Posted inରାଜ୍ୟ

କଟକଣା ସତ୍ତ୍ୱେ ବନ୍ଦ ହେଲାନି ଫର୍ମାଲିନ ବ୍ୟବହାର

ପାରାଦୀପ,୪ା୭(ସ୍ବ.ପ୍ର.): ସମୁଦ୍ରରୁ ଉତ୍ପାଦିତ ମାଛକୁ ଏ, ବି, ସି, ଡି ଭଳି ଗ୍ରେଡ୍‌ କରାଯାଇ ବିକ୍ରୟ କରାଯାଏ। ଏ ଓ ବି ଗ୍ରେଡ୍‌ ମାଛ ବିଦେଶକୁ ରପ୍ତାନୀ ହେଉଥିବାବେଳେ ସି ଓ ଡି ଗ୍ରେଡ ମାଛକୁ ସ୍ଥାନୀୟ ବଜାରରେ ବିକ୍ରି କରାଯାଏ। ଏହି ପ୍ରକାରର ଅଧିକାଂଶ ମାଛକୁ ଶୁଖୁଆ କରାଯାଏ। ପୁରୁଣା ପଦ୍ଧତି ଅନୁସାରେ ହେଉଥିବା ଶୁଖୁଆ ମଣିଷ ଶରୀର ପାଇଁ ସେତେ କ୍ଷତିକାରକ ନ ଥିଲା। କିନ୍ତୁ ଏବେ ଗତ ୧୦ ବର୍ଷ ହେଲା ଶୁଖୁଆରେ ମିଶିଯାଉଛି ଫର୍ମାଲିନ୍‌ ନାମକ କେମିକାଲ, ଯାହା ମଣିଷ ଶରୀର ପାଇଁ ଅତ୍ୟନ୍ତ ହାନିକାରକ ହୋଇଥିଲେ ହେଁ ସେଥିପ୍ରତି କାହାର ଭ୍ରୂକ୍ଷେପ ନାହିଁ। ଏନେଇ ବହୁବାର କଟକଣା ଜାରି କରାଯାଇଥିଲେ ମଧ୍ୟ ଏହାର ବ୍ୟବହାର ବନ୍ଦ ହେଉନାହିଁ। ରାଜ୍ୟର ଅନ୍ୟତମ ବୃହତ୍‌ ପାରାଦୀପ ମାଛଧରା ବନ୍ଦରରେ ଏବେ ଏହି ରାସାୟନିକ ପଦାର୍ଥ ବହୁଳ ପରିମାଣରେ ମିଶ୍ରଣ କରାଯାଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ବର୍ଷାଋତୁ ଆରମ୍ଭ ହେବା ପରେ ଫର୍ମାଲିନ୍‌ର ବ୍ୟବହାର ଅଧିକ ମାତ୍ରାରେ ଚାଲିଛି। କାରଣ ବର୍ଷାରେ ମାଛକୁ ଶୁଖାଇବା ସହଜ ନୁହେଁ। ତେଣୁ ଶୁଖୁଆ ତିଆରି ହେଉଥିବା ଲୁଣି ପାଣି ଟାଙ୍କିରେ ଫର୍ମାଲିନ୍‌ କେମିକାଲ ପକାଇ ଦେଲେ ଶୀଘ୍ର ଶୁଖୁଆ ପ୍ରସ୍ତୁତ ହୋଇଯାଉଛି। ମାଛଧରା ବନ୍ଦର ବ୍ୟତୀତ ଅଠରବାଙ୍କୀ ଶୁଖୁଆ ଖଳାରେ ମଧ୍ୟ ସେହି କେମିକାଲ ବ୍ୟବହାର ହେଉଛି। ଏହି ଫର୍ମାଲିନକୁ ମତ୍ସ୍ୟ ବିଭାଗ ନିଷିଦ୍ଧ ଘୋଷଣା କରିଥିଲା। ଏପରି କି ବେଳେ ବେଳେ ପ୍ରଚାର ମାଧ୍ୟମରେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଏ। ଏଥିସହ କାରଖାନାରେ ସମ୍ପୃକ୍ତ ବ୍ୟବସାୟୀ, ସଂଘ, ସମିତି, ଆମଦାନୀ-ରପ୍ତାନୀକାରୀ ସଂସ୍ଥା ଆଦିଙ୍କୁ ପ୍ରତିବର୍ଷ ଚିଠି ଯୋଗେ ଅବଗତ କରାଯାଉଛି ବୋଲି ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ) ମଧୁମୟ ସାମଲ କହିଛନ୍ତି। ଏହାସତ୍ତ୍ୱେ ଫର୍ମାଲିନ ମିଶ୍ରଣ ଚାଲିଛି। ସୂଚନାଯୋଗ୍ୟ, ଫର୍ମାଲିନ୍‌ କେମିକାଲ ପ୍ରାୟତଃ ପ୍ଲାଷ୍ଟିକ ଓ ଚମଡ଼ା ଶିଳ୍ପରେ ବ୍ୟବହୃତ ହୁଏ। ଏଥିସହ ମୃତଦେହ ଅଧିକ ଦିନ ସଂରକ୍ଷଣ ପାଇଁ ପୋଲିସ ଓ ତଦନ୍ତକାରୀ ସଂସ୍ଥା ବ୍ୟବହାର କରିଥାନ୍ତି। ଏହି କେମିକାଲ ମାଛରେ ମିଶିବା ଦ୍ୱାରା ତାହା ଶୀଘ୍ର ଶୁଖିଥାଏ ଏବଂ ପଚେ ନାହିଁ। ବର୍ଷାଦିନେ ମାଛ ପଚି ଶଢ଼ି ଯିବାର ସମ୍ଭାବନା ଅଧିକ। ସେତେବେଳେ କେମିକାଲ ମିଶାଇ ଦେଲେ ଆଉ ନଷ୍ଟ ହୁଏ ନାହିଁ। କେମିକାଲ ମିଶା ଶୁଖଆ ମଣିଷ ଖାଇଲେ ତାହା ଶରୀରରେ କର୍କଟ ଭଳି ମାରାତ୍ମକ ରୋଗ ସୃଷ୍ଟି କରିବାର ଆଶଙ୍କା ଅଛି ବୋଲି କୁହନ୍ତି ଡା. ପ୍ରଫୁଲ କୁମାର ଦୀକ୍ଷିତ। ଏସବୁ କେମିକାଲକୁ ବ୍ୟବସାୟୀମାନେ ପ୍ରାୟତଃ କଲିକତାରୁ ବସ୍‌ ଯୋଗେ ଆଣି ବିକ୍ରୟ କରିଥାନ୍ତି। ଯଦିଓ କେତେଥର ପୋଲିସ ଏହି କେମିକାଲ ଜବତ କରିଛି, ତେବେ ପରେ ମୂଲଚାଲ ନୀତିରେ ଛାଡ଼ିଦେଇଥିବା ଅଭିଯୋଗ ହେଉଛି। ତେଣୁ ଏବେ ଅବକାରୀ ବିଭାଗ ଭଳି ପୋଲିସର ମାସିକିଆ ଚାନ୍ଦା ତାଲିକାରେ ବ୍ୟବସାୟୀମାନେ ରହିଲେଣି ବୋଲି ଚର୍ଚ୍ଚା ହୁଏ। ଏପରି କି ଏକଦା ପାରାଦୀପରୁ କେରଳ ଯାଇଥିବା ୩ ଟ୍ରକ୍‌ ଶୁଖୁଆକୁ ସେଠାକାର ଡ୍ରଗ୍ସ ବିଭାଗ ଜବତ କରିବା ସହ ମାମଲା ରୁଜୁ କରିଥିଲା। ଶୁଖୁଆ ଖଳାର ଜଣେ ବ୍ୟବସାୟୀ ଏହି କାରଣ ପାଇଁ ଦେବାଳିଆ ହୋଇଛନ୍ତି। ଏମିତି ଅନେକ ଘଟଣା ଘଟିଥିଲେ ମଧ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ହେଉନାହିଁ। ଏ ସମ୍ପର୍କରେ ଫୁଡ୍‌ ଇନ୍ସପେକ୍ଟର ଅନିତା ରାଉତ କହିଛନ୍ତି ଯେ, ଗତବର୍ଷ ଡିସେମ୍ବରରେ ଆମେ ଶୁଖୁଆ ନମୂନା ସଂଗ୍ରହ କରିଥିଲୁ। ସେତେବେଳେ ଅଳ୍ପ ପରିମାଣର କେମିକାଲ ମିଶିଥିବା ଜଣାପଡିଥିଲା। ଏବେ ଯଦି ସେହି କେମିକାଲ ବହୁଳ ଭାବେ ବ୍ୟବହାର ହେଉଥାଏ, ତେବେ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ଏମିତି କହିଲେ ବିଜୟଲକ୍ଷ୍ମୀ

ଭୁବନେଶ୍ୱର,୧୮।୧୦: ବିଜେଡିକୁ ପୁଣି ଝଟ୍‌କା ଲାଗିଛି । ଜଣଙ୍କ ପରେ ଜଣେ ଦଳ ଛାଡ଼ୁଥିବା ବେଳେ ଶୁକ୍ରବାର  ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ ମହାପାତ୍ର।ଭୁବନେଶ୍ବର ମହିଳା...

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

କେବେ ଘୋଷଣା ହେବ ନୂଆ ପିସିସି ସଭାପତିଙ୍କ ନାଁ ?

  ଭୁବନେଶ୍ୱର, ୧୮।୧୦(ସୁନିତ୍‌ ମିଶ୍ର): ଓଡ଼ିଶାର ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ଚୟନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ ହେବ। ୨ ଜଣ ବରିଷ୍ଠ ନେତାଙ୍କୁ ଏନେଇ...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

୨୪ରେ ଉପକୂଳ ଅତିକ୍ରମ କରିପାରେ ସାମୁଦ୍ରିକ ଝଡ଼: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧୁଛି। ବର୍ଷା ହେଲେ ଧାନଚାଷ ସୁଧୁରିଯିବ। ଝଡ଼ ହେଲେ ଉଜୁଡ଼ିଯିବ। ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୁଳ ଶଙ୍କାରେ ପଡ଼ିଛନ୍ତି।...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ମଣ୍ଡିରୁ ଧାନ କିଣିପାରିବେନି…

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ଚଳିତ ଥର ମିଲରମାନେ ମଣ୍ଡିରୁ ଧାନ କିଣିପାରିବେନି। କେନ୍ଦ୍ରୀୟ ସଂସ୍ଥା କିମ୍ବା ସମବାୟ ସଂସ୍ଥା ମଣ୍ଡିରୁ ଧାନ କିଣିବେ। ଧାନ କ୍ରୟ ବ୍ୟବସ୍ଥାକୁ...

ବୁଦ୍ଧାଦିତ୍ୟଙ୍କ ନାଁରେ ଏଫଆଇଆର, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ନେଇ ଲେଖିଲେ…

ଭୁବନେଶ୍ୱର,୧୮।୧୦: ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ ଥାନାରେ ମାମଲା। କ୍ୟାପିଟାଲ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଥାନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri