Posted inଖେଳ

ଓ୍ବେଷ୍ଟଇଣ୍ଡିଜ ୧୧୭ରେ ଅଲଆଉଟ

କିଙ୍ଗଷ୍ଟନ(ଜାମାଇକା), ୨।୯-
ସାବିନା ପାର୍କ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ମାତ୍ର ୧୧୭ ରନ କରି ଅଲଆଉଟ ହୋଇଛି। ମାତ୍ର ଭାରତ ଘରୋଇ ଦଳକୁ ଫଲୋଅନ ଡାକରା ଦେଇନାହିଁ। ଦ୍ୱିତୀୟ ଇନିଂସ ଆରମ୍ଭ କରି ଭାରତ ରବିବାର ୩ୟ ଦିବସରେ ଖବର ମିଳିବା ବେଳକୁ ୪ ଉଇକେଟ ହରାଇ ୭୨ ରନ ସଂଗ୍ରହ କରିଛି। ଫଳରେ ଦଳର ମୋଟ ଅଗ୍ରଣୀ ବ୍ୟବଧାନ ୩୭୧ ରନରେ ପହଞ୍ଚତ୍ଛି। ମୟଙ୍କ ଅଗ୍ରଓ୍ବାଲ ୪, ଲୋକେଶ ରାହୁଲ ୬, ଚେତେଶ୍ୱର ପୂଜାରା ୨୭ ରନରେ ଏବଂ ଅଧିନାୟକ ବିରାଟ କୋହଲି ଗୋଲ୍ଡେନ ଡକ୍‌(୦)ରେ ଆଉଟ ହୋଇଛନ୍ତି। ଏହାକୁ ମିଶାଇ କୋହଲି ଟେଷ୍ଟ କ୍ରିକେଟରେ ୪ର୍ଥ ଥରପାଇଁ ବିନା ସ୍କୋରରେ ପ୍ୟାଭିଲିୟନ ଫେରିଛନ୍ତି। ପୂର୍ବରୁ ସେ ୨୦୧୧-୧୨ରେ ମେଲବୋର୍ନରେ ଅଷ୍ଟ୍ରେଲିଆର ବେନ୍‌ ହିଲ୍‌ଫେନହାଉସ, ୨୦୧୪ରେ ଲଡର୍‌ସଠାରେ ଇଂଲଣ୍ଡର ଲିଆମ ପ୍ଲଙ୍କେଟ, ୨୦୧୮ରେ ଓଭାଲଠାରେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ଙ୍କ ବଲ୍‌ରେ ଏବଂ ଏବେ କେମର ରୋଚ୍‌ଙ୍କ ବଲ୍‌ରେ ଗୋଲ୍ଡେନ ଡକ୍‌ରେ ଆଉଟ ହୋଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ବୋଲରଙ୍କ ମଧ୍ୟରେ କେମର ରୋଚ୍‌ ୩ଟି ଏବଂ ଜାସନ ହୋଲ୍ଡର ଗୋଟିଏ ଉଇକେଟ ନେଇଛନ୍ତି।
ଦ୍ୱିତୀୟ ଦିବସର ଅସମାପ୍ତ ଇନିଂସ ୮୭/୭ରୁ ଖେଳ ଆରମ୍ଭ କରିଥିବା ଓ୍ବେଷ୍ଟଇଣ୍ଡିଜ ଆଉ ୩୦ ରନ ଯୋଗକରି ଅବଶିଷ୍ଟ ୩ଟି ଉଇକେଟ ହରାଇଥିଲା। ରାନକିମ କର୍ନଓ୍ବାଲ ୧୭, ଜାମର ହାମିଲଟନ ୫ ଓ କେମର ରୋଚ୍‌ ୧୭ ରନ କରି ଆଉଟ ହୋଇଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମି, ଈଶାନ୍ତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପ୍ରକାଶଯୋଗ୍ୟ ଯେ, ଦ୍ୱିତୀୟ ଦିବସରେ ୨୨ ରନରେ ୫ଟି ଉଇକେଟ ହରାଇ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଓ୍ବେଷ୍ଟଇଣ୍ଡିଜ ମଧ୍ୟଭାଗରେ ଶିମରନ ହେଟମେରଙ୍କ ୩୪ ଓ ଟେଲଏଣ୍ଡରଙ୍କ ସହାୟତାରେ ୧୦୦ ରନ ପୂରଣ କରିବାରେ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍‌ରା ହ୍ୟାଟ୍ରିକ ସହ ସର୍ବାଧିକ ୬ଟି, ମହମ୍ମଦ ସାମି ୨ଟି ଏବଂ ଈଶାନ୍ତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଏହି ଅବସରରେ ସାମି ଟେଷ୍ଟ କ୍ରିକେଟରେ ୧୫୦ ଉଇକେଟ ପୂରଣ କରିଛନ୍ତି। ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୪୧୬ ରନ ସ୍କୋର କରିଥିଲା। ଓ୍ବେଷ୍ଟଇଣ୍ଡିଜ ୧୧୭ରେ ଅଲଆଉଟ ହେବାରୁ ଭାରତ ୨୯୯ ରନରେ ଅଗ୍ରଣୀ ଲାଭ କରିଥିଲା। ତେବେ ଫଲୋଅନ ନ ଡାକି ଦଳ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିବାକୁ ଉଚିତ ମଣିଥିଲା। ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ଏକ ବଡ଼ ଟାର୍ଗେଟ ରଖିବା ଭାରତର ଲକ୍ଷ୍ୟ ଥିବା ଏହି ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଛି। ବୃହତ୍‌ ଅଗ୍ରଣୀ ସତ୍ତ୍ୱେ ପ୍ରତିପକ୍ଷ ଦଳକୁ ଫଲୋଅନ ନ ଡାକିବା ଭାରତ ପାଇଁ ଏହା ତୃତୀୟ ଦୃଷ୍ଟାନ୍ତ। ୨୦୦୭ରେ ଓଭାଲଠାରେ ଇଂଲଣ୍ଡ ବିପକ୍ଷରେ ୩୧୯ ଓ ୨୦୧୭ରେ ଗାଲେଠାରେ ଶ୍ରୀଲଙ୍କା ବିପକ୍ଷରେ ୩୦୯ ରନରେ ଅଗ୍ରଣୀ ସତ୍ତ୍ୱେ ଭାରତ ଫଲୋଅନ ଡାକରା ଦେଇ ନ ଥିଲା। ୨୦୧୮-୧୯ରେ ମେଲବୋର୍ନଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୯୨ ଓ ୨୦୦୩-୦୪ରେ ସିଡ୍‌ନୀଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୩୧ ରନରେ ଅଗ୍ରଣୀ ସତ୍ତ୍ୱେ ଦଳ ସମାନ ରଣନୀତି ଅବଲମ୍ବନ କରିଥିଲା।
ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ: ୪୧୬(ହନୁମା ବିହାରୀ-୧୧୧, ବିରାଟ କୋହଲି-୭୬, ଈଶାନ୍ତ ଶର୍ମା-୫୭, ମୟଙ୍କ ଅଗ୍ରଓ୍ବାଲ-୫୫, ଜାସନ ହୋଲ୍ଡର-୫/୭୭, ରାନକିମ କର୍ନଓ୍ବାଲ-୩/୧୦୫)। ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୧୧୭/ଅଲଆଉଟ(ଶିମରନ ହେଟମେର-୩୪, ଜାସନ ହୋଲ୍ଡର-୧୮, ଯଶପ୍ରୀତ ବୁମ୍‌ରା-୬/୨୭, ମହମ୍ମଦ ସାମି-୨/୩୪, ଈଶାନ୍ତ ଶର୍ମା-୧/୨୪, ରବୀନ୍ଦ୍ର ଜାଡେଜା-୧/୧୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ରାଜଧାନୀ ଏକ୍ସପ୍ରେସ୍‌’ଠାରୁ ବି ଫାଷ୍ଟ୍‌ ଏହି ବୋଲର୍‌ଙ୍କ ସ୍ପିଡ୍‌: ଡେବ୍ୟୁ ମ୍ୟାଚ୍‌ରେ ରଚିଲେ ଇତିହାସ

ନୂଆଦିଲ୍ଲୀ,୧୩।୧୧: ନଭେମ୍ବର ୧୧ରେ କ୍ରିକେଟରେ ଏକ ସ୍ବତନ୍ତ୍ର ରେକର୍ଡ ହୋଇଛି। ୨୨ ବର୍ଷ ବୟସ୍କ ନାହିଦ ରାଣା ବାଂଲାଦେଶୀ କ୍ରିକେଟର ନିଜ ଦେଶ ପାଇଁ ସବୁଠାରୁ...

ରୋହିତ, କୋହଲି ନା ଧୋନୀ? ଆଇପିଏଲ ୨୦୨୫ରେ କେଉଁ ଦଳକୁ ଯିବେ ରାହୁଲ, କଲେ ଖୁଲାସା

ନୂଆଦିଲ୍ଲୀ,୧୩।୧୧: ଟିମ ଇଣ୍ଡିଆର ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଗତ କିଛି ଦିନ ହେବ ଖବରରେ ଅଛନ୍ତି। ବାସ୍ତବରେ, କେ.ଏଲ ରାହୁଲ ଲକ୍ଷ୍ନୌ ସୁପର...

ଆଇପିଏଲ ପୂର୍ବରୁ ଧୋନୀଙ୍କ ବଢିଲା ଅଡୁଆ, ଏହି ମାମଲାରେ ହାଇକୋର୍ଟ ପଠାଇଲେ ନୋଟିସ

ନୂଆଦିଲ୍ଲୀ,୧୩।୧୧: ବ୍ୟବସାୟିକ ଠକେଇ ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ଏମଏସ ଧୋନୀଙ୍କୁ ନୋଟିସ ପଠାଇଛନ୍ତି। ଭାରତୀୟ କ୍ରିକେଟରଙ୍କ ପୁରୁଣା ବ୍ୟବସାୟ ସହଯୋଗୀ ମିହିର ଦିୱାକର ଏବଂ ସୌମ୍ୟ...

ଚାମ୍ପିଅନ୍ସ ଟ୍ରଫି ଖେଳିବ ନାହିଁ ପାକିସ୍ତାନ! ପିସିବିକୁ ନେଇ ଆସିଲା ବଡ଼ ଖବର…

ନୂଆଦିଲ୍ଲୀ,୧୨।୧୧: ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ନେଇ ବଡ଼ ନିଷ୍ପତ୍ତି ନେଇପାରେ ପାକିସ୍ତାନ। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଆଇସିସିକୁ ଚିଠି ଲେଖି ସିଧାସିଧା ଧମକ ଦେଇଛି। କାହିଁକି...

ପଛରେ ପଡ଼ିଲେ କୋହଲି, ଟପିଗଲେ ମୋଦି

ନୂଆଦିଲ୍ଲୀ,୧୨।୧୧: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ପଛରେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକପ୍ରିୟତା ମାମଲାରେ ଅନ୍ତର୍ଜାତୀୟସ୍ତରରେ ଉଭୟଙ୍କ ଦବ୍‌ଦବା ବାରି ହୋଇଯାଏ। ଏମିତିରେ ଏସିଆ...

ଜିଦ୍‌ରେ ଅଟଳ ପାକିସ୍ତାନ: ଚାମ୍ପିଅନ୍ସ ଟ୍ରଫିକୁ ନେଇ ଘନଉଛି ବିବାଦ, ଆସିଲା ବଡ଼ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୧୨।୧୧: ୨୦୨୫ ଚାମ୍ପିଅନ୍ସ ଟ୍ରଫିକୁ ନେଇ ବିବାଦ ଲାଗିରହିଛି। ବିସିସିଆଇ ଆଇସିସିକୁ କହିଛି ଯେ, ଟିମ ଇଣ୍ଡିଆ କୌଣସି ପରିସ୍ଥିତିରେ ପାକିସ୍ତାନ ଯିବ ନାହିଁ। ତଥାପି...

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ବିଶ୍ୱର ନମ୍ବର-୧ ଖେଳାଳି

କାବୁଲ,୧୨।୧୧: ଆଫଗାନିସ୍ତାନ କ୍ରିକେଟ ଦଳକୁ ଉଚ୍ଚ ସ୍ଥାନକୁ ନେବାରେ ମହମ୍ମଦ ନବି ଏକ ମହତ୍ୱପୂର୍ଣ ଅବଦାନ ରଖିଛି। କିନ୍ତୁ ହଠାତ୍‌ ସେ କ୍ରିକେଟ୍‌କୁ ଅଲବିଦା କହିଛନ୍ତି।...

ଫିଟ୍‌ ହେଲେଣି ଶାମି, ବର୍ଷେ ପରେ ଏହିଦିନ ଖେଳିବେ ତାଙ୍କର ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ,୧୨।୧୧: ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି ସମ୍ପୂର୍ଣ୍ଣ ଫିଟ ହୋଇଛନ୍ତି। ଏବେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri