ଏଲିଜାବେଥ୍‌ ଦ୍ୱିତୀୟଙ୍କ ଜୟନ୍ତୀ

ଲଣ୍ଡନ, ୯।୬: କୁଇନ୍‌ ଏଲିଜାବେଥ୍‌ ଦ୍ୱିତୀୟଙ୍କ ୯୩ତମ ଜୟନ୍ତୀ ସରକାରୀ ଭାବେ ଶନିବାର ପାଳିତ ହୋଇଛି। ରାଣୀଙ୍କୁ ସମ୍ମାନ ପ୍ରଦର୍ଶନ ନିମନ୍ତେ ଓ୍ବେଷ୍ଟମିନ୍‌ଷ୍ଟରଠାରେ ଅଶ୍ୱାରୋହୀ ସୈନ୍ୟଙ୍କ ଏକ ରଙ୍ଗାରଙ୍ଗ ପରେଡ୍‌ ଏବଂ ପାରମ୍ପରିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୪୦୦ ସୈନ୍ୟ ସ୍କାର୍‌ଲେଟ କୋଟ ଏବଂ ବିୟରସ୍କିନ୍‌ ଟୋପି ପରିଧାନ କରି ଅଂଶଗ୍ରହଣ କରିଥିଲେ। ଏହି ରାଜକୀୟ ମହୋତ୍ସବରେ ଭାଗ ନେଇଥିଲେ ରାଜପରିବାରର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ପ୍ରିନ୍ସ ଚାର୍ଲସ, ପ୍ରିନ୍ସ ଓ୍ବିଲିୟମ୍‌ ଏବଂ ତାଙ୍କ ସ୍ତ୍ରୀ କାଟେ, ପ୍ରିନ୍ସ ହ୍ୟାରି ଓ ତାଙ୍କ ସ୍ତ୍ରୀ ମେଘାନ। ପୁତ୍ର ସନ୍ତାନ ଆର୍କି ଜନ୍ମ ପରେ ମେଘାନ୍‌ ପ୍ରଥମ କରି ଜନସାଧାରଣଙ୍କ ସମ୍ମୁଖକୁ ଆସିଥିଲେ।
ଏଲିଜାବେଥ୍‌ ଦ୍ୱିତୀୟଙ୍କ ଜନ୍ମଦିନ ବର୍ଷକୁ ଦୁଇଥର ପାଳନ କରାଯାଏ। ତେବେ ସରକାରୀ ଭାବେ ତାଙ୍କ ଜନ୍ମଦିନ ଜୁନ୍‌ରେ ହିଁ ପାଳିତ ହୁଏ। ତାଙ୍କର ପ୍ରକୃତ ଜନ୍ମଦିନ ହେଉଛି ଏପ୍ରିଲ ୨୧। ଏହି ଦିନ ତାଙ୍କର ଜନ୍ମଦିନ ପରିବାର ମଧ୍ୟରେ ସୀମିତ ରହେ।
ବାର୍ଷିକ ଜନ୍ମଦିନ ସମ୍ମାନ ତାଲିକାରେ ୩୦ଜଣ ମୂଳ ଭାରତୀୟ ଶିକ୍ଷାବିତ୍‌, ଶିଳ୍ପପତି ରହିଛନ୍ତି। ନଟିଙ୍ଗହାମ୍‌ ୟୁନିଭର୍ସିଟିର ପ୍ରଫେସର ହର୍‌ମିନ୍ଦର ସିଂ ଦୁଆଙ୍କୁ କମାଣ୍ଡର ଅଫ୍‌ ଦି ଅର୍ଡର ଅଫ୍‌ ଦି ବ୍ରିଟିଶ ଏମ୍ପାୟାର (ସିବିଇ) ଭାବେ ସମ୍ମାନିତ କରାଯାଇଛି। ଚକ୍ଷୁର ଯତ୍ନ ଓ ଚିକିତ୍ସା, ସ୍ବାସ୍ଥ୍ୟ ଶିକ୍ଷା ଏବଂ ଅପ୍‌ଥାମୋଲୋଜି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଲଣ୍ଡନରେ ଅବସ୍ଥାପିତ ଭରତ କୁମାର ହଂସରାଜ ଶାହଙ୍କୁ ବ୍ୟବସାୟ, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଜନହିତକର କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ସର୍ବୋଚ୍ଚ ସମ୍ମାନ କ୍ୟାଟିଗୋରିରେ ସିବିଇ ପ୍ରଦାନ କରାଯାଇଛି। ସେହିପରି ଜୁପିଟର ଟେଲିଭିଜନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା କ୍ରିଏଟିଭ୍‌ ଡାଇରେକ୍ଟରଙ୍କୁ ଟେଲିଭିଜନ୍‌ ଏବଂ ଐତିହ୍ୟ କ୍ଷେତ୍ରରେ ବିଶେଷ ଅବଦାନ ଲାଗି ପୁରସ୍କୃତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ହେବେ ରାଷ୍ଟ୍ରପତି? ଜଳହସ୍ତୀ କଲା ପୂର୍ବାନୁମାନ…

ଓ୍ବାଶିଂଟନ୍‌,୫।୧୧: AI କ୍ଷମତା ସମ୍ପନ୍ନ ChatGPT ଟ୍ରମ୍ପ ଓ ହାରିସଙ୍କ ହ୍ବାଇଟ ହାଉସ ଦଖଲକୁ ଅସମ୍ଭବ ବୋଲି ପୂର୍ବାନୁମାନ ଲଗାଇଥିବା ବେଳେ ନିରବ ରହିଛି ଗୁଗୁଲର...

ଓଡ଼ିଆଣୀ ବେଶରେ କମଲା, ପ୍ରଚାରବେଳେ ତଳେ ବସି ଖାଇଲେ ଟ୍ରମ୍ପ! ଦେଖନ୍ତୁ ଭାଇରାଲ ଫଟୋ

ନୂଆଦିଲ୍ଲୀ,୫।୧୧: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ତେବେ ରାଷ୍ଟ୍ରପତି କିଏ ହେବ ଏନେଇ ସାରା ବିଶ୍ୱର ନଜର ରହିଛି। ସେଠାରେ ଡୋନାଲ୍ଡ ଟ୍ରମ୍ପ...

ଆମେରକା ରାଷ୍ଟ୍ରପତି ନିଅନ୍ତି ଏତିକି ଦରମା, ମିଳେ ଏହି ସବୁ ସୁବିଧା

ଓ୍ବାଶିଂଟନ୍‌,୫।୧୧: ଆମେରିକାରେ ମଙ୍ଗଳବାର ରାଷ୍ଟ୍ରପତି ନିର୍ବାଚନ ଆରମ୍ଭ ହୋଇଛି। ଆମେରିକାର ରାଷ୍ଟ୍ରପତି ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଗଣାଯାଏ । ଆପଣ ଜାଣନ୍ତି କି...

ହଜିବ ଟ୍ରୁଡୋଙ୍କ ନିଦ, ରାଜ ରାସ୍ତାକୁ ଓହ୍ଲାଇଲେ ହିନ୍ଦୁ

ଓଟାଓ୍ବା,୫।୧୧: କାନାଡାର ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ଦ୍ୱାରା ମନ୍ଦିର ଉପରେ ଆକ୍ରମଣ ପରେ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ମଙ୍ଗଳବାର ବହୁ ସଂଖ୍ୟାରେ ରାଜରାସ୍ତାକୁ ଯାଇ ବିରୋଧ ପ୍ରଦର୍ଶନ...

ଟ୍ରମ୍ପ-ହାରିସଙ୍କ ଭୋଟ ସମାନ ହୋଇଗଲେ କେମିତି ସ୍ଥିର ହେବ ବିଜେତା: ଜାଣନ୍ତୁ କ’ଣ ରହିଛି ନିୟମ

ଓ୍ବାଶିଂଟନ,୫।୧୧: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଚାଲିଛି। ଏହି ଦିନଟି ସମଗ୍ର ଆମେରିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୀର୍ଘ ଦିନ ଧରି ଉଭୟ ରିପବ୍ଲିକାନ ପାର୍ଟି...

ଗର୍ଭପାତ ପ୍ରସଙ୍ଗକୁ ନେଇ ଭାରତୀୟ ଆମେରିକୀୟ ମହିଳା କାହକୁ ଦେବେ ଭୋଟ? ଚମକାଉଛି ସର୍ଭେ ରିପୋର୍ଟ

ଓ୍ବାଶିଂଟନ,୫।୧୧: ମଙ୍ଗଳବାର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି, ଏଥିରେ ଆମେରିକା ୪ବର୍ଷ ପାଇଁ ଏହାର ଭବିଷ୍ୟତ ବାଛିବ। ଆସନ୍ତା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଗର୍ଭପାତ...

ଭାରତ ଆଖି ଦେଖାଇବାରୁ ବାଟକୁ ଆସିଲା କାନାଡା, ପୋଲିସ ଅଫିସର ସସପେଣ୍ଡ

ଓଟାଓ୍ବା,୫।୧୧: ବ୍ରମ୍ପଟନରେ ହିନ୍ଦୁ ସଭା ମନ୍ଦିର ଉପରେ ଆକ୍ରମଣ ଏବଂ ହିନ୍ଦୁମାନଙ୍କୁ ପିଟିବା ମାମଲାରେ କାନାଡା ପୋଲିସ ପ୍ରଥମ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି...

ଖ୍ୟାତନାମା ମ୍ୟୁଜିସିଆନ୍‌ କୁଇନ୍ସି ଜୋନ୍ସଙ୍କ ପରଲୋକ

ଓ୍ବାଶିଂଟନ,୫ା୧୧: ଆମେରିକାର କିମ୍ବଦନ୍ତୀ ସଙ୍ଗୀତକାର, ପ୍ରଯୋଜକ ତଥା କମ୍ପୋଜର କୁଇନ୍ସି ଜୋନ୍ସଙ୍କର ରବିବାର ରାତିରେ ୯୧ ବର୍ଷ ବୟସରେ ଲସ୍‌ଆଞ୍ଜେଲସ୍‌ ବାସଭବନରେ ପରଲୋକ ହୋଇଯାଇଛି। ବହୁ ପ୍ରତିଭାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri