ଏସ୍‌ଡିଆଇ ସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ

ଭୁବନେଶ୍ୱର, ୨୧।୮(ବ୍ୟୁରୋ): ଖୋର୍ଦ୍ଧା ଜିଲା ଜଟଣୀ ତରାବୋଇଠାରେ ଦକ୍ଷତା ବିକାଶ ପ୍ରତିଷ୍ଠାନ (ଏସ୍‌ଡିଆଇ)ର ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କେମିକାଲ ଟେକ୍ନୋଲୋଜି (ଆଇସିଟି)-ଇଣ୍ଡିଆନ ଅଏଲ କର୍ପୋରେଶନ (ଆଇଓସି) ଭୁବନେଶ୍ୱର ନୂଆ କ୍ୟାମ୍ପସର ଭୂମିପୂଜନ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ଡିଆଇକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରି କହିଛନ୍ତି, ଏହି ଅନୁଷ୍ଠାନ ଓଡ଼ିଶାର ଯୁବପିଢ଼ିଙ୍କୁ ତାଲିମ ଓ ନିଯୁକ୍ତି କ୍ଷେତ୍ରରେ ଉତ୍କର୍ଷ ପ୍ରଦାନ କରିବ। ସେହିପରି ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ଜମିରେ ଆଇସିଟି-ଆଇଓସିର ନୂଆ କ୍ୟାମ୍ପସର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ମୁଁ ଖୁସି। ଉଜ୍ୱଳ ଶୈକ୍ଷିକ ପ୍ରଦର୍ଶନ ପାଇଁ ହି ଅନୁଷ୍ଠାନ ପରିଚିତ ଥିବାବେଳେ ଏହା ରସାୟନିକ ପ୍ରଯୁକ୍ତିବିଦ୍ୟା ଏବଂ ଅନୁଗାମୀ କ୍ଷେତ୍ରରେ ଉଚ୍ଚମାନର ବୈଷୟିକ ଶିକ୍ଷା ପ୍ରଦାନ କରିବ। ଏହି ଦୁଇ ପ୍ରତିଷ୍ଠାନ ଓଡ଼ିଶାରେ ଶିଳ୍ପ ପରିସଂସ୍ଥାକୁ ମୂଲ୍ୟଯୁକ୍ତ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏସ୍‌ଡିଆଇର ଲୋକାର୍ପଣ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଲେ, ଦେଶରେ ଶିକ୍ଷାର ଗୁଣାତ୍ମକମାନ କିଭଳି ରହିବ ଏବଂ ଓଡ଼ିଶାର ପିଲାମାନେ କିଭଳି ସାମଗ୍ରିକ ଭାବେ ଏହାର ଲାଭ ପାଇପାରିବେ ସେନେଇ ବ୍ୟାପକ ଯୋଜନା ପ୍ରସ୍ତୁତ ହେଉଛି। ଛାତ୍ରୀଛାତ୍ରମାନେ କୁଶଳୀ ମାଧ୍ୟମରେ ହିଁ ସ୍ବାବଲମ୍ବୀ ସହ ଆତ୍ମନିର୍ଭର ହୋଇପାରିବେ। ଦେଶବାସୀଙ୍କୁ ସମର୍ପିତ ଭୁବନେଶ୍ୱର ଦକ୍ଷତା ବିକାଶ କେନ୍ଦ୍ର ରାଷ୍ଟ୍ରୀୟ ଏବଂ ବିଶ୍ୱ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କୁ ପ୍ରଶିକ୍ଷଣ ଦ୍ୱାରା ଉଦ୍ୟମିତା ବିକାଶ ଜରିଆରେ ସ୍ବରୋଜଗାରର ମାଧ୍ୟମ ଦେଇପାରିବ। ଓଡ଼ିଶାର ଛାତ୍ରୀଛାତ୍ର ବିଶେଷ ଉପକୃତ ହେବେ। ପ୍ରତିଷ୍ଠାନ ପରିସରରେ ଅତ୍ୟାଧୁନିକ ସ୍ପୋଟର୍‌ସ କମ୍ପ୍ଲେକ୍ସ ନିର୍ମାଣ ହେବ। ଏହି ଅନୁଷ୍ଠାନ ଆଗାମୀ ବର୍ଷରେ ଦକ୍ଷତା ବିକାଶ କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବ ବୋଲି ମନ୍ତ୍ରୀ ପ୍ରଧାନ କହିଛନ୍ତି।
୨୦୧୬ରୁ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏସ୍‌ଡିଆଇର ଅସ୍ଥାୟୀ କ୍ୟାମ୍ପସ କାର୍ଯ୍ୟ କରୁଥିବାବେଳେ ୨୦୧୮ରେ ତରାବୋଇଠାରେ ଏହାର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ରାଷ୍ଟ୍ରପତି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଲୋକାର୍ପିତ ହୋଇଥିବା ଏସ୍‌ଡିଆଇର ନୂଆ କ୍ୟାମ୍ପସର ଭିତ୍ତିଭୂମିକୁ ଅତ୍ୟାଧୁନିକ କରାଯାଇଛି। ଏଠାରେ ୧ ହଜାର ଛାତ୍ରୀଛାତ୍ର ଓ ୨୦୦ ଶିକ୍ଷୟିତ୍ରୀଶିକ୍ଷକ ରହିବାର ବ୍ୟବସ୍ଥା ରହିଛି। ସ୍ମାର୍ଟ କ୍ଲାସ୍‌ରୁମ ସହ ୱାର୍କଶପ୍‌କୁ ମଧ୍ୟ ବିକଶିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି, ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ଇଣ୍ଡିଆନ ଅଏଲର ଚେୟାରମ୍ୟାନ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri