ଏସ୍‌ସିବି ପ୍ରସୂତି ରୋଗ ବିଭାଗ ହେବ ସେଣ୍ଟର ଅଫ ଏକ୍ସିଲେନ୍ସ

କଟକ ଅଫିସ, ୨୧। ୧: ଏସ୍‌ସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଉତ୍କର୍ଷ ପ୍ରତିଷ୍ଠାନ ବା ସେଣ୍ଟର ଅଫ ଏକ୍ସିଲେନ୍ସ ମାନ୍ୟତା ପାଇବ। ୨୧୦ ବେଡ୍‌ ବିଶିଷ୍ଟ ଏହି ବିଭାଗରେ ଏବେ ବିଇଏମ୍‌ଓସି, ଇଏମ୍‌ଓସି, ଦକ୍ଷତା, ନବଜାତ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଓ ଲାଇଫ ସେଭିଂ ଆନାସ୍ଥେସିଆ ସ୍କିଲ ତାଲିମ କାର୍ଯ୍ୟକ୍ରମ କରାଯାଉଛି। ଏଥିସହିତ ଉକ୍ତ ବିଭାଗରେ ଏକ ସ୍କିଲ ଲ୍ୟାବ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆସନ୍ତା ଫେବୃୟାରୀ ପ୍ରଥମ ସପ୍ତାହରେ ଏହି ଲ୍ୟାବ୍‌ ଉଦ୍‌ଘାଟନ ହେବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟତଃ ଡାକ୍ତର ଓ ମେଡିକାଲ କର୍ମଚାରୀମାନଙ୍କୁ ବର୍ତ୍ତମାନ ମାନିକୁଇନ (କଣ୍ଢେଇ) ସାହାଯ୍ୟରେ ତାଲିମ ଦିଆଯାଉଛି। କିଭଳି ପ୍ରସବ କରାଯିବ, ମା’ମାନଙ୍କୁ ସ୍ତନ୍ୟପାନ ତାଲିମ ସହିତ ବିଭିନ୍ନ ସ୍ତ୍ରୀ ରୋଗ ସମ୍ପର୍କିତ ତାଲିମ ଦିଆଯାଉଛି। ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ପାଇଁ ଏହି ଲ୍ୟାବ୍‌ ଉପଯୋଗୀ ହେବ ବୋଲି ହସ୍ପିଟାଲ ମ୍ୟାନେଜର ସୌମ୍ୟା ମହାନ୍ତି କହିଛନ୍ତି। ମହାନ୍ତିଙ୍କ କହିବା ଅନୁଯାୟୀ, ପ୍ରତିଦିନ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ୫୫ରୁ ୬୦ ଜଣ ମହିଳା ପ୍ରସବ କରୁଛନ୍ତି। ଏହି ହାରରେ ମାସିକ ୧ହଜାରରୁ ଅଧିକ ମହିଳା ଏଠାରେ ପ୍ରସବ କରୁଥିବା ରେକର୍ଡ କହୁଛି। ପ୍ରସୂତି ବିଭାଗକୁ ଲାଗି କରି ୨୪ ବେଡ୍‌ ବିଶିଷ୍ଟ ଏସ୍‌ଏନ୍‌ସିୟୁ ରହିଛି। ଏବେ ଏସ୍‌ଏନ୍‌ସିୟୁ ବେଡ୍‌ ବୃଦ୍ଧି ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଦୂରଦୂରାନ୍ତରୁ ଆସୁଥିବା ମହିଳାମାନଙ୍କର ସହଜ ପ୍ରସବ ଓ ପ୍ରସବକାଳୀନ ବ୍ୟବହାର ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି। ଏବେ ପ୍ରସୂତି ରୋଗ ବିଭାଗ ଅତ୍ୟନ୍ତ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ କରୁଥିବା ମହାନ୍ତି ସୂଚନା ଦେଇଛନ୍ତି। ତେବେ ଉକ୍ତ ବିଭାଗକୁ ସେଣ୍ଟର ଅଫ ଏକ୍ସଲେନ୍ସ କରିବା ପାଇଁ ଉଦ୍ୟମ ହେଉଥିବାବେଳେ ଅନେକ ସମୟରେ ଏଠାକୁ ପ୍ରସବ ନିମନ୍ତେ ଆସୁଥିବା ମହିଳାମାନଙ୍କୁ ଉପଯୁକ୍ତ ସେବା ମିଳୁ ନ ଥିବା ଅଭିଯୋଗ ହେଉଛି। ଏପରି କି ଠିକ୍‌ ସମୟରେ ସେବା ନ ମିଳିବାରୁ ମହିଳାମାନଙ୍କ ମୃତ୍ୟୁ ଘଟିଥିବା ନେଇ ମାନବାଧିକାର କମିଶନରେ ମାମଲା ରୁଜୁ ହୋଇଛି। ଏତେ ସବୁ ବ୍ୟବସ୍ଥା ପରେ ମଧ୍ୟ ଏଠାରେ ପ୍ରତି ମାସରେ ପ୍ରସବ ସମୟରେ ୬ରୁ ୭ ଜଣ ମହିଳାଙ୍କ ମୃତ୍ୟୁ ଘଟୁଥିବା ଜଣାପଡ଼ିଛି। ତେବେ ଏହି ମୃତ୍ୟୁ ହାରରେ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ ଚାଲିଥିବା ମହାନ୍ତି କହିଛନ୍ତି। ଅବସରପ୍ରାପ୍ତ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ପ୍ରଫେସର ଡା. ଶ୍ୟାମା କାନୁନ୍‌ଗୋଙ୍କ କହିବା ଅନୁଯାୟୀ, ବିଶ୍ୱବ୍ୟାପୀ ପ୍ରସବ ସମୟରେ ହାରାହାରି ୧୫ ପ୍ରତିଶତ ମହିଳାଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଥାଏ। କାରଣ ଗର୍ଭଧାରଣ ସମୟରେ କେତେକ ଜଟିଳତା ହିଁ ଏହାର କାରଣ ପାଲଟିଥାଏ। ସମ୍ପ୍ରତି ଏସ୍‌ସିବି ମେଡିକାଲରେ ଅନେକ ତାଲିମ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯାହା ଉଭୟ ମାତୃ ଓ ଶିଶୁ ମୃତ୍ୟୁକୁ ରୋକିବାରେ ସକ୍ଷମ ହୋଇପାରିବ। ମେଡିକାଲ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରାଙ୍କ କହିବା ଅନୁଯାୟୀ, ଏସ୍‌ସିବି ମେଡିକାଲରେ ଚିକିତ୍ସାର ମାନ ବୃଦ୍ଧି ପାଇଁ ଅନେକ ଯୋଜନା ହାତକୁ ନିଆଯାଇଛି। ସେଥିମଧ୍ୟରୁ ପ୍ରସୂତି ରୋଗ ବିଭାଗରେ ବେସିକ୍‌ ଆଣ୍ଡ ଇମରଜେନ୍ସି ଅବଷ୍ଟେଟ୍ରିକ କେୟାର ଉପରେ ଅଧିକ ଧ୍ୟାନ ଦିଆଯାଉଛି। ସ୍କିଲ ଲ୍ୟାବ୍‌ ପ୍ରତିଷ୍ଠା ଦ୍ୱାରା ଅନେକ ଜଟିଳତାର ସମାଧାନ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

୬ ବର୍ଷର ଝିଅକୁ ଝୁଣି ମାରିଦେଲେ କୁକୁର

ବୋରିଗୁମ୍ମା, ୨୪।୧୨(ବିଜୟ ସାହୁ): କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଧୀନ ପୁପୁଗାଁରେ ଏକ ୬ବର୍ଷର ଶିଶୁକନ୍ୟାଙ୍କୁ ବୁଲା କୁକୁରମାନେ କାମୁଡ଼ିକାମୁଡ଼ି ମାରିଦେଇଥିବା ଜଣାପଡ଼ିଛି। ମୃତକ ହେଲେ...

ଡିସେମ୍ବର ୩୦ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୪ା୧୨: ଆଗାମୀ ଡିସେମ୍ବର ୩୦ ତାରିଖ ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ...

ଇସ୍ତଫା ଦେଲେ ରଘୁବର ଦାସ, ରାଜନୀତିକୁ ପୁଣି ଫେରିବେ!

ଭୁବନେଶ୍ୱର,୨୪।୧୨: ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ। ତାଙ୍କ ସ୍ଥାନରେ ହରି ବାବୁ କମ୍ଭମପତି ନୂଆ ରାଜ୍ୟପାଳ ନିଯୁକ୍ତି ହୋଇଛନ୍ତି। ରଘୁବରଙ୍କ ଇସ୍ତଫା...

ଡା. ହରିବାବୁ କମ୍ଭମ୍ପତି ଓଡ଼ିଶାର ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ, ୨୪ା୧୨: ବଦଳିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ମିଜୋରାମର ରାଜ୍ୟପାଳ ଡା. ହରି ବାବୁ କମ୍ଭମ୍ପତିଙ୍କୁ ଓଡିଶାରବ ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।...

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଲୋଗୋ ଉନ୍ମୋଚନ, ପଞ୍ଚାୟତ ସ୍ତରୀୟ ଉତ୍ସବର ଶୁଭ ଉଦଘାଟନ

କେସିଙ୍ଗା, ୨୪ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କୁଣ୍ଡାବନ୍ଧ ଗ୍ରାମ ପଞ୍ଚାୟତର ଯୋଗମାୟା ପୀଠ ପରିସରରେ କେସିଙ୍ଗା ଗୋଷ୍ଠୀ ଅଧିକାରୀ ପଦ୍ମନାଭ ପୁରୋହିତଙ୍କ...

ନାବାଳିକା ବଳାତ୍କରୀଙ୍କୁ ୨୦ ବର୍ଷ କାରାଦଣ୍ଡ

କେନ୍ଦୁଝର, ୨୪ା୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ବତନ୍ତ୍ର ବିଚାରପତି ମୋନାଲିସା ମହାନ୍ତି ଆଜି ୧୨ ବର୍ଷ ବୟସ୍କା ନାବାଳିକା...

ନିର୍ମାଣ ଶ୍ରମିକ ସହାୟତା ରାଶି ବଣ୍ଟନରେ ବିଫଳ କେନ୍ଦୁଝର ଶ୍ରମ ବିଭାଗ

କେନ୍ଦୁଝର ୨୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲାର ସମଗ୍ର ଜନ ସଂଖ୍ୟାର ଏକ ବୃହତ ଭାଗ ହେଉଛନ୍ତି ଶ୍ରମିକ ଆଉ ଉକ୍ତ ଶ୍ରମିକ ମାନଙ୍କ ମଧ୍ୟରୁ ସର୍ବାଧିକ...

ପ୍ରତିଧ୍ୱନୀ ନୃତ୍ୟୋତ୍ସବ ୨୦୨୪ ପାଳିତ

ଭୁବନେଶ୍ଵର,୨୧।୧୨: ଗୁରୁ ଦେବପ୍ରସାଦ ନୃତ୍ୟ ଧାରା, ସିଙ୍ଗାପୁର ପକ୍ଷରୁ ପ୍ରଥମ ଥର ପାଇଁ ଭୁବନେଶ୍ବର ସ୍ଥିତ ଜିକେସିଏମ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନର ଉତ୍କଳ ରଙ୍ଗମଞ୍ଚରେ ନୃତୋତ୍ସବ”...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri