ଓଜନ କମାଇବାର ଏକ ସହଜ ତଥା ସରଳ ଉପାୟ ରହିଛି। ପୁଣି ଏଥିପାଇଁ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡ଼ିବ ନାହିଁ। ବାସ୍, ପ୍ରତିଦିନ ଗୋଟିଏ କାମ ହିଁ କରିବାକୁ ପଡ଼ିବ। ତାହା କ’ଣ ଜାଣନ୍ତି ? ତଳେ ବସି ଖାଇବା। ଅର୍ଥାତ୍, ମେଦବହୁଳ ବ୍ୟକ୍ତି ଯଦି ପ୍ରତିଦିନ ତଳେ ବସି ଖାଆନ୍ତି ତେବେ ସେ ଏପରି ସମସ୍ୟାରୁ ଅନେକାଂଶରେ ଉପଶମ ଲାଭ କରନ୍ତି। ସିଡ୍ନୀ ୟୁନିଭର୍ସିଟିର ପୁଷ୍ଟିବିଜ୍ଞାନୀମାନେ ଏଭଳି ରୋଚକ ତଥ୍ୟ ଲୋକଲୋଚନକୁ ଆଣିଛନ୍ତି। ଓଜନକୁ କିପରି ସରଳ ଉପାୟରେ କମାଯାଇପାରିବ ସେ ନେଇ ସେମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରତିଦିନ ତଳେ ବସି ଖାଇବାକୁ ପରାମର୍ଶ ଦିଆଯାଇଥିଲା। କେବଳ ସେତିକି ନୁହେଁ, ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ସେମାନଙ୍କର ଓଜନ ବୃଦ୍ଧିରେ ପରିବର୍ତ୍ତନ ହେଉଛି କି ନାହିଁ ତାହାକୁ ଲକ୍ଷ୍ୟ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ କେତେକଙ୍କ ଓଜନ କମୁଥିବା ଦେଖିବାକୁ ମିଳିଥିଲା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।