ଓପନ୍‌ ମ୍ୟୁଜିୟମରେ ୨୦ ସ୍କ୍ରାପ୍‌ କଳାକୃତି

ବ୍ରହ୍ମପୁର ଅଫିସ,୮ା୨-ଦକ୍ଷତା ବିକାଶରେ ବ୍ରହ୍ମପୁର ଆଇଟିଆଇ ସାରା ବିଶ୍ୱରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହା ରାଜ୍ୟର ଅନ୍ୟ ଆଇଟିଆଇ ଓ ବୈଷୟିକ ଅନୁଷ୍ଠାନ ପାଇଁ ଦକ୍ଷତା ବିକାଶର ସ୍ବାଭିମାନ, ଆଦର୍ଶର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି ବୋଲି ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ କୁମାର ବାଗ୍‌ଚି କହିଛନ୍ତି। ଶୁକ୍ରବାର ବ୍ରହ୍ମପୁର ଆଇଟିଆଇ ପରିସରରେ ‘ମାଇଣ୍ଡ, ହାର୍ଟ ଆଣ୍ଡ୍‌ ହ୍ୟାଣ୍ଡସ୍‌ ଶୋ’ ନାମରେ ନାମିତ ଓପୋନ୍‌ ସ୍କ୍ରାପ୍‌ ମ୍ୟୁଜିୟମ ଲୋକାର୍ପଣ ଉତ୍ସବରେ ବାଗ୍‌ଚି ଏହା କହିଛନ୍ତି। ସେ ଆହୁରି କହିଛନ୍ତି, ଅନୁଷ୍ଠାନର ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ମେଟାଲ ସ୍କ୍ରାପ୍‌ର ବିଭିନ୍ନ ମଡେଲ ସମସ୍ତ ଅନୁଷ୍ଠାନର ଛାତ୍ରୀଛାତ୍ରଙ୍କୁ ଦକ୍ଷତାର ବିକାଶ ପାଇଁ ପ୍ରେରଣା ଯୋଗାଇବ। ଆଗାମୀ ଦିନରେ ଆଇଟିଆଇରେ ଛାତ୍ରୀଛାତ୍ରଙ୍କ ଦକ୍ଷତା ବିକାଶ ପାଇଁ ଏକ ସେଣ୍ଟର ଅଫ୍‌ ଏକ୍ସଲେନ୍ସି ସ୍ଥାପନ କରାଯିବା ଯୋଜନା ହୋଇଛି। ବିଭିନ୍ନ ଟ୍ରେଡର ଛାତ୍ରୀଛାତ୍ରଙ୍କ ସହ ମଡେଲ ସମ୍ପର୍କରେ ଆଲୋଚନା କରିବା ସହ ଅନୁଷ୍ଠାନରେ କ୍ୟାମ୍ପସ ଚୟନରେ ୩୩ ପ୍ରତିଶତ ଛାତ୍ରୀଙ୍କୁ ଚୟନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବାଗ୍‌ଚି ଘୋଷଣା କରିଥିଲେ। ଲୋକାର୍ପଣ ଉସତ୍ବରେ ଅନ୍ୟମାନଙ୍କ ମଧ୍ୟରେ ଟାଟା ଆଡଭାନ୍ସ ସିଷ୍ଟମସ୍‌ ଲିମିଟେଡର ସିଇଓ ତଥା ମୁଖ୍ୟ ମସୁଦ ହୁସେନି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର କମିଶନର ତଥା ସଚିବ ସଞ୍ଜୟ କୁମାର ସିଂ, ଟାଟାର ଟେକ୍ନିକାଲ ତାଲିମ ମୁଖ୍ୟ କେ.କେ ଗୁପ୍ତା, ଏମ୍ପ୍ଲଏମେଣ୍ଟର ନିର୍ଦ୍ଦେଶିକା ରଶ୍ମିତା ପଣ୍ଡା, ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ଟେକ୍ନିକାଲ ଏଜୁକେଶନର ଡାଇରେକ୍ଟର ରଘୁ ଜୀ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଆଇଟିଆଇର ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
