ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି)-
ହରିୟାଣାର କର୍ନଲଠାରେ ଶୁକ୍ରବାର ଶେଷ ହୋଇଥିବା ଚାମୁଣ୍ଡା ଏଆଇଟିଏ ଚାମ୍ପିୟନଶିପ୍ ସିରିଜର ୧୨ ବର୍ଷରୁ କମ୍ ବିଭାଗରେ ଓଡ଼ିଶାର ଟେନିସ ପ୍ରତିଭା କମଲେଶ ରଥ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ସେ ମହାରାଷ୍ଟ୍ରର ଏନ. ଅଭିରାମ ଅମିତଙ୍କୁ ୭-୫, ୬-୨ ସେଟ୍ରେ ପରାସ୍ତ କରିଛନ୍ତି। ଏଥିସହ ସେ ୨୫ ଏଆଇଟିଏ ର଼୍ୟାଙ୍କିଙ୍ଗ୍ ପଏଣ୍ଟ ହାସଲ କରିଛନ୍ତି।