କମିଛି ସହରାଞ୍ଚଳ ପ୍ରଦୂଷଣ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ସ୍ବାସ୍ଥ୍ୟଠାରୁ ଆରମ୍ଭ କରି ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ର ପାଇଁ ବିପଜ୍ଜନକ ହୋଇଥିବା କୋଭିଡ୍‌-୧୯ ବା କରୋନା ମହାମାରୀ ପରିବେଶ ନିମନ୍ତେ କିନ୍ତୁ ବରଦାନ ପାଲଟିଛି। ମାର୍ଚ୍ଚ ପୂର୍ବରୁ ପ୍ରଦୂଷଣରେ ଘାଣ୍ଟି ହେଉଥିବା ରାଜ୍ୟର ବହୁ ସହର ଏବେ ଅନେକାଂଶରେ ସ୍ବଚ୍ଛ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କରାଯାଇଥିବା ସର୍ଭେରୁ ବାୟୁ ପ୍ରଦୂଷଣର ହାର ବହୁମାତ୍ରାରେ ହ୍ରାସ ପାଇଥିବା ତଥ୍ୟ ମିଳିଛି।
ମଳିଥିବା ସୂଚନା ଅନୁଯାୟୀ, ଲକ୍‌ଡାଉନ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୨୧ ତାରିଖ ଯାଏ ଅନୁଗୋଳ ସହରରେ ବାୟୁର ଗୁଣବତ୍ତା ମାନ(ଏକ୍ୟୁଆଇ) ୮୮ ଥିବା ବେଳେ ଏପ୍ରିଲରେ ତାହା ୫୭କୁ ହ୍ରାସ ପାଇଛି। ସେହିପରି ତାଳଚେର ୧୦୪ରୁ ୭୩, ବାଲେଶ୍ୱର ୮୮ରୁ ୬୦, ବ୍ରହ୍ମପୁର ୪୮ରୁ ୨୨, ଭୁବନେଶ୍ୱର
୯୯ରୁ ୪୫ ଏବଂ କଟକ ସହରର ପ୍ରଦୂଷଣ ହାର ୧୦୦ ଏକ୍ୟୁଆଇରୁ ୫୭କୁ ଖସିଆସିଛି। ସେହିଭଳି ଝାରସୁଗୁଡ଼ା ସହରର ପ୍ରଦୂଷଣ ମାନ ୧୧୦ରୁ ୬୫, କଳିଙ୍ଗନଗର ୧୨୨ରୁ ୬୧, କେନ୍ଦୁଝର ୧୦୦ରୁ ୫୩, କୋଣାର୍କ ୬୦ରୁ ୩୪, ପାରାଦୀପ ୧୦୧ରୁ ୬୫, ପୁରୀ ୮୭ରୁ ୩୬, ରାୟଗଡ଼ା ୭୬ରୁ ୫୫, ରାଜଗାଙ୍ଗପୁର ୮୫ରୁ ୬୨, ରାଉରକେଲା ୧୦୭ରୁ ୫୧ ଏବଂ ସମ୍ବଲପୁର ସହରରେ ବାୟୁ ପ୍ରଦୂଷଣ ଇଣ୍ଡେକ୍ସ ୧୦୯ ଥିବାବେଳେ ଏବେ ତାହା ୫୦କୁ ହ୍ରାସ ପାଇଛି। ଏହା ଭଲ ସଙ୍କେତ ଦେଉଥିଲେ ମଧ୍ୟ ଆଗାମୀ ଦିନରେ ସଚେତନ ନ ହେଲେ ପ୍ରଦୂଷଣ ହାର ପୁଣି ବଢିଯିବ ବୋଲି ପରିବେଶବିତ୍‌ ଚେତାଇ ଦେଇଛନ୍ତି। ଦେଶର ୧୦୨ଟି ସହର ପ୍ରଦୂଷଣର ବିଷାକ୍ତ ବଳୟ ମଧ୍ୟକୁ ଚାଲିଯାଇଛି। ଓଡ଼ିଶାର ଭୁବନେଶ୍ୱର ସମେତ କଟକ, ଅନୁଗୋଳ, ତାଳଚେର, ବାଲେଶ୍ୱର, ରାଉରକେଲା ଏବଂ କଳିଙ୍ଗନଗର ଆଦି ୭ଟି ସହର ଅତି ପ୍ରଦୂଷଣ ତାଲିକାରେ ସ୍ଥାନ ପାଇଛି। ସହରାଞ୍ଚଳର ଏପରି ପ୍ରଦୂଷିତ ପରିବେଶକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ନେଇ ଏକ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ଏନ୍‌ଜିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରାଜ୍ୟ ସରକାର ଏକ ସମନ୍ବିତ ସ୍ବଚ୍ଛ ବାୟୁ ଆକ୍ସନ ପ୍ଲାନ (କମ୍ପ୍ରହେନ୍‌ସିଭ କ୍ଲିନ ଏୟାର ଆକ୍ସନ ପ୍ଲାନ) ପ୍ରସ୍ତୁତ କରିଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ସାମିଲ କରାଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ୱ ଦିଆଯାଇଛି। ଏହି ଆକ୍ସନ ପ୍ଲାନ କାର୍ଯ୍ୟକାରୀ ପାଇଁ ବିଭିନ୍ନ ପର୍ଯ୍ୟାୟରେ କର୍ମଶାଳା ଆୟୋଜନ କରାଯିବ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହାଛଡା ସହରାଞ୍ଚଳ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ସମସ୍ତ ୧୧୪ଟି ସହରାଞ୍ଚଳରେ ବାୟୋ ଡାଇଭର୍‌ସିଟି କମିଟି ଗଠନ କରାଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି କମିଟିକୁ ମନିଟରିଂ କରିବ। ଶିଳ୍ପାଞ୍ଚଳ ପ୍ରଦୂଷଣ ଜାଣିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଅନ୍‌ଲାଇନ ମନିଟରିଂ ବ୍ୟବସ୍ଥା କରାଯାଇଛି। ଏଥିସହ ଆହୁରି ଅନେକ ପଦକ୍ଷେପ ନିଆଯାଉଛି ବୋଲି ବୋର୍ଡର ଜଣେ ବରିଷ୍ଠ ବୈଜ୍ଞାନିକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଜର, ପୀଡ଼ିତାଙ୍କ ନାଁ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୩ା୯: ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାରଣ କରିଛନ୍ତି ହାଇକୋର୍ଟ।...

ଭରା ନଦୀ ପାର ହୋଇ ଗାଁରେ ପହଞ୍ଚି ଲୋକଙ୍କ କଥା ଶୁଣିଲେ ବିଧାୟକ

ଚିତ୍ରକୋଣ୍ଡା/ମାଲକାନଗିରି,୨୩।୯: ମାଲକାନଗିରି ଜିଲା ଅପହଞ୍ଚ ଗଜିଆଗୁଡ଼ା ଗାଁରେ ସୋମବାର ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି ଚିତ୍ରକୋଣ୍ଡା କଂଗ୍ରେସ ବିଧାୟକ ମଙ୍ଗୁ ଖିଲ। ମିଳିଥିବା ସୂଚନା ମୁତାବକ,...

ସଫଳତା ଛୁଇଁବାରେ ପ୍ରତିବନ୍ଧକ ସାଜେନି ଶବ୍ଦ

ଭୁବନେଶ୍ୱର,୨୩ା୯ (ବନ୍ଦନା ସେଠୀ): ପରସ୍ପର ମଧ୍ୟରେ ଭାବ ଆଦାନ ପ୍ରଦାନର ମୁଖ୍ୟ ମାଧ୍ୟମ ହେଉଛି ଭାଷା। ଆମେ କହୁଥିବା ପ୍ରତିଟି ଶବ୍ଦକୁ ନେଇ ତିଆରି ହୁଏ...

ବନ୍ଦ ଡାକରା ପ୍ରତ୍ୟାହୃତ କରିନେଲା ବିଜେଡି, କହିଲା ଏହି ବଡ଼ କାରଣ…

ଭୁବନେଶ୍ୱର,୨୩ା୯: ବିଜେଡି ପକ୍ଷରୁ ୨୩ ତାରିଖ ମଙ୍ଗଳବାର ପାଇଁ ଦିଆଯାଇଥିବା ୬ ଘଣ୍ଟିଆ ବନ୍ଦ ଡାକରାକୁ ପ୍ରତ୍ୟାହାର କରିନିଆଯାଇଛି। ଏନେଇ ବିଜେଡି ପକ୍ଷରୁ ସୋମବାର ଏକ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମେଜର-ବାନ୍ଧବୀ, ମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୩ା୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସୋମବାର ଲୋକ ସେବା ଭବନରେ ଭେଟିଛନ୍ତି ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନ। ଅଙ୍କିତାଙ୍କ ସହ...

ସଂଗଠନ ମଜଭୁତ ପାଇଁ କର୍ଣ୍ଣମନ୍ତ୍ର ଦେଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ

ଦାରିଙ୍ଗବାଡ଼ି,୨୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦିନିକିଆ ଗସ୍ତ ହୋଇଛି। ଏହି ସମୟରେ ସେ ଦାରିଙ୍ଗବାଡ଼ି...

ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ଯଦି ଏହି ଘଟଣା ସହ ଆଉ…

ଭୁବନେଶ୍ୱର,୨୩ା୯: ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।...

ଆସୁଛି ଆଉ ଏକ ଲଘୁଚାପ, ୧୨ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର,୨୩।୯: ମୌସୁମୀ ଟ୍ରପ୍‌ ଲାଇନ୍‌ ବଙ୍ଗୋପସାଗରର ଦକ୍ଷିଣପୂର୍ବ ଦିଗରେ ଅଗ୍ରସର ହେଉଛି। ସେହିପରି ଆନ୍ଧ୍ରପ୍ରଦେଶ ଉପକୂଳରୁ ଦକ୍ଷିଣ ଉପକୂଳବର୍ତ୍ତୀ ମ୍ୟାନ୍‌ମାର ମଧ୍ୟରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri