କିସ୍ମିସ୍ ଖାଇବାକୁ ଯେତିକି ସ୍ବାଦିଷ୍ଟ ସେତିକି ଉପକାରୀ ମଧ୍ୟ। ଏହାର ଖଟାମିଟା ସ୍ବାଦ ଖାଦ୍ୟକୁ ସ୍ବତନ୍ତ୍ର କରିଦିଏ। ବିଶେଷକରି ଏହାକୁ ଖିରିରେ ପକାଇଲେ ସ୍ବାଦ ବହୁଗୁଣ ବଢ଼ିଯାଇଥାଏ। ଖାଲି ପାଟି ସୁଆଦିଆ ପାଇଁ ଏହାକୁ ବ୍ୟବହାର କରାଯାଏ ନାହିଁ, ଏହାର ଅନେକ ଉପକାରୀ ଗୁଣ ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି। ଜାଣନ୍ତୁ ଏ ସମ୍ପର୍କରେ…
ଶରୀରକୁ ଶକ୍ତି ମିଳିଥାଏ :
ନିୟମିତ ଭାବରେ କିସ୍ମିସ୍ ଖାଇଲେ ଶରୀରକୁ ପ୍ରଚୁର ପରିମାଣରେ ଶକ୍ତି ମିଳିଥାଏ। କୋଲେଷ୍ଟରଲ୍ ହୁଏ ନାହିଁ। ହୃତପିଣ୍ଡ ଜନିତ ସମସ୍ୟା ଦୂର କରିବାରେ ଏହା ସହାୟକ ହୋଇଥାଏ।
ଓଜନ କମ୍ କରିଥାଏ :
ଯଦି ଆପଣ ମେଦବହୁଳତାର ଶିକାର ହୋଇଛନ୍ତି, ତେବେ ନିୟମିତ ଭାବେ କିସ୍ମିସ୍ ଖାଇଲେ ଏଥିରୁ ମୁକ୍ତି ମିଳେ। କିସ୍ମିସ୍ରୁ ମିଳୁଥିବା ପ୍ରାକୃତିକ ମିଠା ଶରୀର ପାଇଁ କ୍ଷତି ପହଞ୍ଚାଏ ନାହିଁ।
ହାଡ଼ ମଜଭୁତ କରେ :
କିସ୍ମିସ୍ରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଛି। ତେଣୁ ପ୍ରତିଦିନ ୪/୫ଟି କିସ୍ମିସ୍ ଖାଇଲେ ହାଡ଼ ମଜଭୁତ ହୋଇଥାଏ।