କଟକରେ ବ୍ୟାପିଲା ଡେଙ୍ଗୁ

କଟକ ଅଫିସ,୨୨ା୧୦ – କଟକରେ ଡେଙ୍ଗୁର ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୩ ଦିନ ମଧ୍ୟରେ ୯ଟି ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି। ସେହିପରି ଗତ ଦୁଇମାସ ମଧ୍ୟରେ କାଠଗଡ଼ା ସାହି ଓ ଜଗତ୍‌ପୁର ଅଞ୍ଚଳରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। କାଠଗଡ଼ା ସାହିରେ ଚଳିତବର୍ଷ ୪ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇ ସାରିଲେଣି। ମୋଟାମୋଟି ଭାବେ କହିବାକୁ ଗଲେ ଏହି ଦୁଇ ସ୍ଥାନର ଅବସ୍ଥା ସଙ୍ଗିନ ରହିଛି। ସୋମବାର ଏସ୍‌ସିବି ମେଡ଼ିକାଲରେ ପରୀକ୍ଷା ହୋଇଥିବା ୯୧ ରକ୍ତନମୁନା ମଧ୍ୟରୁ ୧୨ଟି ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛି। ସେଥିମଧ୍ୟରେ କଟକ ରାଣୀହାଟ, ପୁରୀଘାଟ, କାଠଗଡ଼ା ସାହି ଓ ଜଗତପୁରର ଜଣେ ଲେଖାଏ, ଯାଜପୁରର ୨ଜଣ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ ଓ ଢ଼େଙ୍କାନାଳର ଜଣେ ଲେଖାଏ ଡେଙ୍ଗୁ ରୋଗୀ ଥିବା ମେଡ଼ିକାଲ ପକ୍ଷରୁ ସୂଚନା ଦିଆଯାଇଛି।
ଡେଙ୍ଗୁ ରୋଗର ବାହକ ଏଡିଶ୍‌ ମଶା। ବିଶେଷକରି ବର୍ଷାଦିନେ ଏହି ମଶା ଅଧିକ ମାତ୍ରାରେ ବଂଶ ବିସ୍ତାର କରିଥାନ୍ତି। ବର୍ଷା ଯୋଗୁ ଜମି ରହୁଥିବା ଆବର୍ଜନା ପାଣିରେ ଏହି ମଶାର ଲାର୍ଭା ଉତ୍ପତ୍ତି ହୁଏ। ଏବେ ବର୍ଷା ନ ଥିଲେ ବି ସହରରୁ ଆବର୍ଜନା ପାଣି ହଟୁନି। ଫଳରେ ଏଡିଶ ମଶାର ବଂଶ ବୃଦ୍ଧି ଘଟୁଛି। ସହରର ଗୋଟିଏ ପରେ ଗୋଟିଏ ସାହିରେ ଏବେ ଡେଙ୍ଗୁ ରୋଗୀ ଦେଖିବାକୁ ମିଳୁଛନ୍ତି। ଗତ ଶନିବାର ଏସ୍‌ସିବି ମେଡିକାଲରେ ରକ୍ତନମୁନା ପରୀକ୍ଷା କରାଯାଇଥିବାବେଳେ ସହରର ଖାନ୍‌ନଗର, କାଠଗଡ଼ାସାହି, ଏସ୍‌ସିବି କ୍ୟାମ୍ପସ, ନୟାବଜାର ଓ ସାଆନ୍ତସାହିର ଜଣେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଥିଲା। ସେମାନଙ୍କ ମଧ୍ୟରେ ଏସ୍‌ସିବି ମେଡ଼ିକାଲର ଜଣେ ଡାକ୍ତରୀ ଛାତ୍ର ମଧ୍ୟ ଥିଲେ। ସୋମବାର ରାଣୀହାଟ, ପୁରୀଘାଟ, କାଠଗଡ଼ାସାହି ଓ ଜଗତ୍‌ପୁରରେ ଜଣେ ଲେଖାଏ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଆଗାମୀ ଦିନରେ ଏହି ତାଲିକାରେ ସହରର ଅନ୍ୟ ସାହିଗୁଡ଼ିକ ଯୋଡ଼ି ହେବାର ଆଶଙ୍କା ଉପୁଜିଛି। ଅନ୍ୟପକ୍ଷରେ ଡେଙ୍ଗୁକୁ ରୋକିବା ପାଇଁ କଟକ ମହାନଗର ନିଗମ(ସିଏମ୍‌ସି)ର ସ୍ବାସ୍ଥ୍ୟ କମିଟି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି ବୋଲି ଅଭିଯୋଗ ହେଉଛି। ସହରର ପରିମଳ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ। ବିଭିନ୍ନ ନାଳରେ ଏଡିଶ ମଶା ମାରିବା ନିମନ୍ତେ ଉଦ୍ଦିଷ୍ଟ ତେଲ ପକାଯାଉନି କି ମଶା ଧୂଆଁ ଛଡ଼ାଯାଉନି। ବର୍ଷା ଥମିଲେ ଆପେଆପେ ଡେଙ୍ଗୁ ଡର ଦୂରେଇଯିବ ବୋଲି ଭାବି ସିଏମ୍‌ସିର ବରିଷ୍ଠ ଅଧିକାରୀମାନେ ଚୁପ ହୋଇ ବସିଛନ୍ତି। ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ଅଞ୍ଚଳ ପ୍ରତି ବିଶେଷ ଦୃଷ୍ଟି ଦେବାକୁ କୁହାଯାଇଛି। ହେଲେ ଏ ପର୍ଯ୍ୟନ୍ତ ସିଏମ୍‌ସି ଅଧିକାରୀଙ୍କ ପାଖରେ ସହରର ଡେଙ୍ଗୁ ରୋଗୀଙ୍କ ସମ୍ପର୍କରେ ଖବର ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ଡ. ଉମେଶ ଚନ୍ଦ୍ର ପାଣିଗ୍ରାହୀ କୁହନ୍ତି, ପ୍ରତିଦିନ ସମସ୍ତ ୱାର୍ଡରେ ମଶା ମରା ତେଲ ପକାଯାଉଛି। ଏବେ ମଶା ଧୂଅଁା ଛଡ଼ାଯାଉନି। ଡେଙ୍ଗୁକୁ ରୋକିବା ପାଇଁ ଚେଷ୍ଟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ଏହି ତାରିଖ ଯାଏ କରିପାରିବେ ଆବେଦନ

ଭୁବନେଶ୍ୱର,୧୯।୯: ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ନଭେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ। ଚାଷୀମାନେ cmkissan.odisha.gov.in ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏହି...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri