କେନ୍ଦୁଝର, ୨।୬(ସ୍ବ.ପ୍ର.): କେନ୍ଦୁଝର ସହର ନିହାଲସିଂ ଛକ ନିକଟ କିମିରିଡୋଲି ସାହିରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଉକ୍ତ ସାହିକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ସେଠାରେ ପୋଲିସ ମୂତୟନ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ତେବେ ସ୍ଥାନୀୟ ଅଧିକାଂଶ ଲୋକ ଦିନମଜୁରିଆ ହୋଇଥିବାରୁ ଦୀର୍ଘ ଦିନ ହେଲା ସେମାନେ କାମକୁ ଯାଇ ନ ପାରି ଭୋକ ଓପାସରେ ରହୁଛନ୍ତି। ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳୁ ନାହିଁ। ତେଣୁ ସେମାନେ ମଙ୍ଗଳବାର ସକାଳୁ ଘରୁ ବାହାରି କଣ୍ଟେନମେଣ୍ଟ ଅଞ୍ଚଳ ବାହାରକୁ ଆସି ୪୯ ନଂ. ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ପରେ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ସହ ଆଲୋଚନା ପରେ ସମସ୍ୟାର ସମାଧାନ ନେଇ ପଦକ୍ଷେପ ନେବେ ବୋଲ ପ୍ରତିଶ୍ରୁତି ଦେବା ପରେ ଅବରୋଧ ହଟିଥିଲା। ସେମାନେ ସମସ୍ତେ ଦିନ ମଜୁରିଆ ତେଣୁ ମଜୁରୀ ଲାଗିଲେ ଘର ଚଳେ। ଏଣୁ କଣ୍ଟେନମେଣ୍ଟ ଉଠାଯାଉ ନଚେତ ସହାୟତା ଦିଆଯାଉ ବୋଲି ସେମାନେ ଦାବି କରିଥିଲେ।
Posted inଆମ ଜିଲା ଖବର, କରୋନା ଭାଇରସ୍, କେନ୍ଦୁଝର