ଓପନ ମୁଜିୟମରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସ୍କାର୍ପରେ ପ୍ରସ୍ତୁତ ୭ରୁ ୭୦ ଫୁଟରୁ ଉର୍ଦ୍ଧ୍ୱ ପର୍ଯ୍ୟନ୍ତ ଉଚ୍ଚର ୨୦ଟି ବିଭିନ୍ନ ମଡେଲ ସ୍ଥାନିତ ହୋଇଛି। ସେଥିମଧ୍ୟରେ ୭୩ ଫୁଟ ଉଚ୍ଚର ଗିଟାର, ୨୨ ଫୁଟ ୮ ଇଞ୍ଚ ଉଚ୍ଚର ବଂଶୀକଣ୍ଟା ମାଛ, ୩୨ ଫୁଟ ଉଚ୍ଚର ଜିରାଫ କଳାକୃତି ଉଭୟ ଇଣ୍ଡିଆ ବୁକ ଅଫ ରେକର୍ଡ ଓ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି। ଏହାବ୍ୟତୀତ ମ୍ୟୁଜିୟମ ମଧ୍ୟରେ ସରକାରଙ୍କ ସୁଦକ୍ଷା ଯୋଜନାରେ ଛାତ୍ରୀମାନଙ୍କ ଦକ୍ଷତା ବିକାଶ ପାଇଁ ରହିଥିବା ବିିଭିନ୍ନ ଯୋଜନା ସମ୍ପର୍କରେ ଏକ ସୁଦକ୍ଷା ରଥ ମଧ୍ୟ ସ୍ଥାନିତ ହୋଇଛି। ସେହିପରି ୨୮ ଫୁଟ ଉଚ୍ଚର ପ୍ରେଡିଏଟର, ୨୨ ଫୁଟ ୩ ଇଞ୍ଚର ଆଇରନ ମ୍ୟାନ, ୬ ଫୁଟ ଉଚ୍ଚର ଟର୍ମିନେଟର, ୧୮ ଫୁଟ ଉଚ୍ଚର ଡଲଫିନ୍‌, ଅଲିଭରିଡଲେ କଳାକୃତି, ୮ ଫୁଟ ଉଚ୍ଚ ଓ ୧୭ ଫୁଟ ଲମ୍ବର ହେଲିକପ୍ଟର, ୯ ଫୁଟର ଚେତକ, ୧୩ ଫୁଟ ଉଚ୍ଚର ପ୍ରେଡିଏଟର, ୧୬ ଫୁଟ ଉଚ୍ଚର ହରିଣ ସହ ୬ ଫୁଟର ରୋବର୍ଟ, ୧୭ ଫୁଟର ରେଇଣ୍ଡର, ୨୨ ଫୁଟ ଲମ୍ବର ଝିଟିପିଟି, ୧୩ ଫୁଟ ଉଚ୍ଚତାର ମୟୂର, ୩ଡି ଆର୍ଟର ଗାଈ, ୧୫ ଫୁଟ ଉଚ୍ଚର କିଙ୍ଗକଙ୍ଗ୍‌, ଯୁଦ୍ଧ ଟ୍ୟାଙ୍କ୍‌ ପ୍ରମୁଖ କଳାକୃତି ପ୍ରଦର୍ଶିତ ହୋଇଛି। ଏହି ମ୍ୟୁଜିୟମ ସାରା ରାଜ୍ୟର ବୈଷୟିକ ତାଲିମ ଅନୁଷ୍ଠାନର ଛାତ୍ରୀଛାତ୍ରଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବା ନେଇ ଅଧ୍ୟକ୍ଷ ଡ. ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ମେଢ଼ ଭସାଣି ବେଳେ ଇଲେକ୍ଟ୍ରି ତାରରେ ଲାଗିଗଲା ଡିଜେ, ଚାଲିଗଲା ଯୁବକଙ୍କ ଜୀବନ

ପୁରୁଷୋତ୍ତମପୁର,୧୮ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବୁଧବାର ଗଣେଶ ମେଢ଼ ଭସାଣି ବେଳେ ବିଦ୍ୟୁତ୍‌ ଆଘାତରେ ପବିତ୍ର ସାହୁ( ୨୨)ଙ୍କ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିଲେ ଓ୍ବାର୍ଡ ସଭ୍ୟ

ଛତ୍ରପୁର,୧୮ା୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚ ବିକାଶ ସେଠୀଙ୍କ ନିଜ ମନମୁଖୀ କାର୍ଯ୍ୟ ନେଇ ଓ୍ବାର୍ଡ...

ହେନ୍ତାଳ ବନ ସୁରକ୍ଷା ଚିନ୍ତାରେ ବନ ବିଭାଗ

ବ୍ରହ୍ମପୁର,୧୮।୯(ଅଶୋକ କୁମାର ସାହୁ): ବାତ୍ୟା, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କ୍ଷୟକ୍ଷତିକୁ ପ୍ରଶମିତ କରିବା ପାଇଁ ବନ ବିଭାଗ ନଜର ରଖିଛି। ଏଥିପାଇଁ ସମୁଦ୍ର...

ଚୋରି ଟ୍ରକ ଘଟଣାରେ ଜଣେ ଗିରଫ ଜଣେ ଫେରାର

ଗୋପାଳପୁର, ୧୭।୯(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଧୀନ ଶନିବାର ବିଳମ୍ବିତ ରାତିରେ ହଳଦିଆପଦର ଗ୍ରାମ ନିକଟରେ ପାର୍କିଂ ଅବସ୍ଥାରେ ଥିବା ଏକ ଟ୍ରକ ଚୋରି...

ଗଣେଶ ଭସାଣି ଗଣ୍ଡଗୋଳରୁ ଆକ୍ରମଣ: ବଡ଼ଭାଇ ମୃତ, ସାନ ଗୁରୁତର

ସୋରଡା,୧୬ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅଧୀନ ଅମୃତୁଲୁ ଗ୍ରାମରେ ଗଣେଶ ଭସାଣି ବେଳେ ହୋଇଥିବା ଏକ ବଚସା ୩ ଦିନ ପରେ ଉଗ୍ରରୂପ...

ତପ୍ତପାଣି ଘାଟିରେ ଦୁର୍ଘଟଣା: ଗଛରେ ପିଟିହେଲା ଯାତ୍ରୀବାହୀ ବସ୍‌

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ତପ୍ତପାଣି ଘାଟି ତଳେ ଥିବା ମା’ କନ୍ଧୁଣି ଦେବୀଙ୍କ ମନ୍ଦିର ନିକଟରେ ଘଟିଛି...

ରାଷ୍ଟ୍ରପତିଙ୍କ ମନ ଜିଣିଲେ ଓଡ଼ିଆ ପୁଅ

ଗୋପାଳପୁର,୧୬।୯(ନବୀନ ରାଜ ଆଚାରୀ)ଗଞ୍ଜାମ ଜିଲାର ଚିତ୍ରକରଙ୍କୁ ପାଇ ଖୁସି ପ୍ରକଟ କରିବା ସହ ୪୫ ମିନିଟ୍‌ ଧରି ତାଙ୍କ ସହ କଥା ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ...

ନଦୀ, ପୋଖରୀରୁ ମିଳିଲା ୨ ମୃତଦେହ

ଛତ୍ରପୁର,୧୬।୯(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ମୁନିସିପେଣ୍ଠ ନିକଟ ଋଷିକୂଲ୍ୟା ନଦୀ କଂସାରୀ ଗଣ୍ଡରୁ ଜଣେ ଓ ଗଙ୍ଗାପୁର ପୋଖରୀରୁ ଆଉ ଜଣଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri