ବିଶ୍ୱରେ ଅନେକ ପ୍ରକାଶ ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରେ କେହି ଭୂତପ୍ରେତ ଉପରେ ବିଶ୍ୱାସ କରୁଥିଲାବେଳେ ଆଉ କେହି ଏହାକୁ ମନଗଢା କାହାଣୀ କହି ଏଡାଇ ଯାଆନ୍ତି। ଆମେରିକାର ଟେନେସି ସହରରେ ଏମିତି ଏକ ଭୂତ କୋଠରୀ ଅଛି, ଯେଉଁଠିକି ଗଲେ ଆପଣ ଲକ୍ଷପତି ହୋଇଯିବେ। ସମରଟାଉନରେ ଥିବା ଏହି ଭୂତ କୋଠରୀରେ ବିନା ଭୟରେ ୧୦ ଘଣ୍ଟା ବିତାଇଲେ ଆପଣଙ୍କୁ ୧୪ ଲକ୍ଷ ଟଙ୍କା ପୁରସ୍କାର ମିଳିବ। ଏହି ଭୟଙ୍କର ଭୂତ କୋଠରୀର ନାଁ ହେଉଛି ମେକ ମି ମ୍ୟାନର। ଏହି କୋଠରୀର ମାଲିକ ଦାବି କରନ୍ତି ଯେ ବିନା ଭୟରେ ୧୦ ଘଣ୍ଟା ଏହା ମଧ୍ୟରେ ବିତାଇବା ଅସମ୍ଭବ। କୌଣସି ବ୍ୟକ୍ତି ଯଦି ବିନା ଭୟରେ ସାହସର ସହ ୧୦ ଘଣ୍ଟା ଏଠାରେ ରହନ୍ତି, ତାଙ୍କୁ ୧୪ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ। ଏହି କୋଠରୀର ଭିତରକୁ ପ୍ରବେଶ କରବା ପାଇଁ ଚାହୁଁଥିବା ବ୍ୟକ୍ତିଙ୍କୁ ୪୦ ପେଜର ଏକ ଚୁକ୍ତି ସ୍ବାକ୍ଷର କରିବାକୁ ପଡିଥାଏ। ଏଥିସହ ସେମାନଙ୍କ ବୟସ ୨୧ ବର୍ଷରୁ କମ ହୋଇ ନ ଥିବା ଆବଶ୍ୟକ। କୋଠରୀ ଭିତରକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ସମସ୍ତ ମେଡିକାଲ ପ୍ରମାଣ ପତ୍ର ଦାଖଲ କରିବାକୁ ହୋଇଥାଏ।