ନୂଆଦିଲ୍ଲୀ,୭।୧୦:ଦେଶର ପ୍ରମୁଖ ସହରରେ ଏୟାରଟେଲ୍ ୫ଜି ପ୍ଲସ୍ର ଉନ୍ମୋଚନ କରାଯାଇଛି। ଏପରିକି ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ସିଲିଗୁଡ଼ି, ନାଗପୁର ଓ ବାରାଣସୀ ଭଳି ସହରର ଗ୍ରାହକମାନେ ପର୍ଯ୍ୟାୟକ୍ରମେ ଏୟାରଟେଲ୍ ୫ଜି ପ୍ଲସ୍ ସେବାଗୁଡ଼ିକୁ ଉପଭୋଗ କରିପାରିବେ ା କାରଣ କମ୍ପାନୀ ଏହାର ନେଟ୍ୱର୍କ ସ୍ଥାପନ କରିବା ଏବଂ ରୋଲ ଆଉଟ୍ ସମ୍ପୂର୍ଣ୍ଣ କରିବା କାମ ଜାରି ରଖିଛି। ୫ଜି ସ୍ମାର୍ଟଫୋନ୍ ଥିବା ଗ୍ରାହକମାନେ ରୋଲ୍ ଆଉଟ୍ ଅଧିକ ବିସ୍ତାର ହେବା ପର୍ଯ୍ୟନ୍ତ ନିଜର ବିଦ୍ୟମାନ ଡାଟା ପ୍ଲାନ୍ଗୁଡିକ ଉପରେ ହାଇସ୍ପିଡ୍ ଏୟାରଟେଲ୍ ୫ଜି ପ୍ଲସ୍ ଉପଭୋଗ କରିପାରିବେ। ଏ ସମ୍ପର୍କରେ ଭାରତୀ ଏୟାରଟେଲ୍ର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଗୋପାଳ ଭିଟ୍ଟଲ କହିଛନ୍ତି, ଏୟାରଟେଲ୍ ଗତ ୨୭ବର୍ଷ ହେବ ଭାରତର ଦୂରସଞ୍ଚାର ବିପ୍ଳବର ଆଗଧାଡ଼ିରେ ରହି ଆସିଛି। ଆମର ୫ଜି ସେବା ଗ୍ରାହକଙ୍କ ପାଖରେ ଥିବା ଯେକୌଣସି ବିଦ୍ୟମାନ ସିମ୍ ଏବଂ ଯେକୌଣସି ୫ଜି ହ୍ୟାଣ୍ଡସେଟ୍ ଉପରେ କାର୍ଯ୍ୟ କରିବ।