ଓଭରବ୍ରିଜ୍‌ ସୁରକ୍ଷା ଚିନ୍ତା: ଅଣ୍ଟା ଭିଡ଼ିଲା ସିଭିଲ ସୋସାଇଟି

ବାଲେଶ୍ୱର ଅଫିସ,୩।୯ – ବାଲେଶ୍ୱର ଫକୀରମୋହନ ଗୋଲେଇଠାରୁ ସହଦେବଖୁଣ୍ଟା ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଗତ ୧୯୮୪ରେ ଲୋକାର୍ପିତ ଓଡ଼ିଶାର ପ୍ରଥମ ଓଭରବ୍ରିଜ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାର ସୁରକ୍ଷା ଓ ମରାମତି ଲାଗି କୌଣସି ଠୋସ ପଦକ୍ଷେପ ନିଆଯାଉ ନ ଥିବାରୁ ସିଭିଲ୍‌ ସୋସାଇଟି ଅସନ୍ତୋଷ ପ୍ରକାଶ କରିବା ସହ ଅଣ୍ଟା ଭିଡିଛି। ଏହାର ତୁରନ୍ତ ମରାମତି କରା ନ ଗଲେ ଆସନ୍ତା ୬ତାରିଖରେ ବାଲେଶ୍ୱର ରେଳଷ୍ଟେଶନ ନିକଟସ୍ଥ ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋସାଇଟି ଗଣଧାରଣା ଦେବ ବୋଲି ନିଷ୍ପତ୍ତି ନେଇଛି। ଏନେଇ ପଢୁଆଁପଦାସ୍ଥିତ ଉଠାଜଳସେଚନ କର୍ମଚାରୀ ଭବନ ସଭାଗୃହରେ ସିଭିଲ୍‌ ସୋସାଇଟି ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସୋସାଇଟି ସଭ୍ୟାସଭ୍ୟ ଓ ବିଭିନ୍ନ ଗଣ ସଙ୍ଗଠନର କର୍ମକର୍ତ୍ତା ଯୋଗଦେଇ ରାଜ୍ୟ ସରକାରଙ୍କ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାକୁ ଦାୟୀ କରିଛନ୍ତି।
ଗତ ୫ବର୍ଷ ହେଲା ଜିଲାର ବହୁ ଗଣସଙ୍ଗଠନ ଏହି ପୋଲର ସୁରକ୍ଷା ଓ ମରାମତି ପାଇଁ ଦାବି କରିଆସୁଛନ୍ତି। ମୟୂରଭଞ୍ଜ ଓ ଉତ୍ତର ଓଡ଼ିଶାକୁ ସଂଯୋଗ କରୁଥିବା ଏହି ପୋଲ ଉତ୍ତର ଓଡ଼ିଶାର ତଥା ବାଲେଶ୍ୱର ଜିଲାର ଜୀବନରେଖା କୁହାଯାଉଥିବା ସଂଯୋଗ ପଥକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର, ଜିଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷମାନେ ବିଳମ୍ବ କରୁଛନ୍ତି। ଗତ ୨୫ ତାରିଖ ପ୍ରସ୍ତାବିତ ଗଣଧାରଣା ପାଇଁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ଉଚ୍ଚ କର୍ତ୍ତୃପକ୍ଷ, ଜିଲା ପ୍ରଶାସନଙ୍କ ସମେତ ସମସ୍ତ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲା। ହେଲେ କୌଣସି ସୁଫଳ ମିଳିଲାନି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଗଣଧାରଣା ପାଇଁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଶାନ୍ତିପୂର୍ଣ୍ଣ ଗଣଧାରଣାରେ ସମସ୍ତ ନାଗରିକ, ଛାତ୍ର, ଯୁବକ, ମହିଳା, ଶ୍ରମିକ, ବୁଦ୍ଧିଜୀବୀ, ସାଂସ୍କୃତିକ, ବ୍ୟବସାୟୀ, ପରିବହନ, ସଙ୍ଗଠନ ସଦସ୍ୟ ଓ ବ୍ୟକ୍ତିବିଶେଷ ଯୋଗଦେବାକୁ ନିବେଦନ କରାଯାଇଛି। ସୋସାଇଟି ସମ୍ପାଦକ ଆଇନଜୀବୀ ମନୋଜ ନାୟକ ବୈଠକରେ ଓଭରବ୍ରିଜ୍‌ର ସୁରକ୍ଷା ଓ ମରାମତି ଦାବିରେ ଗ୍ରହଣ କରାଯାଇଥିବା କାର୍ଯ୍ୟପନ୍ଥାର ସୂଚନା ପ୍ରଦାନ କରିଥିଲେ। ସୋସାଇଟି ଉପଦେଷ୍ଟା ତଥା ବରିଷ୍ଠ ନାଗରିକ ମଞ୍ଚର ଜିଲା ସମ୍ପାଦକ ଲକ୍ଷ୍ମୀଧର ବେହେରାଙ୍କ ସମେତ ବିଭିନ୍ନ ଗଣସଙ୍ଗଠନ ତରଫରୁ ଗୌରାଙ୍ଗ ପାଣିଗ୍ରାହୀ, ନିରଞ୍ଜନ ପରିଡ଼ା, ପରମାନନ୍ଦ ପଣ୍ଡା, ଅରୁଣ ଜେନା, ରୋଜି ପଟ୍ଟନାୟକ, ସରସ୍ବତୀ ପଣ୍ଡା, ବସନ୍ତ ସ, ମହମ୍ମଦ ସଫିକ୍‌, ସନ୍ତୋଷ ସାହୁ, ରାଜଲକ୍ଷ୍ମୀ ଚାଟାର୍ଜୀ, ମୁନା ପଣ୍ଡା, ଶରତ ଦଳେଇ, ପୂର୍ଣ୍ଣଚନ୍ଦ୍ର ପାତ୍ର, ବିକାଶ ଦାସ, ପ୍ରଦୀପ ଚାଟାର୍ଜୀ, ଜୟନ୍ତ ମହାନ୍ତି, ସଞ୍ଜୟ କୁମାର ଚୌଧୁରୀ, ପଞ୍ଚାନନ ପରିଡ଼ା, ଅଜିତ ବରାଳ, ସୁରେନ୍ଦ୍ର ପଣ୍ଡା, ଷ୍ଟାଲିନ୍‌ ମିଶ୍ର, ଅସିତ ବରଣ ଦାସ ଓ ସୁଦର୍ଶନ ଦାସ ପ୍ରମୁଖ ସହମତି ପ୍ରକାଶ କରିଥିଲେ। ଶ୍ୟାମସୁନ୍ଦର ଜେନା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରିବର୍ତ୍ତନ ଧାରାରେ ଅଫିମ ଚାଷୀ

ବାରିପଦା, ୪ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଦିନ ଥିଲା ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଲୋକେ ଅଫିମ ଚାଷ କରୁଥିଲେ। ପୋଲିସ ହାତରେ ଧରାପଡ଼ିଯିବା ଆଶଙ୍କାରେ...

ଭାଜପା ବିରୋଧରେ ବିଜେଡିର ସାଂଘାତିକ ଅଭିଯୋଗ: ଝାଡ଼ଖଣ୍ଡ ନିର୍ବାଚନର ଓ୍ବାର୍‌ ରୁମ୍‌ ସାଜିଛି ରାଜଭବନ

ଭୁବନେଶ୍ୱର, ୪।୧୦(ସୁନିତ୍‌ ମିଶ୍ର):ନିକଟରେ ରାଜଭବନକୁ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭେଟିବା ଘଟଣାକୁ ନେଇ ଏବେ ରାଜନୀତି ଜୋର୍‌ ଧରିଛି।...

ଜିଲା କାରାଗାରରେ ଅତର୍କିତ ଚଢ଼ାଉ, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ

ବରଗଡ଼,୪ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କାରାଗାରରେ ଶୁକ୍ରବାର ସକାଳୁ ପୋଲିସ ଅତର୍କିତ ଚଢ଼ାଉ କରିଛି। ଏସ୍‌ପି ପି. ଏସ୍‌ ମୀନାଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ...

ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ କମିବ ଗୁଳୁଗୁଳି

ଭୁବନେଶ୍ୱର,୪ା୧୦ (ଅନୁରାଧା ମହାରଣା) ମୌସୁମୀ ଅପସାରଣ ପ୍ରକିୟା ଜାରି ରହିଥିବାରୁ ବାୟୁରେ ଆର୍ଦ୍ରତା ବଢ଼ୁଛି। ଏହା ପ୍ରଭାବରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ରାଜ୍ୟରୁ...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା:ଏହି ଦିନ ମିଳିବ ପିଏମ୍‌ କିଷାନ କିସ୍ତି

ଭୁବନେଶ୍ୱର, ୪।୧୦(ସୁନିତ୍‌ ମିଶ୍ର):ଦଶହରା ପୂର୍ବରୁ ଚାଷୀମାନଙ୍କ ପାଇଁ ଖୁସି ଖବର ଆସିଛି। ପିଏମ୍‌ କିଷାନ ଯୋଜନାର ୧୮ତମ କିସ୍ତି ହିତାଧିକାରୀମାନଙ୍କୁ ପ୍ରଦାନ କରାଯିବ। ଆସନ୍ତା ୫...

ଉଚ୍ଚ ଶବ୍ଦରେ ବାଜିବନି ଡିଜେ, ଚାନ୍ଦିନୀଚୌକ, ଖାନନଗର ପୂଜା କମିଟି ଦେବେ ଅଣ୍ଡରଟେକିଂ

କଟକ,୪।୧୦ (କାର୍ତ୍ତିକ ସାହୁ) ଚଳିତ ଶାରଦୀୟ ଦୁର୍ଗାପୂଜାକୁ ସରସ ସୁନ୍ଦର କରିବା ପାଇଁ ରାସ୍ତାଘାଟ ଚକାଚକ କରିବା ସହ ପୂଜାରେ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଜା...

ଆଜି ଢିଙ୍କିଆ ନିର୍ବାଚନ, ପୋଲିସ ଛାଉଣୀରେ ପଞ୍ଚାୟତ

କୁଜଙ୍ଗ,୪।୧୦(ମନୋଜ ପ୍ରଧାନ): ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ୍‌ର ବହୁ ଚର୍ଚ୍ଚିତ ଢିଙ୍କିଆ ପଞ୍ଚାୟତର ସରପଞ୍ଚ ଓ ୱାର୍ଡସଭ୍ୟାସଭ୍ୟଙ୍କ ନିମନ୍ତେ ଶୁକ୍ରବାର ଭୋଟ ଗ୍ରହଣ କରାଯିବ। ସକାଳ...

ବାଲିଯାତ୍ରା ପାଇଁ ଗଠନ ହେବ ନୂଆ କମିଟି

କଟକ,୩ା୧୦(କାର୍ତ୍ତିକ ସାହୁ): ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଦାୟିତ୍ୱରୁ କଟକ ମହାନଗର ନିଗମ (ସିଏମ୍‌ସି)କୁ ଅନ୍ତର କରାଯାଇଥିବା ନେଇ ପ୍ରଚାରିତ ଗୁଜବକୁ ଶୁକ୍ରବାର ଖଣ୍ଡନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri