିଳିଛି ନାଉଗାଁ ବ୍ଲକ ବାଂଶ ପଞ୍ଚାୟତରେ। ଏହି ପଞ୍ଚାୟତରେ ୨୦୧୮-୧୯ ଆର୍ଥିକ ବର୍ଷରେ ଏମ୍‌ଜିଏନଆରଇଜିଏସ୍‌ ମାଧ୍ୟମରେ ଚାନ୍ଦପୁରାର ଗୋଚ୍ଛାୟତସାହି ପୋଖରୀ ପୁନଃରୁଦ୍ଧାର ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଏହାର କୋର୍ଡ ନଂ. ଥିଲା ୨୪୧ଜି୦୦୪୦୧୫/ଡବ୍ଲ୍ୟୁଏଚ/୩୦୯୭୮୧୨। ଏହି ଯୋଜନାରେ ଜୁଲାଇ ୨୦୧୮ ରେ ଉକ୍ତ ପୋଖରୀ ଖନନ ଆରମ୍ଭ ହୋଇଥିଲା। ନିୟମ ଅନୁଯାୟୀ, ଜବ୍‌କାର୍ଡଧାରୀଙ୍କ ଦ୍ୱାରା କାର୍ଯ୍ୟ ହେବା କଥା। କିନ୍ତୁ ପୋଖରୀ ଖୋଳୁଥିବା ଠିକାଦାର ମେଶିନ ଯୋଗେ କାର୍ଯ୍ୟ କରି ବିଲ୍‌ କରିନେବାକୁ ଉଦ୍ୟମ କରିଥିଲେ। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଉ ବିଲ୍‌ ହୋଇପାରି ନ ଥିଲା। ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୨ ଜାନୁୟାରୀ ୨୦୧୯ରେ ଆମ ଗାଁ ଆମ ବିକାଶ ଯୋଜନା ଉଦ୍‌ଘାଟିତ ହେଲା। ଏହି ଯୋଜନାରେ ନାଉଗାଁ ବ୍ଲକର ୧୬ ପଞ୍ଚାୟତକୁ ୨୫ ଲକ୍ଷ ହିସାବରେ ୪ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଗଲା। ନିୟମ ଅନୁଯାୟୀ, ଏହି ଯୋଜନାରେ ପ୍ରକଳ୍ପ ନିର୍ମାଣ ପୂର୍ବରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ, ସମ୍ପୃକ୍ତ ଯନ୍ତ୍ରୀ ଓ ପଞ୍ଚାୟତ ପ୍ରତିନିଧିଙ୍କ ସହିତ ପ୍ରକଳ୍ପ ଆରମ୍ଭର ଫଟୋ ପ୍ରଦାନ କରାଯିବ। ଏଥିସହ କାମ ଆରମ୍ଭ ପୂର୍ବରୁ ସୂଚନା ଫଳକରେ ସବିଶେଷ ତଥ୍ୟ ଦିଆଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଗଷ୍ଟ ୨୦୧୯ରେ କୌଣସି ଗୋଟିଏ ବି ପଞ୍ଚାୟତରେ ଏହି ଯୋଜନା କାର୍ଯ୍ୟକାରୀ ହୋଇ ନ ଥିଲା। ବିଭିନ୍ନ ପ୍ରକଳ୍ପ ପାଇଁ ଲେଆଉଟ୍‌ ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଡିଓ ରଶ୍ମିରେଖା ମଲିକ ପ୍ରକାଶ କରିଥିଲେ। କିନ୍ତୁ ବାଂଶ ପଞ୍ଚାୟତର ଗୋଚ୍ଛାୟତ ସାହି ପୋଖରୀକୁ ଆମ ଗାଁ, ଆମ ବିକାଶ ଯୋଜନାରେ ସାମିଲ କରାଯାଇଛି। ଏନେଇ ସୂଚନା ଫଳକରେ ଦର୍ଶାଯାଇଥିବା ତଥ୍ୟ ଅନୁସାରେ, ଏହାର କାର୍ଯ୍ୟ ଆରମ୍ଭ ତାରିଖ ୨ ମାର୍ଚ୍ଚ ୨୦୧୯ ଓ ଶେଷ ତାରିଖ ୨ ମେ ୨୦୧୯ ରଖାଯାଇଛି। ସେହିପରି ବ୍ୟୟ ଅଟକଳ ମୂଲ୍ୟ ୩ ଲକ୍ଷ ଟଙ୍କା ଓ କାର୍ଯ୍ୟ ନିର୍ବାହୀ ସଂସ୍ଥା ପଞ୍ଚାୟତ ସମିତି ବୋଲି ଦର୍ଶାଯାଇଛି। କିନ୍ତୁ ଏ ବିଷୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ କିମ୍ବା ଯନ୍ତ୍ରୀ ଜାଣି ନ ଥିବା କହିଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ଅଗୋଚରରେ କିପରି ଆମ ଗାଁ ଆମ ବିକାଶ ଯୋଜନାର ଫଳକ ଲଗାଇ ୩ ଲକ୍ଷ ଟଙ୍କା ବିଲ୍‌ କରିନେବାକୁ ଉଦ୍ୟମ ଚାଲିଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ସରକାରୀ ନିୟମକୁ ଖୋଲା ଉଲ୍ଲଂଘନ କରୁଥିବା ବେଳେ କେବଳ ପୋଖରୀ ହୁଡ଼ା ଗୋଟିଏ ଦିନ ସଫା କରି ପ୍ରକଳ୍ପ କାର୍ଯ୍ୟ ଶେଷ କରାଯାଇଛି। ଏ ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୀତାଂଶୁ ବିଶ୍ୱାଳଙ୍କୁ ପଚାରିବାରେ ସେ କହିଲେ ଯେ, କାର୍ଯ୍ୟ କେବେ ହୋଇଛି, କିଏ କରିଛି ତାହା ସେ ଜାଣି ନାହାନ୍ତି। ସେହିପରି ଯନ୍ତ୍ରୀ ଶାରଦା ପ୍ରସାଦ ସ୍ବାଇଁ କହିଛନ୍ତି ଯେ, ସୂଚନା ଫଳକ କି କାର୍ଯ୍ୟ ବିଷୟରେ ସେ ଜାଣନ୍ତି ନାହିଁ। ଉକ୍ତ କାର୍ଯ୍ୟ କିଏ କରୁଛି ତାହା ମଧ୍ୟ ସେ ଅବଗତ ନାହାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଉଦୟପୁର ବେଳାଭୂମିରେ ଲାଗିଲା ଏଭଳି ଯନ୍ତ୍ର, ଦେଖିଲେ…

ଭୋଗରାଇ,୫ ।୧୧ ( ପ୍ରଦୀପ ଦାସ ): ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଉଦୟପୁର ସମୁଦ୍ରକୂଳରେ ସୋମବାର ଜାହାଜର ଦିଗ ନିର୍ଣ୍ଣୟ ଯନ୍ତ୍ର(...

ନୂତନ ଡେଲି ମାର୍କେଟର ଶିଳାନ୍ୟାସ: ଉପକୃତ ହେବେ ୫ ଶହରୁ ଅଧିକ ବ୍ୟବସାୟୀ

ଭବାନୀପାଟଣା,୪ା୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକା ପକ୍ଷରୁ ସୋମବାର ସ୍ଥାନୀୟ ୨୦ ନଂ ୱାର୍ଡରେ ନୂତନ ଡେଲି (ଦୈନିକ) ମାର୍କେଟର ଶିଳାନ୍ୟାସ କରାଯାଇଛି। ଏଥିପାଇଁ...

ଓଡ଼ିଶା ବନ ଓ ପରିବେଶ ବିଭାଗ ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ ୩ ସ୍ବର୍ଣ୍ଣ ପଦକ ହାସଲକାରୀ ସମ୍ମାନିତ

ଭବାନୀପାଟଣା,୫।୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଅମଲା ଭବନଠାରେ ରବିବାର ଓଡିଶା ବନ ଓ ପରିବେଶ ବିଭାଗ ଅବସରପ୍ରାପ୍ତ କର୍ମଚାରୀ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି।...

ବହୁତ ହୋଇଗଲା ଏଥର ଛାଡ଼ିବାନି: କାହିଁକି ଏମିତି କହିଲେ ପୁରୀ ଗଜପତି ମହାରାଜା

ପୁରୀ,୫।୧୧:ଆସନ୍ତା ୯ରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ ହେଉଛି। ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ...

କୂଅରେ ପଡ଼ିଥିଲା ହାତୀ: ମାଈ ହାତୀକୁ ଘଉଡାଇ ଉଦ୍ଧାର କଲା ବନ ବିଭଗ

ଦେବଗଡ,୫।୧୧(ଶଶାଙ୍କ ଶେଖର ଝାଙ୍କର): କୂଅରେ ପଡ଼ିଥିବା ହାତୀ ଶାବକକୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହେଲା ବନ ବିଭଗ। ଦେବଗଡ଼ ବନଖଣ୍ଡ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ...

ମାତିଛନ୍ତି ସାଇବର ଲୁଟେରା: ପରୀକ୍ଷାରେ ପାସ କରାଇବା ପାଇଁ ଅଭିଭାବକଙ୍କୁ ଆସୁଛି ମିଥ୍ୟା କଲ୍‌

ରାଇକିଆ,୫।୧୧(ପ୍ରଦୀପ ବେହେରା):ସାଇବର ଲୁଟେରାଙ୍କ ସକ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଛି। ଲୋକଙ୍କଠାରୁ ବିଭିନ୍ନ ଉପାୟରେ ଅର୍ଥ ଲୁଟ ପାଇଁ ଉଦ୍ୟମ କରୁଛନ୍ତି। ସୋମବାର ରାଇକିଆ ଜୀବନ...

ଧାନ ଫସଲ ଉପରେ ରାତାରାତି ପୋତିଦେଲେ ମାଟି:ପ୍ରତିବାଦରେ ରାସ୍ତାରୋକୋ ଉତ୍ତେଜନା ଜାରି

ବରଗଡ, ୫।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଖେଦାପାଲିି ଗ୍ରାମରେ ଚାଷ ହୋଇଥିବା ଧାନ ଫସଲ ଉପରେ ମାଟି ପୋତିବାକୁ ନେଇ ଉତ୍ତେଜନା...

ସ୍ବାମୀଙ୍କୁ  ଘଛରେ ବାନ୍ଧି, ଆଖି ଆଗରେ ସ୍ତ୍ରୀଙ୍କୁ କଲେ…

କୋରାପୁଟ/ନନ୍ଦପୁର,୫।୧୧(ଅମିତାଭ ବେହେରା): ସ୍ବାମୀଙ୍କୁ ନିସ୍ତୁକ ପିଟିଲେ, ଗଛରେ ବାନ୍ଧିଦେଲେ। ସ୍ତ୍ରୀଙ୍କୁ ମଧ୍ୟ ମାଡ଼ ମାରି ଲହୁଲୁହାଣ କରିଦେଲେ। ସ୍ବାମୀଙ୍କ ଆଖି ଆଗରେ ଛଟଛଟ ହୋଇ ପ୍ରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri