ଶୀତଋତୁ ଆରମ୍ଭ ହୋଇଗଲାଣି । ଯଦି ଆପଣ ଏହି ଋତୁରେ କପଡ଼ା କିଣିବାକୁ ଭାବୁଥାନ୍ତି ତେବେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…
ଉଲେନ୍ କୁର୍ତ୍ତି: ଆଗରୁ ଝିଅମାନେ କଟନ୍ ଶୁଟ୍ ସହିତ କାଡିଗର୍ନ,ସ୍ବେଟର କିମ୍ବା ଜ୍ୟାକେଟ୍ ପିନ୍ଧିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଇ କିଛିଦିନ ହେବ କଲେଜ୍ ଯାଉଥିବା ଯୁବତୀ ଓ ଅଫିସ୍ ଯାଉଥିବା ମହିଳା ଉଲେନ୍ ସୁଟ୍ ପସନ୍ଦ କରୁଛନ୍ତି। ଏହା ପିନ୍ଧିବାକୁ ଆରାମ ଓ ଉଷୁମ ଲାଗିଥାଏ ଓ ଏଥିସହ ସବୁ ଅକେଜନ୍ରେ ପରଫେକ୍ଟ ହେବାରେ ସାହାଯ୍ୟ କରିଥାଏ ।
ବ୍ଲାକ୍ ଓ୍ବାର୍ମ ଟି ଶାର୍ଟ: ଶୀତଦିନରେ କଳାରଙ୍ଗର ଗୋଟିଏ ଓ୍ବାର୍ମ ଟି ଶର୍ଟ ରହିବା ଆବଶ୍ୟକ। ଏହା ଶରୀରକୁ ଉଷୁମ ରଖିବାରେ ସାହାଯ୍ୟ କରେ। ଏହା ବ୍ଲାକ୍ କଲର ହେବା କାରଣରୁ ଜିନ୍ସ କିମ୍ବା ସବୁ କଲର ଜିନ୍ସ ସହିତ ଏହାକୁ ଟିମ୍ଅପ୍ କରି ପିନ୍ଧିପାରିବେ। ଆପଣ ଚାହିଁଲେ ଏଲିଗେଣ୍ଟ ଲୁକ୍ ଲାଗି କୌଣସି ସ୍କାର୍ଫ କିମ୍ବା ଡେନିମ୍ ଜ୍ୟାକେଟ୍ କ୍ୟାରି କରିପାରିବେ। ଆପଣଙ୍କ ଏହି ସିମ୍ପଲ ଲୁକ୍ କଲେଜ୍,ଅଫିସ୍, ଫ୍ରେଣ୍ଡଙ୍କ ସହ ଆଉଟିଂ ହେଉ କି ପାର୍ଟିରେ ପିନ୍ଧି ଯାଇପାରିବେ।
ଡେନିମ୍ ଜ୍ୟାକେଟ୍: ଡେନିମ୍ ଜ୍ୟାକେଟ୍କୁ ଆପଣ ସବୁ ଋତୁରେ ପିନ୍ଧି ପାରିବେ। ଏହା ଆପଣଙ୍କୁ ଥଣ୍ଡାରୁ ରକ୍ଷା କରିବା ସହ ଷ୍ଟାଇଲିଶ୍ ଲୁକ୍ ଦେଇଥାଏ। ଏହାର ଏକ ଭଲଗୁଣ ହେଲା-ଏହାକୁ ଆପଣ ଇଣ୍ଡିଆନ୍,ଓ୍ବେଷ୍ଟର୍ନ ଓ ଫ୍ୟୁଜନ୍ରେ ମଧ୍ୟ ପିନ୍ଧି ପାରିବେ।
ପ୍ରିଣ୍ଟେଡ୍ ଜ୍ୟାକେଟ୍: ଝିଅମାନଙ୍କ ପାଖରେ ଶୀତଦିନେ ଏକ ପ୍ରିଣ୍ଟେଡ୍ ଜ୍ୟାକେଟ୍ ରହିବା ଜରୁରୀ। ଯାହାକୁ ଆପଣ ହାଲ୍କା ଶୀତରେ ପିନ୍ଧିପାରିବେ। ଏହାକୁ ଆପଣ ଗାଉନ୍,ଇଣ୍ଡିଆନ୍ ସୁଟ୍, ଟି ଶାର୍ଟ ସହିତ ଖୁବ୍ ସହଜରେ ଟିମ୍ଅପ୍ କରି ପିନ୍ଧିପାରିବେ।
ଲଙ୍ଗ ଜ୍ୟାକେଟ୍: ଶୀତଦିନରେ କୋର୍ଟ ଓ ଲଙ୍ଗ କୋର୍ଟ ବିନା ଭଲ ଲାଗେନା। ଆପଣ ଏହାକୁ ଡେଲି ଅଫିସ୍ ଓ୍ବିୟର,ପାର୍ଟି ଓ୍ବେର ଦୁଇପ୍ରକାର କ୍ୟାରି କରିପାରିବେ।