କରୋନାକୁ ହରାଇ ଘରକୁ ଫେରିଲେ କନିକା କପୁର: କ୍ୱାରାଣ୍ଟାଇନ୍‌ରେ ରହିବେ ୧୪ ଦିନ

ମୁମ୍ବାଇ,୬।୪: କରୋନାକୁ ହରାଇ ଶେଷରେ ଗାୟିକା କନିକା କପୁର ଘରକୁ ଫେରିଛନ୍ତି। ୨୦ ମାର୍ଚ୍ଚଠାରୁ ସେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ୍‌ ଗ୍ରାଜୁଏଶନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ସାଇନ୍ସ୍‌ରେ ଚିକିତ୍ସିତ ହେଉଥିଲେ। ଲଗାତାର ତାଙ୍କର ତୃତୀୟ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି। ତେବେ ତାଙ୍କୁ ଏବେ ନିଜ ଘରେ ୧୪ ଦିନ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, କନିକାଙ୍କ କେତେକ ରିପୋର୍ଟ ପଜିଟିଭ୍‌ ଆସିଥିବାରୁ ତାଙ୍କ ପରିବାର ସଦସ୍ୟ ଚିନ୍ତାରେ ପଡ଼ିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଆଇସୋଲେଶନରେ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ମିଳିବ ୨୫୦୦ ଟଙ୍କା: ଘୋଷଣାପତ୍ରରେ ଏଭଳି ପ୍ରତିଶ୍ରୁତି ଦେଲେ ହେମନ୍ତ

ରାଞ୍ଚି,୧୧।୧୧: ଝାଡଖଣ୍ଡର ଶାସକ ଜେଏମଏମ ସୋମବାର ଏହାର ନିର୍ବାଚନୀ ମନିଫେଷ୍ଟୋ ପ୍ରକାଶ କରିଛି। ୨୨ ପୃଷ୍ଠାର ମନିଫେଷ୍ଟୋରେ ଜେଏମଏମ କୃଷି, ଶିକ୍ଷା, ରୋଜଗାର, ମହିଳା, ସ୍ବାସ୍ଥ୍ୟ,...

ଏହିଦିନ ରାମ ମନ୍ଦିର ଉପରେ ଆକ୍ରମଣ କରିବାକୁ ଧମକ ଦେଲା ଖଲୀସ୍ତାନୀ ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ

ନୂଆଦିଲ୍ଲୀ,୧୧।୧୧: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ ଅଯୋଧ୍ୟାରେ ରାମ ମନ୍ଦିର ସମେତ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରି ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ଏକ...

ଗାଈ କି ମଇଁଷି ନୁହେଁ, ଏହି କ୍ଷୀର ପିଅନ୍ତି ଅନୁଷ୍କା ଶର୍ମା

ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ବଲିଉଡରୁ ଦୂରତା ବଜାୟ ରଖିଛନ୍ତି। କିନ୍ତୁ ପ୍ରାୟତଃ ଅନୁଷ୍କା ତାଙ୍କ ଫ୍ୟାଶନ ଷ୍ଟେଟମେଣ୍ଟ ଏବଂ ଫିଟନେସ ପାଇଁ ଚର୍ଚ୍ଚାରେ ଥାନ୍ତି।...

ବଡ଼ ପାପ କରିଛନ୍ତି ମୋଦି: ଖୋଲାଖୋଲି ଏମିତି କହିଦେଲେ ଉଦ୍ଧବ ଠାକ୍‌ରେ

ନୂଆଦିଲ୍ଲୀ,୧୧।୧୧: ମହାରାଷ୍ଟ୍ରରେ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ପ୍ରାୟ ଏକ ସପ୍ତାହ ବାକି ଅଛି। ନଭେମ୍ବର ୨୦ରେ ରାଜ୍ୟର ୨୮୮ ବିଧାନସଭା ଆସନ ପାଇଁ...

ଟ୍ରମ୍ପ ନିର୍ବାଚନ ଜିତିବା ପରେ ପ୍ରଥମେ ୩ ଜଣଙ୍କୁ କରିଥିଲେ କଲ୍‌: ଜୟଶଙ୍କର ଖୋଲିଲେ ରାଜ୍‌

ନୂଆଦିଲ୍ଲୀ,୧୧।୧୧: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଭାରତ-ଆମେରିକା ସମ୍ପର୍କକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିବା...

ଟ୍ରମ୍ପ ତାଙ୍କ କଥା ରଖିଲେ , ନିଶ୍ଚିତ ଭାବେ ଚାଇନାର ହେବ କ୍ଷତି, ଭାରତକୁ ମିଳିବ ଲାଭ!

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧।୧୧: ଆମେରିକାର ଲୋକମାନେ ଡୋନାଲ୍ଡ ଟ୍ରମ୍ପଙ୍କୁ ସେମାନଙ୍କର ରାଜା ଭାବରେ ମନୋନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକମାନେ ବିଶ୍ୱାସ କରିଥିଲେ ଯେ ଟ୍ରମ୍ପ ତାଙ୍କ ପ୍ରତିଶ୍ରୁତି...

ଅବସର ପୂର୍ବରୁ ଏହି କେସ୍‌ର ଶୁଣାଣି ସମୟରେ ଭାବପ୍ରବଣ ହୋଇପଡ଼ିଥିଲେ ଡି.ଓ୍ବାଇ ଚନ୍ଦ୍ରଚୁଡ

ନୂଆଦିଲୀ,୧୧।୧୧: ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୁଡ ପ୍ରଧାନ ବିଚାରପତି ପଦରୁ ଅବସର ନେଇଛନ୍ତି। ଅବସର ପୂର୍ବରୁ ନଭେମ୍ବର ୬ରେ ସେ ଉତ୍ତରପ୍ରଦେଶ ସରକାରଙ୍କ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ...

ପ୍ରଥମ ଦିନ ପୁଅକୁ ଘୋଡ଼ାରେ ବସାଇ ସ୍କୁଲ ପଠାଇଲେ ମାତାପିତା, ଦେଲେ ଏକ ପ୍ରେରଣାଦାୟକ ବାର୍ତ୍ତା

ଚଣ୍ଡିଗଡ଼,୧୧।୧୧: ହରିୟାଣା ବାହାଦୂରଗଡ଼ର ଏକ ପରିବାର ଶିକ୍ଷା ପ୍ରତି ଏକ ସକରାତ୍ମକ ବାର୍ତ୍ତା ଦେବା ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରଥମ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri