ଛତ୍ରପୁର,୨୩ା୧୦(ଡି.ଏନ.ଏ.)- ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ମଙ୍ଗଳବାର ଛତ୍ରପୁର ଆସି ଗଞ୍ଜାମ ଏସ୍ପିଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ପରିଦର୍ଶନ ବେଳେ ଏସ୍ପି ବ୍ରିଜେଶ କୁମାର ରଏଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ସମସ୍ତ କାଗଜପତ୍ର ଯାଞ୍ଚ ସହ ଅପରାଧ, ସ୍ବୟଂସିଦ୍ଧା, ଆମ ପୋଲିସ, ବରିଷ୍ଠ ନାଗରିକ ସେଲ, ଥାନାଗୁଡ଼ିକରେ ମହିଳା ଓ ଶିଶୁ ଡେସ୍କ, ଏଚଆରପିସି ସମ୍ପର୍କରେ ସେ ତଥ୍ୟ ମାଗିଥିଲେ। ଏଥିସହ ଏସ୍ପିଙ୍କ କାର୍ଯ୍ୟାଳୟରେ ଥିବା ବିଭିନ୍ନ ବିଭାଗ ପରିଦର୍ଶନ କରି ଡିଆଇଜି ତଥ୍ୟ ସଂଗ୍ରହ କରିଥିଲେ।