ବିଶ୍ୱରେ ସମସ୍ତ ଧର୍ମରେ ସ୍ବର୍ଗ-ନର୍କର କଥା ବର୍ଣ୍ଣନା କରାଯାଇଛି। ସ୍ବର୍ଗ ଏମିତି ଏକ ସ୍ଥାନ, ଯେଉଁଠି ମୃତ୍ୟୁ ପରେ ପୁଣ୍ୟାତ୍ମାଙ୍କୁ ସ୍ଥାନ ମିଳିଥାଏ। ଆଉ ନର୍କକୁ ପାପୀଙ୍କର ସ୍ଥାନ ବୋଲି କୁହାଯାଇଥାଏ। ଆଜି ଏମିତି ଏକ ମନ୍ଦିର ସମ୍ପର୍କରେ କହିବୁ, ଯାହାକୁ ନର୍କର ଦ୍ୱାର ବୋଲି କୁହାଯାଇଥାଏ। ଅର୍ଥାତ୍ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ଘଟିଲେ ଏହି ଦ୍ୱାର ଦେଇ ଯିବାକୁ ପଡ଼ିଥାଏ। ସ୍ଥାନୀୟ ଲୋକେ କୁହନ୍ତି, ଏହି ମନ୍ଦିରର ପଛଦ୍ୱାର ଦେଇ ଯିଏ ପ୍ରବେଶ କରିଥାଏ, ସେ ଆଉ ଫେରେ ନାହିଁ। ଉକ୍ତ ମନ୍ଦିରରେ ଗତ କିଛି ବର୍ଷ ଧରି ଲଗାତାର ରହସ୍ୟମୟ ଭାବେ ଲୋକଙ୍କର ମୃତ୍ୟୁ ଘଟୁଛି। ଖାଲି ମଣିଷ ନୁହନ୍ତି, ପଶୁପକ୍ଷୀଙ୍କ କ୍ଷେତ୍ରରେ ମଧ୍ୟ ଏପରି ଘଟୁଛି।
ଏମିତି ମନ୍ଦିର ରହିଛି ପ୍ରାଚୀନ ଗ୍ରୀକ୍ ରୋମ୍ ସାମ୍ରାଜ୍ୟର ହିରୋପଲିସ ସହରରେ। ବର୍ତ୍ତମାନ ଏହା ଦକ୍ଷିଣ-ପଶ୍ଚିମ ତୁର୍କୀର ପମୁକେଲ୍ ସହର ନାମରେ ପରିଚିତ। କୁହାଯାଏ, ଯମ ଦେବତାଙ୍କ ନାମରେ ଏକ ପଶୁକୁ ମାରିବା ପାଇଁ ଏହି ଗୁମ୍ଫାରେ ଛାଡ଼ି ଦିଆଯାଇଥିଲା। କିନ୍ତୁ ପଶୁଟି ଆଉ ଫେରି ନ ଥିଲା। ବର୍ତ୍ତମାନ ଏ ନେଇ ବୈଜ୍ଞାନିକମାନେ ଯାଞ୍ଚ ଆରମ୍ଭ କରିଛନ୍ତି। ସେମାନଙ୍କ ମତରେ, ମନ୍ଦିର ତଳେ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ ନିର୍ଗତ ହେଉଛି। ଯେଉଁଥିପାଇଁ ଉକ୍ତ ମନ୍ଦିର ଦ୍ୱାରରେ ମଣିଷ ସହ ପଶୁପକ୍ଷୀ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଏଣୁ ମୃତ୍ୟୁ ଘଟୁଛି।