ଏୟାର ଇଣ୍ଡିଆ ସମ୍ପୂର୍ଣ୍ଣ ବିକ୍ରି ହେବ

ନୂଆଦିଲ୍ଲୀ,୮-୭: କେନ୍ଦ୍ର ସରକାର କ୍ଷତିରେ ବୁଡ଼ି ରହିଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ବିକ୍ରି କରିଦେବା ଲାଗି ନୂତନ ଭାବେ ବିଚାର କରୁଛନ୍ତି। ନୂଆ ଯୋଜନାନୁଯାୟୀ, ସରକାର ଏୟାର ଇଣ୍ଡିଆର ୧୦୦ ପ୍ରତିଶତ ଅଂଶଧନ ବିକ୍ରି କରିବେ। ତେବେ ଏ ସମ୍ପର୍କରେ ପୂର୍ବରୁ ଗଠିତ ମନ୍ତ୍ରିଗୋଷ୍ଠୀ ନିଷ୍ପତ୍ତି ନେବେ। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏ ସମ୍ପର୍କରେ ନିଷ୍ପତ୍ତି ହୋଇଯିବ ବୋଲି ସେ କହିଛନ୍ତି।
ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା(ଦୀପମ୍‌) ସଚିବ ଅତନୁ ଚକ୍ରବର୍ତ୍ତୀ କହିଛନ୍ତି ଯେ, କୌଣସି ନିବେଶକ କମ୍ପାନୀକୁ ସମ୍ପୂର୍ଣ୍ଣ କିଣିବାକୁ ଚାହୁଁଥିଲେ ଭଲ କଥା। କମିଟିର ନିଷ୍ପତ୍ତି ପରେ ହିଁ ସେ ଏ ସମ୍ପର୍କରେ ବିସ୍ତାରିତ ସୂଚନା ଦେବେ ବୋଲି ଚକ୍ରବର୍ତ୍ତୀ କହିଛନ୍ତି। ସମ୍ପୂର୍ଣ୍ଣ ଅଂଶଧନ ବିକ୍ରି କରିବାରେ କୌଣସି ବାଧା ନ ଥିବା ତାଙ୍କର ବ୍ୟକ୍ତିଗତ ମତ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ମହାରାଜାକୁ ବିକ୍ରି କରିବା ଲାଗି ଗତବର୍ଷ ସରକାରଙ୍କ ପକ୍ଷରୁ ଉଦ୍ୟମ ହୋଇଥିଲା କିନ୍ତୁ କୌଣସି ନିବେଶକ ଏହାକୁ କିଣିବା ଲାଗି ଆଗେଇ ଆସିଲେ ନାହିଁ। ଏବେ କମ୍ପାନୀକୁ ସମ୍ପୂର୍ଣ୍ଣରୂପେ ବିକ୍ରି କରିଦେବା ଲାଗି ସରକାର ପୁନର୍ବାର ଆଗଭର ହୋଇଛନ୍ତି। ସୂଚନାଥାଉ କି, ଏୟାର ଇଣ୍ଡିଆର ଅଂଶଧନ ବିକ୍ରି କରିବା ଲାଗି ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ ଉପସ୍ଥାପନ ବେଳେ ଦୋହରାଇଥିଲେ।
ସୂଚନାଥାଉ କି, ଏୟାର ଇଣ୍ଡିଆର ସମ୍ପୂର୍ଣ୍ଣ ଅଂଶଧନ ବିକ୍ରି କରିବା ଲାଗି ନୀତି ଆୟୋଗ ପକ୍ଷରୁ ପୂର୍ବରୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସରକାର ରଣନୈତିକ ଦୃଷ୍ଟିରୁ ଉଦ୍ଦିଷ୍ଟ ନିବେଶକଙ୍କୁ ୭୪ ପ୍ରତିଶତ ଅଂଶଧନ ବିକିବାକୁ ଚାହୁଁଥିଲେ। କମ୍ପାନୀ ବିକ୍ରି ନ ହେବାର ଏହା ସବୁଠାରୁ ବଡ଼ କାରଣ ଥିଲା। ଚକ୍ରବର୍ତ୍ତୀ କହିଛନ୍ତି ଯେ, ଏୟାର ଇଣ୍ଡିଆକୁ ବିକ୍ରି କରିବା ପ୍ରକ୍ରିୟାକୁ ଦ୍ରୁତତର କରାଯିବ। ଏସଂକ୍ରାନ୍ତରେ କାଗଜପତ୍ର ତିଆରି ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ରହିଛି। ସୂଚନାଯୋଗ୍ୟ ଯେ, ସରକାର ଏୟାର ଇଣ୍ଡିଆକୁ ୭ ହଜାର କୋଟି ଟଙ୍କାର ସଭରେନ ଗ୍ୟାରେଣ୍ଟି ଦେଇଥିଲେ। ଏହି ଅର୍ଥରୁ ଏବେ କମ୍ପାନୀ ନିକଟରେ ମାତ୍ର ୨୫୦୦ କୋଟି ଟଙ୍କା ରହିଯାଇଛି। ଏହି ଅର୍ଥକୁ ତେଲ କିଣିବା ଏବଂ ବିମାନ ବନ୍ଦର ପରିଚାଳନା ସହିତ ବିକ୍ରେତାଙ୍କୁ ବକେୟା ପ୍ରଦାନରେ ଖର୍ଚ୍ଚ ହୋଇଯିବ। ଅକ୍ଟୋବର ପରେ ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ବେତନ ଦେଇପାରିବ ନାହିଁ। ପ୍ରତି ମାସରେ ବେତନ ପିଛା କମ୍ପାନୀ ୩୦୦ କୋଟି ଟଙ୍କା ଖର୍ଚ୍ଚ କରୁଛି। କମ୍ପାନୀ ଉପରେ ଏବେ ପ୍ରାୟ ୯ ହଜାର କୋଟି ଟଙ୍କାର ବକେୟା ରହିଛି।
ଏହାକୁ ପ୍ରଦାନ ପାଇଁ କମ୍ପାନୀ ପକ୍ଷରୁ ସରକାରଙ୍କ ଠାରୁ ସହାୟତା ଲୋଡାଯାଇଛି। ତେବେ ଏହାକୁ ସରକାର ଗ୍ରହଣ କରିବା ନେଇ ସନ୍ଦେହ ରହିଛି। ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ପୂର୍ବ ଘୋଷିତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିବିନିଯୋଗ(ଏଫ୍‌ଡିଆଇ) ସୀମା ବୃଦ୍ଧିର ସମୀକ୍ଷା କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ ଘୋଷଣାରେ କହିଥିଲେ। ବର୍ତ୍ତମାନ ଏହି ସେକ୍ଟରରେ ସର୍ବାଧିକ ୪୯ ପ୍ରତିଶତ ପର୍ଯ୍ୟନ୍ତ ଏଫ୍‌ଡିଆଇକୁ ମଞ୍ଜୁରୀ ଦିଆଯାଉଛି। ଅନ୍ୟପକ୍ଷରେ ଏୟାର ଇଣ୍ଡିଆକୁ ଦ୍ୱିତୀୟଥର ବିକ୍ରି କରିବା ପ୍ରୟାସକୁ ତ୍ୱରାନ୍ବିତ କରାଯାଇଛି। କମ୍ପାନୀ ଅଧ୍ୟକ୍ଷ ଅଶ୍ୱିନୀ ଲୋହାନୀ ସୋମବାର ସମସ୍ତ କର୍ମଚାରୀ ୟୁନିୟନର ବୈଠକ ଡକାଇଛନ୍ତି। ଏଥିରେ ୧୩ଟି ୟୁନିୟନ ପ୍ରତିନିଧି ଯୋଗ ଦେବେ ବୋଲି ଜଣାପଡିଛି। ଏହି ବୈଠକରେ ଏୟାର ଇଣ୍ଡିଆ ଅଧ୍ୟକ୍ଷ ଓ ବୋର୍ଡ ସଦସ୍ୟ ଉପସ୍ଥିତ ରହିବେ। ଅପରପକ୍ଷରେ ଏୟାର ଇଣ୍ଡିଆ କର୍ମଚାରୀ ୟୁନିୟନ କମ୍ପାନୀକୁ ବିକ୍ରି କରିବାକୁ ବିରୋଧ କରୁଛନ୍ତି। ମହାରାଜାର ଘରୋଇକରଣ କରିବା ଦ୍ୱାରା ସମସ୍ୟାର ସମାଧାନ ହେବ ନାହିଁ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି। ସେମାନେ ଏ ନେଇ କିଙ୍ଗଫିଶର ଓ ଜେଟ୍‌ ଏୟାରଓ୍ବେଜ୍‌ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଜଣେ ୟୁନିୟନ ନେତା କହିଛନ୍ତି ଯେ, ଘରୋଇକରଣ ଦ୍ୱାରା କମ୍ପାନୀ ଲାଭ କରିବ ଓ ଏହାର ଦକ୍ଷତା ବଢ଼ିବ ନାହିଁ ବୋଲି ସରକାର ଭିତରେ ଓ ବାହାରେ ଥିବା ବ୍ୟକ୍ତିବିଶେଷ ଭାବିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri