ହମ୍ପିର ଭଗବାନ ବିଷ୍ଣୁଙ୍କର ଅବତାର ଭିଠାଲ୍ଙ୍କ ବିଶାଳ ମନ୍ଦିର ଅଛି। ଏହି ମନ୍ଦିରରେ ୫୬ଟି ଖମ୍ବ ଅଛି ା ଯାହାକି ପୁରାତନ ଶିଳ୍ପକଳାର ଏକ ସୁନ୍ଦର ଉଦାହରଣ ଅଟେ। କୁହାଯାଏ ଯେ ଏହି ଖମ୍ବରେ ହାଲୁକା ଆଘାତ କଲେ ସଙ୍ଗୀତର ସାତ ଧ୍ୱନି ବାହାରେ। ଏହା ବ୍ୟତୀତ ଏହାକୁ ସାରେଗାମା ପିଲର୍ସ ମଧ୍ୟ କୁହାଯାଏ। ଭାରତ ଯେତେବେଳେ ଇଂରେଜ ମାନଙ୍କର ଅଧୀନରେ ଥିଲା ସେତେବେଳେ ସେମାନେ ଏ ରହସ୍ୟ ବିଷୟରେ ଜାଣିପାରିଥିଲୋ ଇଂରେଜମାନେ ଏହାର ରହସ୍ୟ ଜାଣିବା ପାଇଁ ଦୁଇଟି ଖମ୍ବକୁ ଭାଙ୍ଗିଦେଲେ। କିନ୍ତୁ ତା ଭିତରେ ଫମ୍ପା ଥିଲା। ଆଜି ମଧ୍ୟ ଏହି ଭଙ୍ଗାଯାଇଥିବା ଖମ୍ବକୁ ଦେଖିବାକୁ ମିଳୁଛି।