କଂଗ୍ରେସ ପଦଯାତ୍ରାରେ ଭକ୍ତ ଦାସଙ୍କ ଘୋଷଣା: ଆଉ ନିର୍ବାଚନ ଲଢ଼ିବିନି

ଭୁବନେଶ୍ୱର,୨।୧୦(ବ୍ୟୁରୋ): ଆଉ ନିର୍ବାଚନ ଲଢ଼ିବେ ନାହିଁ କଂଗ୍ରେସ ନେତା ଭକ୍ତ ଦାସ। ବୁଧବାର କଂଗ୍ରେସର ପଦଯାତ୍ରା ଅବସରରେ ସେ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି, ମୁଁ ଆଉ ଲୋକସଭା ନିର୍ବାଚନ ଲଢ଼ିବି ନାହିଁ। ୩ ଥର ଏମ୍‌ପି ହୋଇଥିବା ବେଳେ ୬ ଥର ହାରିଛି। ଲୋକଙ୍କ ଉପରେ ବୋଝ କାହିଁକି ହେବି। ଏଥର ନୂଆ ପିଲାଙ୍କୁ ସୁଯୋଗ ଦେବା। ତେବେ ମୁଁ କଂଗ୍ରେସରେ ଅଛି, ଲୋକଙ୍କ ପାଇଁ ଏବଂ ଦଳ ପାଇଁ ସଂଗ୍ରାମ କରିବି ବୋଲି ଭକ୍ତ କହିଛନ୍ତି।

ସେ କୋଶଳ ରାଜ୍ୟ ଗଠନକୁ ପରୋକ୍ଷରେ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି, ଛୋଟ ଛୋଟ ରାଜ୍ୟ କରି ଲୋକଙ୍କୁ ନ୍ୟାୟ ଦେବାର ଆବଶ୍ୟକତା ରହିଛି। ପଶ୍ଚିମ ଓଡ଼ିଶାରେ ମିନି ରାଜଧାନୀ ହେଉ। ଓଡ଼ିଶାକୁ ବିଭାଜନରୁ ରକ୍ଷା କରିବାକୁ ହେଲେ ମିନି ରାଜଧାନୀର ଆବଶ୍ୟକତା ରହିଛି। ମିନି ରାଜଧାନରେ ବର୍ଷକରେ ଥରେ ବିଧାନସଭା ଅଧିବେଶନ ହେଉ। ହାଇକୋର୍ଟ ପ୍ରତିଷ୍ଠା ହେଉ। ଓଡ଼ିଶାକୁ ଏକ ରଖିବାକୁ ହେଲେ ଆଞ୍ଚଳିକ ବୈଷମ୍ୟ ଦୂର ହେଉ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri