‘ଏ ମାଟି ପାଇଁ ଫକୀରମୋହନଙ୍କ ଅବଦାନ ଅତୁଳନୀୟ’

ବାଲେଶ୍ୱର ଅଫିସ, ୧୬।୬-ଏ ମାଟି ପାଇଁ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅବଦାନ ଅତୁଳନୀୟ। ଭାଷାଭିତ୍ତିକ ପ୍ରଦେଶ ଗଠନରେ କାର୍ଯ୍ୟାବଳୀର ଭୂମିକା ଯେଭଳି ଗୁରୁତ୍ୱପୂର୍ଣ୍ଣ ତାଙ୍କ ରଚିତ ସାରସ୍ବତ ବିଭବ ଓଡ଼ିଆ ସାହିତ୍ୟକୂ ନୂଆ ଦିଗ ଦେଖାଇଥିବା ବାଲେଶ୍ୱର ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଶନିବାର ବ୍ୟାସକବିଙ୍କ ଶ୍ରାଦ୍ଧଦିବସ ପାଳନ ସମାରୋହରେ ଅତିଥି ଓ ବକ୍ତାମାନେ ମତ ପ୍ରକାଶ କରିଛନ୍ତି।
ପୂର୍ବାହ୍ନ ୯ଟାରେ ଫକୀରମୋହନଙ୍କ ସମାଧିପୀଠ ଛତୁଆ ପୋଖରୀଠାରେ ମାଲ୍ୟାର୍ପଣ ସହ ବିଶ୍ୱନାଥ ରଣାଙ୍କ ତତ୍ତ୍ୱାବଧାନରେ ତିଳତର୍ପଣ କରାଯାଇଥିଲା ା ଡା. ହରିଶ୍ଚନ୍ଦ୍ର ବେଲରା, ଅରୁଣ ରାୟ, ଶିରୀଶ ଜେନା, କୁମାର ଗୋପାଲ, ପ୍ରଦୀପ ଚାଟାର୍ଜା, ତପନ ରାୟ, ଗୋପୀନାଥ ଶତପଥୀ, କଲ୍ୟାଣୀ ନନ୍ଦ, ଶ୍ରୀରୂପା ମଞ୍ଜରୀ ସେନ୍‌ ପ୍ରମୁଖ ତିଳତର୍ପଣ କରିଥିଲେ ା ପୂର୍ବାହ୍ନ ୧୦ଟାରେ ଜିଲା ସଂସ୍କୃତି ଭବନରେ ଆୟୋଜିତ ଶ୍ରାଦ୍ଧୋତ୍ସବରେ ଅନୁଷ୍ଠାନ ସଭାପତି ଡା. ଶିରୀଶ ଚନ୍ଦ୍ର ଜେନା ଅଧ୍ୟକ୍ଷତା କରିଥିଲେ ା ଡା. ପ୍ରହ୍ଲାଦ ମହାନ୍ତି ମୁଖ୍ୟଅତିଥି, ଡା. ସୁବାସ ଚନ୍ଦ୍ର ପାତ୍ର ଓ ଡା. ହରିଶ୍ଚନ୍ଦ୍ର ବେହେରା ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ଫକୀରମୋହନଙ୍କ ସାରସ୍ବତ କୃତୀ ଉପରେ ଆଲୋକପାତ କରିଥିଳେ। ପରିଷଦ ସମ୍ପାଦକ ଡା. କୁମାର ଗୋପାଲ ଓ ଉପସଭାପତି ପ୍ରଦୀପ ଚାଟାର୍ଜୀ ଅନୂରପ ବକ୍ତବ୍ୟ ରଖିଥିଲେ। ତପନ ରାୟ ମଞ୍ଚ ଆହ୍ବାନ କରିଥିଲେ। ସହସମ୍ପାଦିକା କଲ୍ୟାଣୀ ନନ୍ଦ ଶେଷକୁ ଧନ୍ୟବାଦ ଅର୍ପଣ କରିଥିଲେ ା ଶ୍ରୀରୂପା ସେନ୍‌, ମମତା ମହାପାତ୍ର, ଦୀପକ ଦାସ, ରଞ୍ଜନ ବାଗ, ଗୋପୀନାଥ ଶତପଥୀ, ଡା. ସନାତନ ଦାସ, ମହେନ୍ଦ୍ର ପ୍ରସାଦ ଧଳ, ରାଧାରଞ୍ଜନ ପଟ୍ଟନାୟକ, ରମାକାନ୍ତ ମହାନ୍ତି, ଉମେଶ ବାରିକ, ଯୋଗେଶ ପ୍ରଧାନ, କମଳିନୀ କାସ୍ତା, ଉଷାରାଣୀ ଦାସ, ସୁବ୍ରତା ମହାନ୍ତି, ଜ୍ୟୋସ୍ନା ରାୟ, କୃଷ୍ଣା ପ୍ରଧାନ, ଗୀତାରାଣୀ ପୁରୀ, କମଳାକାନ୍ତ ଦାସ, ନୃସିଂହଚରଣ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri