ଓଡ଼ିଶାରେ ଚିହ୍ନଟ ହୋଇଛି ପ୍ରଥମ କରୋନା ଭାଇରସ୍ ପଜିଟିଭ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସଂପୃକ୍ତ ଯୁବକଙ୍କ ଚିକିତ୍ସା କରାଯାଉଛି । ସଂପୃକ୍ତ ଯୁବକ ଜଣକ ଇଟାଲୀରେ ଗବେଷଣା କରୁଥିଲେ । ଗତ କିଛି ଦିନ ତଳେ ସେ ଇଟାଲୀରୁ ଫେରି ଦିଲ୍ଲୀରେ ପହଂଚିବା ବେଳେ ତାଙ୍କର ସ୍କ୍ରିନିଂ କରାଯାଇଥିଲା । ସେଠାରୁ ଭୁବନେଶ୍ୱର ଫେରିବା ପରେ ତାଙ୍କୁ ଥଣ୍ଡା, ଜ୍ୱର ଲଗାତାର ହେବାରୁ କ୍ୟାପିଟାଲ ହସ୍ପିଟାଲରେ ପରୀକ୍ଷା କରାଇଥିଲେ । ଗତକାଲି ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ସରକାରୀ ଭାବେ ଜଣାପଡିଛି ।
The first confirmed case of novel coronavirus was reported in Odisha Monday after a researcher who returned from Italy tested positive for it. The 33-year-old man is being treated at Capital Hospital. The patient reached Delhi from Italy March 6 and travelled to Bhubaneswar by train March 12. He consulted a doctor March 13, complaining of fever and headache.