ଓଡ଼ିଆ ଭାଷା ପାଇଁ ବୌଦ୍ଧିକ ଆନ୍ଦୋଳନ ଆବଶ୍ୟକ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ସମସ୍ତ ଆନ୍ଦୋଳନ ବୌଦ୍ଧିକ ସ୍ତରରୁ ଆରମ୍ଭ ହୋଇଥାଏ। ଓଡ଼ିଆ ଭାଷା ପାଇଁ ବୌଦ୍ଧିକ ଆନ୍ଦୋଳନର ଆବଶ୍ୟକତା ଅଛି। ଏଥିପାଇଁ ଉଦ୍‌ବେଳନ, ଆତ୍ମିୟତା ଓ ସଦିଚ୍ଛା ରହିବା ଦରକାର। ରାଜ୍ୟ ସରକାର ଓଡ଼ିଆ ଭାଷା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି। ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଆୟୋଜିତ ‘ଶିକ୍ଷା ବ୍ୟବସ୍ଥାରେ ମାତୃଭାଷା ଓଡ଼ିଆ’ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ମନ୍ତ୍ରୀ ସାହୁ କହିଛନ୍ତି। ଅନୁଷ୍ଠାନର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ସଭାପତିତ୍ୱରେ ପ୍ରଫେସର ବସନ୍ତ ପଣ୍ଡା ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଉପରେ କହିଥିଲେ। ଜାପାନ, କୋରିଆ, ଚାଇନା ଭଳି ଶିଳ୍ପବିପ୍ଳବ ଅପ୍ରଭାବିତ ଦେଶ ନିଜ ଭାଷା ଦ୍ୱାରା ବିକାଶ ପାଇଥିବାରୁ ଓଡ଼ିଶା ପାଇଁ ଏହିସବୁ ଦେଶ ପଥ ପ୍ରଦର୍ଶକ ହୋଇପାରିବେ ବୋଲି ପ୍ରଫେସର ଓଙ୍କାରନାଥ ମହାନ୍ତି କହିଥିଲେ। ପରେ ବିଶିଷ୍ଟ ଶିକ୍ଷାବିତ୍‌ ଡ. ନଟବର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୈକ୍ଷିକ ଅଧିବେଶନରେ ‘ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାରେ ଓଡ଼ିଆ ଭାଷାର ସ୍ଥିତି ଓ ସମ୍ଭାବନା’ ଉପରେ ଡ. ସିପ୍ରା ମଲ୍ଲିକ, ପ୍ର. ମୋହିତ ମୋହନ ମହାନ୍ତି ଓ ଉଚ୍ଚଶିକ୍ଷା ଏବଂ ବୈଷୟିକ ଶିକ୍ଷାରେ ଓଡ଼ିଆ ଭାଷାର ସ୍ଥିତି ବିଷୟରେ ଡ. ନରେନ୍ଦ୍ର ପ୍ରସାଦ ଦାସ, ଡ. ରାମଚନ୍ଦ୍ର ଖୁଣ୍ଟିଆ, ଡା. ଦେବାଶିଷ ଜେଠୀ, ପ୍ରଫେସର ନିରଞ୍ଜନ ବାରିକ ମତବ୍ୟକ୍ତ କରିଥିଲେ। ଡ. ସୁବ୍ରତ ପୃଷ୍ଟି, ଡ. ରମେଶ ଚନ୍ଦ୍ର ମଲ୍ଲିକ ଓଡ଼ିଆ ଭାଷା ଉପରେ ଉପସ୍ଥାପନା କରିଥିଲେ। ଏଥିରେ ବିଶିଷ୍ଟ ଶିକ୍ଷାବିତ, ବୁଦ୍ଧିଜୀବୀ, ରାଜନେତା, ଖବରଦାତା, ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ଏହି ଅବସରରେ ଷଷ୍ଠ ଜାତୀୟ ଭାଷା ସମ୍ମିଳନୀ ପୁସ୍ତିକା, ଅନୁଷ୍ଠାନର ଷାଣ୍ମାସିକ ଗବେଷଣା ଜର୍ନାଲ ‘ଭାଷା’ ଓ ଲାଙ୍ଗୁଏଜ, ଲିଟରେଚର, କଲଚର ଓ ଇଣ୍ଟିଗ୍ରିଟି ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ନୀରଦ ବରଣ ଖଣ୍ଟିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ପ୍ରଫେସର ବ୍ରଜେନ୍ଦ୍ର ପ୍ରସାଦ ଦାସ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହକି ହିରୋଙ୍କୁ ଭବ୍ୟ ସମ୍ବର୍ଦ୍ଧନା: ପ୍ରତ୍ୟେକ ହକି ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ତା,୨୧,୮: ବୁଧବାର ଭୁବନେଶ୍ବର ଥିଲା ଉତ୍ସବ ମୁଖରିତ। ବିଶ୍ବ ବିଜୟୀ ଭାରତୀୟ ହକି ଦଳର ହିରୋ ମାନଙ୍କୁ ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା। ପ୍ୟାରିସ ଅଲମ୍ପିକ୍‌ସରେ ଭାରତୀୟ...

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର,ତା,୨୧,୮: ରାଜ୍ୟରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ସରକାର ୧୮ ଜଣ ବରିଷ୍ଠ ଅଧିକାରୀଙ୍କୁ ଅଦଳ ବଦଳ କରିଛନ୍ତି। ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗର...

ଚିକିଟି ମଦ ମୃତ୍ୟୁ ମାମଲା: ଅବକାରୀ ଅଧୀକ୍ଷକଙ୍କୁ ହଟାଇଲେ ସରକାର

ଭୁବନେଶ୍ୱର,୨୧ା୮: ଗଞ୍ଜାମ ଜିଲା ଚିକିଟି ବେଆଇନ ମଦ କାରବାର ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ଘଟଣାରେ ବ୍ରହ୍ମପୁରର ଅବକାରୀ ଅଧୀକ୍ଷକଙ୍କୁ...

କେନାଲରେ ଢଳା ହେଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ: ଲୋକ ଦେଖିବାରୁ ଗାଡ଼ି ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଡ୍ରାଇଭର

ଗୋପ,୨୧ା୮(ଭାରତୀ ଭୁଷଣ ଉପାଧ୍ୟାୟ): ବୁଧବାର ମଧ୍ୟାହ୍ନରେ ଗୋଟିଏ ଚାଉଳ ଭର୍ତ୍ତି ଗାଡ଼ିରୁ ଗୋପ ବାୟାକୂଦା ନିକଟସ୍ଥ ଗୋପ ବ୍ରାଞ୍ଚ କେନାଲ ରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ...

ଆଇନମନ୍ତ୍ରୀ ଦେଲେ ବଡ଼ ବୟାନ: କହିଲେ ମଦ କାରବାରରେ ସମ୍ପୃକ୍ତ ଥିଲେ ହେବ…

ଭୁବନେଶ୍ୱର,୨୧ା୮: ବେଆଇନ ମଦ କାରବାର ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଭଳି ମାମଲାରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରାଯିବା...

ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ରୁ ଉର୍ଦ୍ଧ ମୃତ; ୪ ଲକ୍ଷ ଟଙ୍କା ସହାୟତା ଘୋଷଣା, ଆହତଙ୍କୁ ମାଗଣା ଚିକିତ୍ସା

ଭୁବନେଶ୍ୱର,୨୧।୮: ଆଜି ରାଜ୍ୟର ୪ଟି ଜିଲାରେ ବଜ୍ରପାତ ଯୋଗୁଁ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ବୃଦ୍ଧି କରିବେ କି ସରକାର ? ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ହରିଶ୍ଚନ୍ଦ୍ର ଯୋଜନାରେ ଗରିବ ପରିବାରର ସଦସ୍ୟମାନଙ୍କର ମୃତ୍ୟୁ ପରେ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ୧୮୧ କୋଟି ୮୪ ଲକ୍ଷ ଟଙ୍କାର ସହାୟତା ଦେଉଛନ୍ତି।...

୨୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ସହାୟକ ରାଜସ୍ୱ ଅଧିକାରୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ବୌଦ୍ଧ,୨୧।୮( ଅଜିତ ବାରିକ): ଜିଲା ସଂଗ୍ରହାଳୟରେ ଏକ ଆକ୍ୱାରିୟମ୍ ପ୍ରୋଜେକ୍ଟର ବକେୟା ବିଲ୍ ପାସ କରାଇ ଦେବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri