କଟକ: ୧୮ରେ ୧୨ ଘଣ୍ଟିଆ ବନ୍ଦ

କଟକ ଅଫିସ,୧୬ା୯ : ହିନ୍ଦୁସେନା ଓ କଟକ ସଦର ସୁରକ୍ଷା କମିଟି ପକ୍ଷରୁ ଆସନ୍ତା ୧୮ରେ କଟକ ବନ୍ଦ ଡାକରା ଦିଆଯାଇଛି। ଏ ନେଇ ରବିବାର ଜିଲା ରେଡ୍‌କ୍ରସ ଭବନଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। କଟକ ସହରକୁ ଶ୍ରୀହୀନ କରିବା ନିମନ୍ତେ ଚକ୍ରାନ୍ତ କରାଯାଉଛି। ମୁଖ୍ୟତଃ ସହରରୁ ବହୁ କାର୍ଯ୍ୟାଳୟ ସ୍ଥାନାନ୍ତର ନ କରିବା, ଟ୍ରାଫିକ ନିୟମ କୋହଳ ସମୟକୁ ୬ ମାସ କରିବା, ଉଠା ବ୍ୟବସାୟୀଙ୍କୁ ଥଇଥାନ କରିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ୧୯୯୦ରୁ କଟକ ସହରରୁ ବହୁ ସରକାରୀ କାର୍ଯ୍ୟାଳୟ ଉଠାଇ ନିଆଯାଇଛି। ଏହାବାଦ୍‌ ମଧ୍ୟ ସରକାର ସହରରେ ଥିବା ବଳକା କାର୍ଯ୍ୟାଳୟ ଉଠାଇଦେବା ନିମନ୍ତେ ଚକ୍ରାନ୍ତ ଚଲାଇଛନ୍ତି। ଯାହାକି ଆଗାମୀ ଦିନରେ କଟକ ଶ୍ରୀହୀନ ହୋଇଯିବ। କଟକ ସହରର ରାସ୍ତାପାର୍ଶ୍ୱରେ ବହୁ ସଂଖ୍ୟାରେ ଛୋଟ ବ୍ୟବସାୟୀ ବ୍ୟବସାୟ କରି ପରିବାର ଭରଣପୋଷଣ କରନ୍ତି। କିନ୍ତୁ ଟ୍ରାଫିକ ନିୟମ କଟକଣା ଯୋଗୁ ସେମାନଙ୍କ ବ୍ୟବସାୟ ବନ୍ଦ ହେବାକୁ ବସିଲାଣି। ସେମାନଙ୍କୁ ଥଇଥାନ କରିବା ବଦଳରେ ଉଚ୍ଛେଦ କରାଯାଉଛି। ଦଶହରା ପୂର୍ବରୁ ସହରର ରାସ୍ତାଘାଟ, ନାଳନର୍ଦ୍ଦମା ମରାମତି ପାଇଁ ଦାବି କରାଯାଇଛି। ଏହି ସମସ୍ତ ଦାବି ନେଇ ଆସନ୍ତା ୧୮ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ସଫଳ କରିବା ପାଇଁ ସହରର ବିଭିନ୍ନ ସଙ୍ଗଠନ ସହଯୋଗ କରିବାକୁ ଆଗେଇ ଆସିଛନ୍ତି। ଓଡ଼ିଶା ପୂଜ୍ୟପୂଜା ପରିଷଦ ପଛୁଆବର୍ଗ ମହାସଂଘ, ଓଡ଼ିଶା ଯୁବ ଛାତ୍ର ସଙ୍ଗଠନ, କଟକ ଜିଲା ହରିଜନ ଯୁବକ ସଂଘ, ଓଡ଼ିଶା ବରିଷ୍ଠ ନାଗରିକ ସାମ୍ମୁଖ୍ୟ, ଆମେ ଓଡ଼ିଆ ଏବଂ ଆଞ୍ଚଳିକ ବିକାଶ ପରିଷଦ ସଙ୍ଗଠନ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅଭିଷେକ ଜେନା, ଦେବାଶିଷ ରାଉତ, ସଞ୍ଜିତ ସାମଲ, ଆଶିଷ ମହାପାତ୍ର, ଅରୁଣ ରାଜ, ସୁଜିତ ଦାସ, ସୁବାସ ନାୟକ, ନଳିନୀ ରାୟ, ମନୋଜ ରାଉତ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri