Posted inUncategorized

ଏସ୍‌ଏନ୍‌ସିୟୁରୁ ନବଜାତ ଶିଶୁ ଚୋରି: ୧୨ ଘଣ୍ଟା ପରେ ବୌଦ୍ଧରୁ ଉଦ୍ଧାର

ବଲାଙ୍ଗୀର, ୧୭ା୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିସରସ୍ଥ ମାତୃ ଓ ଶିଶୁ ହସ୍ପିଟାଲର ନବଜାତ ଶିଶୁ ସ୍ବତନ୍ତ୍ର ନବଜାତ ଯତ୍ନ ୟୁନିଟ୍‌(ଏସ୍‌ଏନ୍‌ସିୟୁ)ରୁ ଶୁକ୍ରବାର ସକାଳେ ଜଣେ ନବଜାତ ଶିଶୁପୁତ୍ର ଚୋରି ହୋଇଯାଇଥିଲା। ଘଟଣା ଜଣାପଡ଼ିବା ପରେ ହସ୍ପିଟାଲରେ ହଇଚଇ ସୃଷ୍ଟି ହୋଇଥିଲା। ନବଜାତ ଶିଶୁର ଚୋରି ନେଇ ପରିବାର ଲୋକେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦୋଷାରୋପ କରି ଅଭିଯୋଗ କରିଥିଲେ। ଜିଲା ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟମାନେ ଏମ୍‌ସିଏଚ୍‌ କୋଠା ସମ୍ମୁଖରେ ଧାରଣାରେ ବସି ତୁରନ୍ତ ଶିଶୁପୁତ୍ର ଫେରାଇବା ଦାବି କରିଥିଲେ। ଏହାପରେ ହସ୍ପିଟାଲ ସୁପରିଣ୍ଟେଣ୍ଟେଣ୍ଡ ଡା. ମାନସୀ ପଣ୍ଡା ଟାଉନ ଥାନା ପୋଲିସକୁ ଜଣାଇଥିଲେ। ଟାଉନ ପୋଲିସ ଟିମ୍‌ ଶିଶୁଚୋରିର ୧୨ ଘଣ୍ଟା ପରେ ବୌଦ୍ଧ ଜିଲା ଘଣ୍ଟାପଡ଼ା ଥାନା ସାହାଜପିଟା ଗଁାରୁ ସମ୍ପୃକ୍ତ ଶିଶୁପୁତ୍ରକୁ ଉଦ୍ଧାରକରି ରାତି ୯ଟାରେ ଭୀମଭୋଇ ମେଡିକାଲ କଲେଜକୁ ଫେରାଇଛି। ହସ୍ପିଟାଲ ଅଧୀକ୍ଷକ ଡା. ପଣ୍ଡା ଏବଂ ଜିଲା ପୋଲିସ ଟିମ୍‌ ଶିଶୁପୁତ୍ର କିଭଳି ଚୋରିହେଲା ଏବଂ କିଭଳି ଫେରିଲା ସେନେଇ ଗଣମାଧ୍ୟମକୁ କିଛି ବି ତଥ୍ୟ ଦେଇନାହାନ୍ତି। ତେବେ ଜିଲା ଶିଶୁ କଲ୍ୟାଣ ସମିତି ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି।
ମିଳିଥିବା ସୂଚନା ମୁତାବକ, ବୌଦ୍ଧ ଜିଲା କଣ୍ଟାମାଳ ଥାନା ବୁଡିପଦର ଗଁାର ସୁଶୀଳ ସ୍ବାଇଁଙ୍କ ସ୍ତ୍ରୀ ଝୁମ୍‌କି ଶୁକ୍ରବାର ସକାଳ ପ୍ରାୟ ୭ଟାରେ ହସ୍ପିଟାଲ ଏମ୍‌ସିଏଚ୍‌ କୋଠାରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ଜନ୍ମବେଳେ ଶିଶୁର ଓଜନ କମ୍‌ ଥିବାରୁ ତାଙ୍କୁ ଏସ୍‌ଏନ୍‌ସିୟୁକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ପରିବାରର ଜଣେ ମହିଳା ଶିଶୁକୁ ଏସ୍‌ଏନ୍‌ସିୟୁରେ ନେଇ ଭର୍ତ୍ତି କରିଥିଲେ। ତେବେ ଦିନ ପ୍ରାୟ ୧୨ଟା ବେଳେ ଶିଶୁଟି ସେଠାରୁ କୁଆଡ଼େ ନିଖୋଜ ହୋଇଯାଇଥିବା ଜଣାପଡ଼ିଥିଲା। ପରିବାର ଲୋକେ ଏ ନେଇ ପ୍ରଶ୍ନ କରିବାରୁ ଜଣେ ମହିଳା ଓ ଜଣେ ଯୁବକ ସେଠାରୁ ଶିଶୁପୁତ୍ରକୁ ନେଇଯାଇଥିବା ନର୍ସ ଜଣକ କହିଥିଲେ। ତେବେ ଅଜଣା ଲୋକଙ୍କୁ କିଭଳି ପିଲାକୁ ଦିଆଗଲା ସେନେଇ ହସ୍ପିଟାଲ କର୍ତ୍ତୃପକ୍ଷ କିଛି କହି ନ ଥିଲେ। ଏନେଇ ହସ୍ପିଟାଲ ଅଧୀକ୍ଷକ ଡା. ପଣ୍ଡା କେବଳ ଶିଶୁପୁତ୍ର ଚୋରି ହୋଇଥିବା ପୋଲିସକୁ ଜଣାଇଥିବା କହିଥିଲେ। ପୋଲିସ ତଦନ୍ତରୁ ଜଣେ ଯୁବକ ଓ ଜଣେ ମହିଳା ସମ୍ପୃକ୍ତ ଶିଶୁପୁତ୍ରକୁ ହସ୍ପିଟାଲରୁ ନେଇକରି ଯାଉଥିବା ସିସିଟିଭି ଯାଞ୍ଚରୁ ଜଣାପଡ଼ିଥିଲା।
ମିଳିଥିବା ସୂଚନାରୁ ଯେଉଁ ଦମ୍ପତିଙ୍କଠାରୁ ଶିଶୁପୁତ୍ର ଉଦ୍ଧାର ହୋଇଛି ସେଇ ଯୁବକଙ୍କ ସ୍ତ୍ରୀ ଶୁକ୍ରବାର ଭୀମଭୋଇ ମେଡିକାଲ କଲେଜରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ତେବେ ପୂର୍ବାହ୍ନ ପ୍ରାୟ ୯ଟା ବେଳେ ଶିଶୁକନ୍ୟାକୁ ନ ନେଇ ଶିଶୁପୁତ୍ରକୁ ଚୋରିକରି ନେଇଯାଇଥିବା ହସ୍ପିଟାଲ ଅକ୍ଷୀଧ୍ୟକ ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ପୂର୍ବରୁ ମିଶୋରେ ୮.୫ ଲକ୍ଷ ନୂଆ ନିଯୁକ୍ତି

ଭୁବନେଶ୍ୱର,୭।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ପାର୍ବଣ ପୂର୍ବରୁ ମିଶୋ ପ୍ରାୟ ୮.୫ ଲକ୍ଷ ନୂଆ ନିଯୁକ୍ତି (ଋତୁକାଳୀନ ଚାକିରି) ଦେବ...

ହୋଟେଲ ବାଥ୍‌ରୁମ୍‌ରେ ମହିଳାଙ୍କ ଭିଡିଓ କରୁଥିଲେ ଇଞ୍ଜିନିୟର, ପଡ଼ିଗଲେ ଧରା

ଭୁବନେଶ୍ୱର,୫ା୯: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ବାଥ୍‌ରୁମ୍‌ରେ ବୁଧବାର ଜଣେ ମହିଳା ଗାଧୋଉଥିବା ବେଳେ ଏହାର ଭିଡିଓ ଶୁଟ୍‌ କରି ଜଣେ...

ପ୍ୟାରିସ୍‌ ପାରାଲିମ୍ପିକ୍ସ: ଫାଇନାଲରେ ନୀତେଶ କୁମାର,ପଦକ ପକ୍କା କଲେ ମନୀଷା-ତୁଳସୀମତି

ପ୍ୟାରିସ୍‌,୧ା୯: ପ୍ୟାରିସ୍‌ରେ ଚାଲିଥିବା ପାରାଲିମ୍ପିକ୍ସ ୨୦୨୪ରେ ଭାରତୀୟ ପାରା ଶଟଲରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ରବିବାର ଏସ୍‌ଏଲ୍‌ ୩ ବର୍ଗର ଫାଇନାଲରେ ପ୍ରବେଶ କରିବା...

ନରାକାସ୍‌ ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ୱର,୩୦।୮ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି (ନରାକାସ୍‌/ବ୍ୟାଙ୍କ) ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ ଗୁରୁବାର ଭାରତୀୟ ଷ୍ଟେଟ...

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଇଡି ନିର୍ଦ୍ଦେଶକ

ଭୁବନେଶ୍ୱର,୨୭।୮(ସତ୍ୟଜିତ୍‌ ରାଉତ):ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ରାହୁଲ ନବୀନ। ଅଗଷ୍ଟ ୨୭ରୁ ୨୯ତାରିଖ ଯାଏ ସେ ଓଡ଼ିଶାରେ...

ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା: ସୁଜାତା ପାଣ୍ଡିଆନଙ୍କ ଭାଇର ପରିଚୟ ଦେଇ…

ମାଲକାନଗିରି,୨୬।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା । ଜିଲା ପରିଷଦ ସଦସ୍ୟା ସସ୍ମିତା ମାଝୀଙ୍କ ସହ ଅନ୍ୟ ୨ ଜଣଙ୍କ...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୨୫।୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ଦକ୍ଷିଣ ବାଂଲାଦେଶ ଏବଂ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏନେଇ ପାଣିପାଗ...

ବିରାଟ ଗଛ ପାଇଲା ନୂଆ ରୂପ

ଭର୍ଜିନିଆର ୧୦୦ ଏକରବିଶିଷ୍ଟ ଆର୍ଟ ଆଣ୍ଡ ନେଚର ପାର୍କରେ ଦେଖିବାକୁ ମିଳେ ଏକ ଅଜବ ଦୃଶ୍ୟ। ପ୍ରକୃତି ଓ କଳା କାରିଗରିର ଅଦ୍ଭୁତ ମିଶ୍ରଣ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri