![](https://www.dharitri.com/wp-content/uploads/2020/01/Beaches-in-Orissa-with-Pictures-1280x720-1.jpg)
ପୁରୀ
ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଏଠାରେ ସମୁଦ୍ରରେ ଗାଧୋଇବାର ବେଶ ଆନନ୍ଦ ଉଠାଇଥାନ୍ତି ପର୍ଯ୍ୟଟକ।
ଚନ୍ଦ୍ରଭାଗା
ପୁରୀ ଜିଲା ଅନ୍ତର୍ଗତ ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟ ମନ୍ଦିର ଠାରୁ ମାତ୍ର ୩କିମି ଦୂରରେ ରହିଛି ଚନ୍ଦ୍ରଭାଗା ବେଳାଭୂମି। ଚନ୍ଦ୍ରଭାଗାର ସୂର୍ଯ୍ୟୋଦୟ ଆକୃଷ୍ଟ କରିଥାଏ ଅସଂଖ୍ୟ ପର୍ଯ୍ୟଟକଙ୍କୁ। ଏହାର ଦିଗନ୍ତ ପ୍ରସାରୀ ନୀଳ ଜଳରାଶିର ନିଳୀମା ଜୈବ ବିବିଧତାରେ ପରିପୂର୍ଣ୍ଣ।
ଗୋପାଳପୁର
ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଠାରୁ ମତ୍ର ୧୫କିମି ଦୂରରେ ଅବସ୍ଥିତ ଗୋପାଳପୁର ବେଳାଭୂମି। ଏହି ପୂର୍ବତନ ବନ୍ଦର ଏବେ ପାଲଟିଛି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର। ବେଳାଭୂମିର ସୌନ୍ଦର୍ଯ୍ୟ ସାଙ୍ଗକୁ ବତୀଘର ଏବଂ ଜଳକ୍ରୀଡ଼ା ଲକ୍ଷଲକ୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି।
ଚାନ୍ଦିପୁର
ବାଲେଶ୍ୱର ଜିଲା ଚାନ୍ଦିପୁର ଠାରେ ଅବସ୍ଥିତ ଚାନ୍ଦିପୁର ବେଳାଭୂମି ଅନେକ କାରଣରୁ ଆକୃଷ୍ଟ କରିଥାଏ ପର୍ଯ୍ୟଟକଙ୍କୁ। ଝାଉଁବଣ ଘେରା ଜଙ୍ଗଲ ମଧ୍ୟରେ ସମୁଦ୍ରର ଲୁଚକାଳି ଖେଳ ପ୍ରକୃତି ପ୍ରେମୀଙ୍କୁ ବାନ୍ଧିରଖେ। ଦିନବେଳା ସମୁଦ୍ର ପ୍ରାୟ ୨କିମି ଭିତରକୁ ଚାଲିଯାଉଥିବା ବେଳେ ତାରା ମାଛ ଏହି ବେଳାଭୂମିକୁ ସୌନ୍ଦର୍ଯ୍ୟମୟ କରିଥାନ୍ତି।
ତାଳସାରୀ
ଉତ୍ତର ଓଡ଼ିଶାର ବାଲେଶ୍ୱର ଜିଲା ଜଳେଶ୍ୱର ଠାରୁ ୩୬କିମି ଦୂରରେ ଅବସ୍ଥିତ ତାଳସାରୀ ବେଳାଭୂମି। ଉତ୍ତାଳ ତରଙ୍ଗର ତାଳେତାଳେ ନିକଟବର୍ତ୍ତି ମତ୍ସ୍ୟଜୀବୀଙ୍କ ଗାଁ, ସ୍ବର୍ଣ୍ଣାଭ ବାଲୁକାରାଶି ଓ ନାଲି କଙ୍କଡ଼ାଙ୍କ ଲୁଚକାଳି ଖେଳ ଏହାର ପରିବେଶକୁ ଅତ୍ୟନ୍ତ ମନୋରମ କରିଥାଏ।