Posted inଖେଳ

ଓଡ଼ିଶାରେ ୨୦୨୩ ହକି ବିଶ୍ୱକପ

ଭୁବନେଶ୍ୱର, ୨୮।୧୧(କ୍ରୀଡ଼ା ପ୍ରତିନିଧି)- ହକି ବିଶ୍ୱକପ ଆୟୋଜନର ବର୍ଷପୂର୍ତ୍ତି ଅବସରରେ ଆସିଛି ଆଉ ଏକ ବଡ଼ ଖବର। ୨୦୨୩ ପୁରୁଷ ହକି ବିଶ୍ୱକପ ମଧ୍ୟ ଓଡ଼ିଶାରେ ଆୟୋଜନ ହେବ। ତେଣୁ ହକି ଉତ୍ସବ ପୁଣି ରାଜ୍ୟକୁ ଫେରିଛି। ୨୦୧୮ରେ ବିଶ୍ୱକପର ମ୍ୟାଚଗୁଡ଼ିକ କେବଳ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହୋଇଥିଲା। ୨୦୨୩ରେ କିନ୍ତୁ ଭୁବନେଶ୍ୱର ଏବଂ ରାଉରକେଲାରେ ଏହି ମେଗା ପ୍ରତିଯୋଗିତା ଆୟୋଜନ ହେବ ବୋଲି ବୁଧବାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ‘୨୦୨୩ ବିଶ୍ୱକପ୍‌ ଓଡ଼ିଶାରେ ଆୟୋଜିତ ହେବ। ଆପଣମାନେ ଖୁସି ତ। ମୁଁ ବହୁତ ଖୁସି’ ବୋଲି ମୁଖ୍ୟମନ୍ତ୍ରୀ ଚିରାଚରିତ ଢଙ୍ଗରେ ଉପସ୍ଥିତ ଜନସାଧାରଣଙ୍କୁ ଏହି ଅବସରରେ ସମ୍ବୋଧନ କରି କହିଥିଲେ। ସେହିପରି ଓଡ଼ିଶା ସରକାର ଯେପରି ସମର୍ଥନ ଯୋଗାଇ ଦେଇ ଆସୁଛନ୍ତି ସେ ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତର କ୍ରୀଡ଼ା ରାଜଧାନୀ ହଁି ଏହି ମେଗା ଇଭେଣ୍ଟ ଆୟୋଜନର ପ୍ରକୃଷ୍ଠ ସ୍ଥାନ ବୋଲି ହକି ଇଣ୍ଡିଆ ପକ୍ଷରୁ ପ୍ରକାଶ କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ମେଗା ଇଭେଣ୍ଟ ସମ୍ପର୍କରେ ଘୋଷଣା କରିବା ଅବସରରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଅନ୍ତର୍ଜାତୀୟ ହକି ଫେଡେରେଶନ ସଭାପତି ନରିନ୍ଦର ବାତ୍ରା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ, ହକି ପ୍ରମୋଶନ କାଉନ୍‌ସିଲ ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲୀପ ତିର୍କୀ, କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ। କୋଚିଂ କ୍ୟାମ୍ପ ଚାଲିଥିବାରୁ ସମ୍ପ୍ରତି ଭୁବନେଶ୍ୱରରେ ଥିବା ଭାରତୀୟ ପୁରୁଷ ହକି ଦଳର ସଦସ୍ୟମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ଓଡ଼ିଶା ବାସ୍ତବିକ ବିଶ୍ୱ ହକିର ପ୍ରାଣକେନ୍ଦ୍ର ବୋଲି ପୁଣି ପ୍ରମାଣିତ ହୋଇଛି। ୨୦୨୩ ଶୀତଋତୁରେ ହକି ପ୍ରଶଂସକମାନେ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ହକି ରୋମାଞ୍ଚ ଉପଭୋଗ କରିବା ସୁଯୋଗ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଠାରେ ପ୍ରକାଶ କରାଯାଇପାରେ ଯେ, ୨୦୨୩ ହକି ବିଶ୍ୱକପ ଆୟୋଜନ ଦୌଡ଼ରେ ମାଲେସିଆ, ବେଲଜିୟମ ଓ ଭାରତ ରହିଥିଲେ। ବିଡିଂ ରାଉଣ୍ଡର ଏକାଧିକ ସିରିଜ ପରେ ଭାରତକୁ ପୁଣି ହକି ବିଶ୍ୱକପ ଆୟୋଜନ ଅଧିକାର ମିଳିଥିଲା। ଏହାପରେ ହକି ଇଣ୍ଡିଆ ଓଡ଼ିଶାକୁ ଭେନ୍ୟୁ ରୂପେ ଚୟନ କରିଥିଲା। ବିଶ୍ୱକପ ଆୟୋଜନ କରିବା ଯେ କୌଣସି ଦେଶପାଇଁ ଗୌରବର କଥା। ମାତ୍ର ଓଡ଼ିଶା ଏହାକୁ କ୍ରମାଗତ ଦ୍ୱିତୀୟଥର ଆୟୋଜନ କରିବାକୁ ଯାଉଛି। ହକି ବିଶ୍ୱକପର ଆଗାମୀ ସଂସ୍କରଣକୁ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ତାହା ଗୃହୀତ ହୋଇଥିଲା। ରାଉରକେଲା ପାନପୋଷ ସ୍ପୋଟର୍‌ସ ହଷ୍ଟେଲ ଭାରତୀୟ ହକିର ପ୍ରାଣକେନ୍ଦ୍ର। ଭାରତୀୟ ହକିକୁ ସୁନ୍ଦରଗଡ଼ର ଅବଦାନକୁ ଦୃଷ୍ଟିରେ ରଖି ରାଉରକେଲାରେ ଏହି ମେଗା ପ୍ରତିଯୋଗିତାର କେତେକ ମ୍ୟାଚ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ଦ୍ୱାରା ରାଉରକେଲା ଓ ସୁନ୍ଦରଗଡ଼ ବିଶ୍ୱ ହକି ମାନଚିତ୍ରରେ ସ୍ବତନ୍ତ୍ରସ୍ଥାନ ଅଧିକାର କରିପାରିବ।
ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ର ୧୭ଟି ହକି ଷ୍ଟାଡିୟମ(ଟ୍ରେନିଂ ସେଣ୍ଟର) ଅଷ୍ଟ୍ରୋଟର୍ଫର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ଏକବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ଏପରି ଭିତ୍ତିଭୂମି ୟୁରୋପିଆନ ହକି ଖେଳୁଥିବା ଦେଶରେ ମଧ୍ୟ ନାହିଁ ବୋଲି କୁହାଯାଉଛି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ହକି ହାଇପରଫରମାନ୍ସ ସେଣ୍ଟର ଗୃହ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଗ୍ରାସ୍‌ରୁଟ୍‌ ଡେଭ୍‌ଲପମେଣ୍ଟ ପ୍ରୋଗ୍ରାମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୦୧୮ ହକି ବିଶ୍ୱକପ ଉପରେ ଏକ ‘କଫିଟେବୁଲ ବୁକ୍‌’ ରିଲିଜ୍‌ କରିଛନ୍ତି। ଏଫଆଇଏଚ୍‌ ସଭାପତି ନରିନ୍ଦର ବାତ୍ରା କହିଛନ୍ତି ଯେ, ”ହକିକୁ କ୍ରମାଗତ ସମର୍ଥନ ଦେଇ ଆସୁଥିବାରୁ ଏଫ୍‌ଆଇଏଚ ପକ୍ଷରୁ ମୁଁ ଓଡ଼ିଶା ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଉଛି। ଏହାଦ୍ୱାରା ହକି କେବଳ ଦେଶରେ ନୁହେଁ ବିଶ୍ୱରେ ମଧ୍ୟ ସମୃଦ୍ଧ ହୋଇପାରିବ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri