ଓଡ଼ିଶାରେ ଝାଡ଼ଖଣ୍ଡ ଫଳାଫଳ ପ୍ରଭାବ ପଡ଼ିବା ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଝାଡ଼ଖଣ୍ଡରେ ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟକୁ ବଡ଼ ସଫଳତା ମିଳିଛି। ସୋମବାର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଭାଜପାକୁ ଶକ୍ତ ଧକ୍କା ଦେଇଛି। ଭାଜପାକୁ ପଛରେ ପକାଇ ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟ ୮୧ ଆସନ ବିଶିଷ୍ଟ ବିଧାନସଭାରେ ୪୭ ଆସନରେ ସଫଳତା ପାଇଛି। ଏହି ଫଳାଫଳକୁ ନେଇ ବାରିପଦାରେ ଜେଏମ୍‌ଏମ୍‌ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଓଡ଼ିଶାରେ ଏହାର ପ୍ରଭାବ କେତେ ମାତ୍ରାରେ ପଡ଼ିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଝାଡ଼ଖଣ୍ଡ ସଫଳତା ପରେ ଏହାର ପ୍ରଭାବ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର ଏବଂ ବାରିପଦା ଉପରେ ପଡ଼ିବା ନିଶ୍ଚିତ ବୋଲି ଜେଏମ୍‌ଏମ୍‌ ଦାବି କରିଛି। ୨୦୦୦ ମସିହା ନିର୍ବାଚନରେ ୩ଟି ଏବଂ ୨୦୦୪ ନିର୍ବାଚନରେ ୪ଟି ଆସନ ହାତେଇବାରେ ଜେଏମ୍‌ଏମ ସଫଳ ହୋଇଥିଲା। ହେଲେ ୨୦୦୯, ୨୦୧୪ ଏବଂ ୨୦୧୯ରେ ଜେଏମ୍‌ଏମ୍‌ ଓଡ଼ିଶାରେ ଖାତା ଖୋଲିପାରି ନ ଥିଲା। ତେବେ ଆଗାମୀ ଦିନରେ ଓଡ଼ିଶାରେ ଜେଏମ୍‌ଏମ୍‌ ଯଦି ସଙ୍ଗଠନକୁ ମଜଭୁତ କରେ ତେବେ ଏହାର ପ୍ରଭାବ ଭାଜପା ଉପରେ ପଡିବାର ଯଥେଷ୍ଟ ସମ୍ଭାବନା ରହିଥିବା କୁହାଯାଉଛି। ଅନ୍ୟପକ୍ଷରେ କଂଗ୍ରେସ ଆଗାମୀ ନିର୍ବାଚନରେ ଓଡ଼ିଶାରେ ଜେଏମ୍‌ଏମ୍‌ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବ ବୋଲି କହୁଥିଲା ବେଳେ ଏହାର ପ୍ରଭାବ ରାଜ୍ୟରେ ପଡ଼ିବ ନାହିଁ ବୋଲି ଭାଜପା ଯୁକ୍ତି ବାଢ଼ିଛି। ସେହିପରି ବିଜେଡି କିନ୍ତୁ ଝାଡ଼ଖଣ୍ଡ ଫଳାଫଳକୁ ନେଇ ଖୁସି ଥିବା ମତ ରଖିଛି।
କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଓଡ଼ିଶାରେ କଂଗ୍ରେସ ଦୁର୍ବଳ ଅଛି। ଆଗକୁ ଜେଏମ୍‌ଏମ୍‌ ସହ ମେଣ୍ଟକରି ଦଳକୁ ସୁଦୃଢ଼ କରିବୁ। ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର ଏବଂ ସମ୍ବଲପୁର ଭଳି ଜିଲା, ଯେଉଁଠି ଦଳ ପଛେଇ ଯାଇଛି ସେଠାରେ ସଙ୍ଗଠନ ମଜଭୂତ ହେବ। ସେହିପରି ବିଜେଡି ବିଧାୟକ ନୃସିଂହ ସାହୁ କହିଛନ୍ତି, ଝାଡ଼ଖଣ୍ଡ ଜନାଦେଶକୁ ସାରା ଦେଶ ସ୍ବାଗତ କରୁଛି। ଭାଜପା ଯେଉଁଭଳି ଗର୍ବ କରୁଛି ଏବଂ ସେମାନଙ୍କ ଯେଉଁଭଳି କାର୍ଯ୍ୟକଳାପ ସେଥିରେ ଲୋକମାନେ ଅସନ୍ତୁଷ୍ଟ ହୋଇ ଝାଡ଼ଖଣ୍ଡର ଲୋକ ସେମାନଙ୍କୁ ବରଖାସ୍ତ କରିଛନ୍ତି। ତାଙ୍କ ମୁଖ୍ୟମନ୍ତ୍ରୀ ୮୧ରୁ ୮୧ ଆସନରେ ଜିତିବୁ ବୋଲି କହିଥିଲେ। ଏଥିରୁ ତାଙ୍କର କେତେ ଗର୍ବ ଥିଲା ତାହା ଜଣାପଡୁଛି। ଆମେ ଚାହୁଁଛୁ ଭାଜପା ଚାରିଆଡ଼େ ହାରୁ। ଭାଜପାର କେବଳ ବଡ଼ବଡ଼ କଥା, କାର୍ଯ୍ୟକଳାପ କିଛି ନାହିଁ। ଓଡ଼ିଶାରେ ଲୋକେ ବିଜେଡି ଉପରେ ଭରସା ରଖିଛନ୍ତି ବୋଲି ସାହୁ କହିଛନ୍ତି। ଅନ୍ୟପକ୍ଷରେ ଭାଜପା ଉପସଭାପତି ସମୀର ମହାନ୍ତି କହିଛନ୍ତି, ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ ଭାଜପା ଉପରେ କିଛି ପ୍ରଭାବ ପକାଇବନାହିଁ। ଆମ ଦଳ ନିଜସ୍ବ ସାଙ୍ଗଠନିକ ରଣନୀତି ଆଧାରରେ ନିର୍ବାଚନ ଲଢ଼ିଥାଏ। ରାଜ୍ୟରେ ଲୋକେ ଭାଜପାକୁ ବିରୋଧୀ ଦଳ ଭୂମିକା ତୁଲାଇବା ପାଇଁ ଦାୟିତ୍ୱ ଦେଇଛନ୍ତି ବୋଲି ସମୀର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri