କଣ୍ଟାପଡ଼ାକୁ ଫେରିବା ପାଇଁ ପଞ୍ଜୀକରଣ କରିଛନ୍ତି ୯୩୫ ପ୍ରବାସୀ, ପ୍ରଥମ ପର୍ଯ୍ୟାୟରେ ଫେରିଲେ ୧୨ ଜଣ

କଣ୍ଟାପଡ଼ା,୧୧ା୫(ଡି.ଏନ୍‌.ଏ.): କରୋନା ମହାମାରୀ ଯୋଗୁ ସାରାଦେଶରେ କାର୍ଯ୍ୟରତ ଶ୍ରମିକଙ୍କ ଘରବାହୁଡ଼ା ଜାରିରହିଛି। ରବିବାର ରାତିରେ ସୁରଟରେ କାମ କରୁଥିବା କଟକ ଜିଲା କଣ୍ଟାପଡ଼ା ବ୍ଲକର ଶ୍ରମିକ ଘରକୁ ଫେରିଛନ୍ତି। କଣ୍ଟାପଡ଼ା ବ୍ଲକ ପ୍ରଶାସନ ଉକ୍ତ ପ୍ରବାସୀଙ୍କୁ ଜଟଣୀ ରେଳ ଷ୍ଟେଶନରୁୁ ଗାଡ଼ି ଯୋଗେ କଣ୍ଟାପଡ଼ାକୁ ଆଣିବା ପରେ ସେମାନଙ୍କ ମଧ୍ୟରୁ ଅଡ଼ଶପୁର କ୍ୱାରାଣ୍ଟାଇନ ସେଣ୍ଟରକୁ ୪ଜଣ, ଉତ୍ତାରଣକୁ ୩, କଣ୍ଟାପଡ଼ାକୁ ୨, ବଡ଼ପାଟସୁନ୍ଦରପୁର, ବ୍ରାହ୍ମଣସାଇଲୋ ଓ ଝାରପଡ଼ା କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଜଣେ ଲେଖାଏ ପ୍ରବାସୀଙ୍କୁ ପଠାଇ ଦିଆଯାଇଛି। କଣ୍ଟାପଡ଼ା ବ୍ଲକକୁ ଫେରିବା ପାଇଁ ୯୩୫ ଜଣ ପ୍ରବାସୀ ନାମ ପଞ୍ଜୀକରଣ କରିଥିବାବେଳେ ସୋମବାର ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୧୨ ଓଡ଼ିଆ ଫେରିଥିବା ଜଣାପଡ଼ିଛି। ଅଧିକାଂଶ କ୍ୱାରାଣ୍ଟାଇନ୍‌ ସେଣ୍ଟର ଜନବସତି ଅଞ୍ଚଳରେ ହୋଇଥିବାରୁ ଏହି କେନ୍ଦ୍ର ଉପରେ ପ୍ରଶାସନ କଡ଼ା ନଜର ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାମଲା ନ ଥିଲେ ଅଧିକାରୀ ହୋଇପାରିବେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଓଏସ୍‌ଡି

ଭୁବନେଶ୍ୱର,୮ା୧୦(ଅନିଲ ଦାସ): ଯେଉଁ ଅଧିକାରୀମାନଙ୍କୁ ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ସଚିବ କିମ୍ବା ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯିବ, ସେମାନଙ୍କ ନାଁରେ କୌଣସି ପ୍ରକାର ଶୃଙ୍ଖଳାଗତ ମାମଲା, ଭିଜିଲାନ୍ସ...

ଆମାଜନରେ ମିଳିବ ଏନ୍‌ସିଇଆର୍‌ଟି ପୁସ୍ତକ: ଧର୍ମେନ୍ଦ୍ର

ଭୁବନେଶ୍ୱର,୮।୧୦(ସୁନିତ୍‌ ମିଶ୍ର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୋମବାର ଭାରତ ସରକାରଙ୍କ ଅଧୀନରେ ଥିବା ଏନ୍‌ସିଇଆର୍‌ଟି ଏବଂ ଅନ୍ୟତମ ସର୍ବବୃହତ ଇ-କମର୍ସ ପ୍ଲାଟଫର୍ମ ଆମାଜନ ସେଲର୍ସ...

ସିରିପାଇ ସରପଞ୍ଚଙ୍କୁ ବଡ଼ ଝଟ୍‌କା: ପଦ ଅସିଦ୍ଧ ଘୋଷଣା କଲେ କୋର୍ଟ

ରାୟଗଡ଼ା,୭।୧୦(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ ଅନ୍ତର୍ଗତ ସିରିପାଇ ପଞ୍ଚାୟତର ସରପଞ୍ଚ ଇଚ୍ଛାମନ ମାଝିଙ୍କ ପଦ ରଦ୍ଦ ହୋଇଥିବା ଅତିରିକ୍ତ ଜିଲା ଦୌରାଜଜ୍‌...

ଭାଲୁ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

କେନ୍ଦୁଝର,୭।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ବ୍ରାହ୍ମଣୀପାଳ ରେଞ୍ଜ ହରିଚନ୍ଦନପୁର ବ୍ଲକ ବରେଇଗୋଡା ପଞ୍ଚାୟତ ତୁର୍କିପଦା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ...

ଫାଷ୍ଟଫୁଡ଼ ଦୋକାନୀଙ୍କୁ ଗୁଳିମାଡ଼, ୨ ଜଣଙ୍କୁ କୋର୍ଟ ଚାଲାଣ

ଭବାନୀପାଟଣା/ସିନାପାଲି,୭।୧୦(ଉତ୍ତମ କୁମାର ଦାଶ/ମନଫୁଲ ମେହେର): ନୂଆପଡା ଜିଲା ସିନାପାଲି ଥାନା ଅନ୍ତର୍ଗତ କାପସି ଛକଠାରେ ରବିବାର ରାତିରେ ନିଳାମ୍ବର ମେହେର ନାମକ ଜଣେ ଫାଷ୍ଟଫୁଡ଼ ଦୋକାନୀଙ୍କୁ...

ଧାନ ପରିବହନ ଗାଡିର କାଗଜପତ୍ର ଠିକ୍‌ ନ ଥିଲେ ହେବ କାର୍ଯାନୁଷ୍ଠାନ: କଟକଣା ପରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ,୭।୧୦(ପ୍ରେମାନନ୍ଦ ଖମାରୀ): ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ମାତ୍ର ମାସେ ରହିଛି। ଆସନ୍ତା ଧାନ ସଂଗ୍ରହ ପ୍ରକ୍ରିୟାରେ ନୂଆ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଚାଷୀମାନେ...

୧୦ ତାରିଖରୁ ପର୍ଯ୍ୟଟକଙ୍କ ଲାଗି ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ

ମୟୁରଭଞ୍ଜ,୭।୧୦: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତନ କରିବାକୁ ପ୍ରସ୍ତୁତ ହେଉଥିଲା ବେଳେ ଆସନ୍ତା ପର୍ଯ୍ୟଟନ ଋତୁ ୨୦୨୪-୨୫ ପାଇଁ ଅକ୍ଟୋବର ୧୦ ତାରିଖରୁ ପର୍ଯ୍ୟଟକଙ୍କ ଲାଗି...

ଶ୍ୱଶୁର ଘରୁ ମିଳିଲା ଜ୍ୱାଇଁଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ନିରାକାରପୁର, ୭।୧୦(ନିରାକାରପୁର ): ଶ୍ୱଶୁର ଘରୁ ଜ୍ୱାଇଁଙ୍କ ମୃତଦେହକୁ ଜଙ୍କିଆ ପୋଲିସ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଜଙ୍କିଆ ଥାନା ଅଧିନସ୍ଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri