Posted inଫୁରସତ

ଏହି ଗ୍ରାମରେ ଦଳିତଙ୍କୁ ଚପଲ ପିନ୍ଧିବା ମନା

ବେଙ୍ଗାଲୁରୁ, ୨୦।୬: କର୍ନାଟକର ଟିପ୍ପୁର ଗ୍ରାମରେ ଦଳିତ ଶ୍ରେଣୀର ଲୋକେ ମନ୍ଦିର ଯିବା ତ ଦୂରର କଥା, ଚପଲ ପିନ୍ଧିବାକୁ ମଧ୍ୟ ଅନୁମତି ନାହିଁ। ଏଭଳି ଅମାନବୀୟ ବ୍ୟବହାର ପାଇଁ ଦଳିତମାନେ ପ୍ରଶାସନ ଉପରେ ଦୋଷ ଲଦିଛନ୍ତି। ସେମାନେ ଅଭିଯୋଗ କରି କହିଛନ୍ତି, ଦଳିତଙ୍କ ପ୍ରତି ଏଭଳି ଅଛୁଁଆ ଭେଦଭାବ ପ୍ରଶାସନ ଦେଖି ମଧ୍ୟ ଚୁପ୍‌ ରହୁଛି। ଏନେଇ ସେମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ବହୁ ବର୍ଷରୁ ଏଠାରେ ଅନୁସୂଚିତ ଜାତି, ଜନଜାତି ଏବଂ ଆଦିବାସୀଙ୍କୁ ଚପଲ ପିନ୍ଧିବାର ଅଧିକାର ଦିଆଯାଇ ନାହିଁ। ସେମାନେ କେଶ ମଧ୍ୟ ଗାଁ ଭିତରେ କାଟିପାରିବେ ନାହିଁ। ଏମାନେ ମନ୍ଦିର ମଧ୍ୟ ଯାଇପାରିବେ ନାହିଁ। କିଛିଦିନ ତଳେ ଦଳିତ ବେରୋଜଗାର ଯୁବକଙ୍କୁ ସରକାର ଏକ ସଉଦା ଦୋକାନ କରିବାକୁ ଅର୍ଥ ଯୋଗାଇ ଦେଇଥିଲେ। କିନ୍ତୁ ସାଧାରଣ ବର୍ଗର ଲୋକେ ଏହି ଦୋକାନକୁ ଆସୁନାହାନ୍ତି। ଦଳିତମାନେ କେସ୍‌ କଲେ କାଉଣ୍ଟର କେସ୍‌ କରାଯାଉଛି। ଫଳରେ ମାମଲାର ସମାଧାନ ହୋଇପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କପେ ଚା’କୁ ଲକ୍ଷେ ଟଙ୍କା

ଦୁବାଇ:ସାଉଦି ଆରବର ଦୁବାଇସ୍ଥିତ ଏକ କାଫେରେ ଏପରି ଏକ ଚା’ପରଷା ଯାଉଛି, ଯାହାର ଦାମ ୧ ଲକ୍ଷ ଟଙ୍କା ରହିଛି। ଡିଆଇଏଫ୍‌ସି ଏମିରେଟ୍ସ ପାଇନାନ୍ସିଆଲ ଟାଓ୍ବାର...

ଜାଣନ୍ତି କି କାହିଁକି ହିନ୍ଦୀ ବାମରୁ ଡାହାଣକୁ, ଊର୍ଦ୍ଦୁ ଡାହାଣରୁ ବାମକୁ ଲେଖାଯାଏ, ଏହା ପଛର କାରଣ ଜାଣିଲେ…

ଉଭୟ ହିନ୍ଦୀ ଏବଂ ଉର୍ଦ୍ଦୁ ଭାରତରେ କଥିତ। ଏହି ଦୁଇଟି ଭାଷା ମଧ୍ୟରେ ଅନେକ ସମାନତା ଅଛି, ତଥାପି ସେଗୁଡ଼ିକ ଲେଖିବାରେ ଏକ ବଡ଼ ପାର୍ଥକ୍ୟ...

ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ: ଏତିକି ବର୍ଷ ବୟସରେ ନେଲେ ଶେଷ ବିଦାୟ

ଲଣ୍ଡନ,୨୭ା୧୧: ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ଜନ୍‌ ଆଲ୍‌ଫ୍ରେଡ୍‌ ଟିନିସ୍‌ଉଡ୍‌ଙ୍କର ୧୧୨ ବର୍ଷରେ ପରଲୋକ ହୋଇଯାଇଛି। ଇଂଲଣ୍ଡର ସାଉଥପୋର୍ଟ କେୟାର ହୋମ୍‌ରେ ସୋମବାର ତାଙ୍କର ଦେହାନ୍ତ...

ବିପଦରେ ସାଇଗା ପ୍ରଜାତିର ହରିଣଙ୍କ ଅସ୍ତିତ୍ୱ

ମସ୍କୋ: ବିଶ୍ୱରେ ଅନେକ ପ୍ରକାରର ହରିଣ ପ୍ରଜାତି ଦେଖିବାକୁ ମିଳିଥାଏ। ସାଧାରଣତଃ ହରିଣଗୁଡ଼ିକୁ ସେମାନଙ୍କର ଶିଙ୍ଗ ଏବଂ ସୌନ୍ଦର୍ଯ୍ୟତା ପାଇଁ ବେଶ୍‌ ପ୍ରଶଂସା କରାଯାଇଥାଏ। କିନ୍ତୁ...

ପ୍ରେମିକାଙ୍କ ପାଇଁ ସପ୍ତାହକୁ ୧୮ ହଜାର କି.ମି. ଯାତ୍ରା

ବେଜିଂ: ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଖବର ସମସ୍ତଙ୍କ ହୃଦୟ ଜିତିପାରିଛି। ଅଷ୍ଟ୍ରେଲିଆରେ ପଢ଼ୁଥିବା ଚାଇନାର ଜଣେ ଛାତ୍ର ନିଜ ଅଧ୍ୟୟନ ଓ ପ୍ରେମିକାଙ୍କ...

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri