Posted inଫୁରସତ

କମ୍‌ ମାର୍କ ପାଇଁ ମାଟ୍ରିକ ବେଷ୍ଟଟେନ୍‌ରୁ ବଞ୍ଚତ୍ତ ହୋଇଥିଲି

ଭେଡ଼େନ ବିଡିଓ ମୁରଲୀଧର ନାୟକ। ଜଣେ ଆଶୁକବି। ବିଭିନ୍ନ ସଭାସମିତିରେ ସୁନ୍ଦର କବିତା, ଗୀତ ମାଧ୍ୟମରେ ନିଜର ବକ୍ତବ୍ୟ ରଖୁଥିବା ମୁରଲୀଧରଙ୍କ ଜନ୍ମ ଅନୁଗୋଳ ଜିଲା କଣିହା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଡ଼୍ୟାମ ନିକଟସ୍ଥ ସୁଶୁବା ଗ୍ରାମରେ। ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା, ଜନତା ହାଇସ୍କୁଲ ବଜ୍ରକୋଟ, ପରେ ଅନୁଗୋଳ ସାଇନ୍ସ କଲେଜ, ଭୁବନେଶ୍ୱର ବିଜେବି କଲେଜ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଏମ୍‌ଏ କରିଛନ୍ତି ସେ। ଅଫିସ କାମ ସହ ଭଜନ, ସଂକୀର୍ତ୍ତନ, ସତ୍‌ସଙ୍ଗ, ପ୍ରବଚନରେ ତାଙ୍କର ରୁଚି ରହିଛି । ଏଥର ନିଜ କଥା ସ୍ତମ୍ଭରେ ତାଙ୍କ କଥା..।

ପ୍ରଥମ ଚାକିରି କେଉଁଠି ?
ଭୁବନେଶ୍ୱର କେନ୍ଦ୍ର ଏକ୍‌ସାଇଜ୍‌ ଡିପାର୍ଟମେଣ୍ଟରେ ଆକାଉଣ୍ଟାଣ୍ଟ ଭାବେ ପ୍ରଥମେ ଚାକିରି କରିଥିଲି। ୧୯୮୮ ମସିହାରେ ଓଏଏସ୍‌ ପାଇଲି । ସେହିବର୍ଷ ଅକ୍ଟୋବର ୧୪ ତାରିଖରେ କୋରାପୁଟ ଜିଲାରେ ପ୍ରଶାସନିକ ଅଧିକାରୀ ଜୀବନ ଆରମ୍ଭ ହୋଇଥିଲା। ୨୦୧୮ ଅକ୍ଟୋବର ୩ ତାରିଖରେ ଭେଡ଼େନ ବିଡ଼ିଓ ଭାବେ ଯୋଗ ଦେଇଥିଲି।
କବିତା ପ୍ରତି କିପରି ଆକୃଷ୍ଟ ହେଲେ ?
ସ୍କୁଲରେ ବିଭିନ୍ନ ବକ୍ତୃତା ପ୍ରତିଯୋଗିତାରେ ଅନ୍ୟ ପ୍ରତିଯୋଗୀମାନେ ଭାଷଣ ଦେଉଥିବା ବେଳେ ମୁଁ କବିତା ମାଧ୍ୟମରେ ବକ୍ତବ୍ୟ ରଖୁଥିଲି। ଯେକୌଣସି ବିଷୟରେ ସଙ୍ଗେ ସଙ୍ଗେ କବିତାଟିଏ ପ୍ରସ୍ତୁତ କରି ଗାଇ ପାରୁଥିଲି। ଯାହା ଏପର୍ଯ୍ୟନ୍ତ ଜାରି ରହିଛି।
ଆପଣଙ୍କ କେତୋଟି କବିତା ବହି ପ୍ରକାଶିତ ହୋଇଛି ?
ଏ ପର୍ଯ୍ୟନ୍ତ ମୋର ୧୩ ଖଣ୍ଡ ବହି ପ୍ରକାଶିତ ହୋଇଛି । ୧୪ତମ ବହି ପ୍ରକାଶନ ଅପେକ୍ଷାରେ ରହିଛି ।
ନିଜ ଦାୟିତ୍ୱ ସହିତ କବିତା,ସତ୍‌ସଙ୍ଗ କିପରି ସମ୍ଭବ ହୁଏ ?
ସମୟ ବାହାର କରି ସତ୍‌ସଙ୍ଗ, ନାମଯଜ୍ଞ, ପ୍ରବଚନରେ ଯୋଗ ଦେଇଥାଏ। ଗୀତ ଗାଇ ଥାଏ। ଡ୍ୟୁଟିରେ ଅବହେଳା କରେ ନାହିଁ । ଅଫିସ କାମ ସହ ଆଡ୍‌ଜଷ୍ଟ କରେ। ରାତି ୧୦ଟା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କବିତା ଲେଖିଥାଏ।
ଟିଭି,ସିନେମା ଦେଖନ୍ତି?
ସିନେମା ଦେଖେ ନାହିଁ । ଟିଭିରେ ନ୍ୟୁଜ ସହ ପାଲା, ଦାଶକାଠିଆ, ଆଧ୍ୟାତ୍ମିକ ପ୍ରବଚନ ଦେଖେ।
କିଛି ଅବଶୋଷ ଅଛି କି ?
ମାଟ୍ରିକ ପରୀକ୍ଷାରେ ବେଷ୍ଟ ଟେନରେ ଆସିବି ବୋଲି ଆଶା କରିଥିଲି । କିନ୍ତୁ ମାତ୍ର ଅଳ୍ପ ମାର୍କ ଯୋଗୁ ସେହି ସଫଳତାରୁ ବଞ୍ଚତ୍ତ ହୋଇଥିଲି।
ପରିବାର ବିଷୟ କିଛି କହିବେ ?
ସ୍ତ୍ରୀ,ତିନି ଝିଅଙ୍କୁ ନେଇ ମୋର ସଂସାର। ବଡ଼ ଝିଅ ଅଧ୍ୟାପିକା, ମଝିଆ ଜୁଡିସିଆଲ ଲାଇନ ଏବଂ ସାନଝିଅ ବ୍ୟାଙ୍କିଙ୍ଗ୍‌ ଲାଇନକୁ ଯିବ ବୋଲି ଆଶା କରିଛନ୍ତି।
ରୋଷେଇ ଜାଣନ୍ତି?
ହଁ, କିନ୍ତୁ କେବଳ ନିରାମିଷ ଖାଏ ଓ ନିରାମିଷ ରୋଷେଇ କରେ।
-ନିର୍ମଳ କୁମାର ମେହେର


Enter your email to get our daily news in your inbox.

All Right Reserved By Dharitri.Com

ଚାଉଳ କେ.ଜି.୧୦ ହଜାର ଟଙ୍କା

ଟୋକିଓ: ଭାରତୀୟମାନଙ୍କର ଦୈନନ୍ଦିନ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଚାଉଳକୁ ଧରାଯାଇଥାଏ। ବଜାରରେ ବିଭିନ୍ନ ମୂଲ୍ୟର ଚାଉଳ ଉପଲବ୍ଧ ରହିଥାଏ। ସେଠାରୁ ସାଧାରଣତଃ ଲୋକମାନେ ସେମାନଙ୍କର...

ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଦେବମାଲି

ଜୟପୁର: ରାଜସ୍ଥାନର ବେୱର ଜିଲାରେ ଅବସ୍ଥିତ ଦେବମାଲି ଗ୍ରାମକୁ ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବରେ ମଙ୍ଗଳବାର କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଘୋଷଣା କରିଛି। ପର୍ଯ୍ୟଟନ...

ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରେ ଗର୍ଭନିରୋଧକ

ପ୍ରତିବର୍ଷ ୨୬ ସେପ୍ଟେମ୍ବରରେ ବିଶ୍ୱ ଗର୍ଭନିରୋଧକ ଦିବସ ପାଳନ କରାଯାଏ। ଗର୍ଭନିରୋଧକ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ମହତ୍ତ୍ୱ ବୁଝିବା...

ଚର୍ଚ୍ଚାରେ ଏହି ଗ୍ରାମ: ପ୍ରତି ଘରେ ଆଇଏଏସ୍‌, ଆଇପିଏସ୍‌

ଲକ୍ଷ୍ନୌ:ସମ୍ପ୍ରତି ସରକାରୀ ଚାକିରି ପାଇବା ଅନେକଙ୍କ ପାଇଁ କାଠିକର ହୋଇପଡ଼ିଛି। ଆଇଏଏସ୍‌ ଏବଂ ଆଇପିଏସ୍‌ ହେବାକୁ ବହୁ ଛାତ୍ରୀଛାତ୍ର ସ୍ବପ୍ନ ଦେଖୁଥିଲେ ମଧ୍ୟ ପ୍ରତିଯୋଗିତାର ସ୍ତର...

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri