କନିଷ୍ଠଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଦଶପଲ୍ଲା,୨୪ା୧୦ (ଡି.ଏନ.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବିଦ୍ୟୁତ୍‌ କାର୍ଯ୍ୟାଳୟ (ଫିଡ୍‌କୋ)ରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ଦେବଦତ୍ତ ସ୍ବାଇଁଙ୍କ ଝୁଲନ୍ତା ମୃତଦେହ ବୁଧବାର ସେ ରହୁଥିବା ଭଡାଘରୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଦେବଦତ୍ତ ଓ ଉକ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ଟେକ୍‌ନିସିଆନ୍‌ ଦେବେନ୍ଦ୍ର ସାହୁ ବାରପୁରିକିଆ ସ୍କୁଲ ସମ୍ମୁଖରେ ଏକ ଘର ଭଡାନେଇ ରହିଆସୁଥିଲେ। ସକାଳ ପ୍ରାୟ ୯ଟା ସମୟରେ ରୁମ୍‌ମେଟ୍‌ ସାହୁ ତାଙ୍କସହ କଥା ହୋଇ ଘରୁ ବାହାରି ଆସିଥିଲେ। ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ପର୍ଯ୍ୟନ୍ତ ଦେବଦତ୍ତ କାର୍ଯ୍ୟାଳୟକୁ ନ ଆସିବାରୁ ଅନ୍ୟ କର୍ମଚାରୀ ଫୋନ କରିଥିଲେ। ସେ ଫୋନ ରିସିଭ ନ କରିବାରୁ ରୁମ୍‌ମେଟ୍‌ ଓ ସାଥୀ କର୍ମଚାରୀ ତାଙ୍କ ଘରକୁ ଯାଇ କବାଟ ବନ୍ଦ ଥିବା ଦେଖିଥିଲେ। ସ୍କାଏ ଲାଇଟ୍‌ ଦେଇକ ଦେଖିବା ବେଳକୁ ସେ ଫ୍ୟାନରେ ଝୁଲୁଥିବା ଜଣାପଡିଥିଲା। ରୁମମେଟ୍‌ ସାହୁ ଦଶପଲ୍ଲା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଓ ମାଜିଷ୍ଟ୍ରେଟ ତଥା ତହସିଲଦାର ପ୍ରମୋଦ କୁମାର ଦଳବେହେରା ପହଞ୍ଚତ୍ କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏ ନେଇ ଥାନାରେ ୩୦/୧୯ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୋବାଇଲ ଫୋନ ଓ ଅନ୍ୟାନ୍ୟ କିଛି ସାମଗ୍ରୀ ଜବତ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି। ଦେବଦତ୍ତଙ୍କ ଘର ଯାଜପୁର ଜିଲା ଚଣ୍ଡୀଖୋଲର ପଦ୍ମଲାଭପୁର ଗ୍ରାମରେ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର,୮।୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହା ଘନୀଭୂତ ହୋଇ ଉତ୍ତରପଶ୍ଚିମ ଆଡ଼କୁ ମୁହାଁଇବ। ଉତ୍ତର ପଶ୍ଚିମକୁ ଗତି କରି ଓଡ଼ିଶା-ପଶ୍ଚିମବଙ୍ଗ...

ଅମ୍ବୁଡସ ପର୍ସନଙ୍କ ପ୍ରୋସିଡିଂ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ

ହାଟଡିହୀ,୮ା୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ): ହାଟଡିହୀ ବ୍ଲକ ସମ୍ପର୍କିତ ଏକ ମାମଲାର ଶୁଣାଣି କରି କେନ୍ଦୁଝର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅମ୍ବୁଡ଼ସ ପର୍ସନଙ୍କ ପ୍ରୋସିଡିଂ ଉପରେ ମାନ୍ୟବର ଓଡ଼ିଶା...

ଚମକ ହରାଉଛି ଶାମୁକା

ସମୁଦ୍ରରେ ଜୁଆର ଆସିଲେ କୂଳକୁ ଭାସିଆସେ ଶାମୁକା। ଜୁଆର ଫେରିଗଲେ ଆଉ ସେହିସବୁ ଶାମୁକା ବେଳାଭୂମିରେ ପଡ଼ିରହେ। ସକାଳର ସୂର୍ଯ୍ୟକିରଣରେ ଶାମୁକା ସବୁ ଚକ୍‌ ଚକ୍‌...

ଧ୍ୱଂସମୁଖରେ ମାଣ୍ଡୁକା ପାହାଡ଼

ଚଣ୍ଡିଖୋଲ,୮ା୯(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ରହିଛି ମାଣ୍ଡୁକା ପାହାଡ଼। ଏହି ପାହାଡ଼ର ୧୨ ଏକର ପରିମିତ ଜମିକୁ ମୋରମ ଖନନ...

ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶା ଉତ୍ସବମୁଖର, ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୮ା୯: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇ ଉଠିଛି ଗାଁଠୁ ସହର। ଏନେଇ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପାଖରେ ନବାନ୍ନ...

ଆଜିବି ପ୍ରବଳ ବର୍ଷିବ:  ଆହୁରି ଦୁଇ ଦିନ… 

ଭୁବନେଶ୍ୱର,୮।୯: ଆଜି  ମଧ୍ୟ ପ୍ରବଳ ବର୍ଷିବ। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ରବିବାର  ଦକ୍ଷିଣ ଓ ଉପକୂଳ ଓଡ଼ିଶାର ...

ଟ୍ରକ୍‌ ପଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ: ଜଣଙ୍କ ଜୀବନ ଗଲା, ୨ ଗୁରୁତର

ଯାଜପୁର,୮ା୯: ଯାଜପୁର ଜିଲା ଧର୍ମଶାଳା ଥାନା ରଥିଆ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫଳରେ ଆମ୍ବୁଲାନ୍ସ ସହାୟକଙ୍କ ଜୀବନ ଯାଇଥିବା ବେଳେ ୨...

CM kisan yojana: ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ ସିଏମ କିଷାନ ଟଙ୍କା : ଜାଣନ୍ତୁ କେତେ

ଭୁବନେଶ୍ୱର,୮।୯: ନୂଆଁଖାଇରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି। ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା। ଏହି ଯୋଜନାରେ ଚାଷୀ ୪ ହଜାର ଟଙ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri