ନୀଳଗିରି, ୧୦।୮(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଏକମାତ୍ର ନୀଳଗିରି ଗଡ଼ଜାତ ରାଜ ପରିବାରର ରାଜଜେମା ଅକ୍ରୀତି ମର୍ଦ୍ଦରାଜ ଓକିଲାତି ପାଇଁ ଦିଲ୍ଲୀ ବାର୍ରେ ଗୁରୁବାର ତାଲିକାଭୁକ୍ତ କରାଇଛନ୍ତି। ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ସେ ପ୍ରାକ୍ଟିସ କରିବେ ବୋଲି ପରିବାର ପକ୍ଷରୁ କୁହାଯାଇଛି।
ରାଜ୍ୟର ୨୪ଟି ଗଡ଼ଜାତ ଭିତରୁ ନୀଳଗିରିର ଶେଷରାଜା କିଶୋର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନଙ୍କ ପୁଅ ରାଜେନ୍ଦ୍ର ଚନ୍ଦ୍ର ମର୍ଦ୍ଦରାଜ ସ୍ଥାନୀୟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନସାଧାରଣଙ୍କ ନିମନ୍ତେ ପ୍ରତିନିଧିତ୍ୱ କରିବା ସହ ହାଇକୋର୍ଟରେ ଲୋକଙ୍କ ପାଇଁ ଲଢ଼ି ସଫଳତା ଅର୍ଜନ କରିଥିଲେ। ତାଙ୍କ ମୃତ୍ୟୁ ପରେ ପରିବାର କୌଣସି ସଦସ୍ୟ ଏହି ପେଶାଠାରୁ ଦୂରେଇ ରହିଥିଲେ। ତେବେ ଗଡ଼ଜାତର ଶେଷରାଜାଙ୍କ ସାନନାତି ଜଗଦୀଶ ମର୍ଦ୍ଦରାଜଙ୍କ ସାନଝିଅ ଓକିଲାତି ପେଶାକୁ ଆପଣେଇଛନ୍ତି।