କରୋନାଠାରୁ ଗ୍ୟାସ୍‌ ନିର୍ଗତ ଥିଲା ବେଶି ଭୟଙ୍କର

ଜୟପୁର,୧୦ା୫(ଡି.ଏନ୍‌.ଏ.)- କାରୋନା ଭୂତାଣୁ ଯେତେ ଭୟ ସୃଷ୍ଟି କରି ନ ଥିଲା ନିର୍ଗତ ବିଷାକ୍ତ ଗ୍ୟାସ୍‌ ତା’ଠାରୁ ଅଧିକ ଭୟଙ୍କର ଥିଲା। ଚାରିଆଡ଼େ ଲୋକଙ୍କ ମୃତ୍ୟୁ ଏବଂ ଅଚେତ ଶରୀର ପଡ଼ିରହିଥିଲା। ଜୀବନ ରକ୍ଷା କରିବାକୁ ଚାଲିଚାଲି ଆସିଛନ୍ତି କେତେଜଣ ଶ୍ରମିକ। ସେମାନେ ଛତିଶଗଡ଼ ଯିବେ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟସ୍ଥ ଗୋପାଳପାଟଣାଠାରେ ଥିବା ଏକ କାରଖାନାରୁ ୨ଦିନ ତଳେ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହୋଇଥିଲା। ଫଳରେ କାରଖାନାର ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କୁ ତୁରନ୍ତ ଅଞ୍ଚଳ ଛାଡ଼ି ଚାଲିଯିବାକୁ ବିଶାଖାପାଟଣା ଜିଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। ଏଥିଯୋଗୁ ଛତିଶଗଡ଼ର ବସ୍ତର ଜିଲା ଦରଭା ଥାନା ଅନ୍ତର୍ଗତ ଟାପରା ଗ୍ରାମ ଏବଂ ଆଖପାଖ ଗ୍ରାମର ସେଠାରେ କାର୍ଯ୍ୟ କରୁଥିବା ୨୦ ଜଣ ଶ୍ରମିକ ଚାଲିଚାଲି ନିଜ ଗ୍ରାମ ଅଭିମୁଖେ ବାହାରିଛନ୍ତି। ଏମାନେ ନଳକୂପ ଖନନ କମ୍ପାନୀରେ ଗୋପାଳପାଟଣା ଅଞ୍ଚଳରେ କାର୍ଯ୍ୟରତ ଥିଲେ। ଗ୍ୟାସ୍‌ ନିର୍ଗତ ପରେ ପ୍ରଶାସନର ନିର୍ଦ୍ଦେଶ ମୁତାବକ ଶ୍ରମିକମାନେ ଜୀବନ ବଞ୍ଚାଇବାକୁ ନିଜର ଅଳ୍ପ କିଛି ସାମଗ୍ରୀ ଧରି ଚାଲିଚାଲି ନିଜ ଗ୍ରାମକୁ ଫେରୁଛନ୍ତି। ଗତ ୪ଦିନ ମଧ୍ୟରେ ୨୫୦କି.ମି.ରୁ ଊର୍ଦ୍ଧ୍ୱ ଚାଲିଚାଲି ଆସି ରବିବାର ଶ୍ରମିକମାନେ ଜୟପୁରଠାରେ ପହଞ୍ଚତ୍ଥିଲେ। ଜୟପୁର ସହର ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟ ଏବଂ ପୋଲିସ ସେମାନଙ୍କୁ ଅଟକାଇ ସହର ଭିତିରେ ପ୍ରବେଶ ନ କରିବାକୁ ତାଗିଦ କରିଥିଲେ। ଜୟନଗର ରାସ୍ତା ଦେଇ ସେମାନଙ୍କୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ା ଏହି ଶ୍ରମିକମାନଙ୍କୁ ଲମତାପୁଟଠାରେ କେତେଜଣ ଯୁବକ ବିସ୍କୁଟ ଖାଇବାକୁ ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଏବଂ ପୌରସଂସ୍ଥା ପକ୍ଷରୁ ସେମାନଙ୍କୁ ଜଳଖିଆ ପ୍ରଦାନ କରାଯାଇଥିଲା। ଜଳଖିଆ ପରେ କିଛି ସମୟ ବିଶ୍ରାମ ନେଇ ସେମାନେ ପୁଣି ନିଜ ଗ୍ରାମ ଅଭିମୁଖେ ବାହାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଲାଗିଲା ନିଆଁ

କୋରାପୁଟ,୩୦।୮(ଅମିତାଭ ବେହେରା ): କୋରପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଶୁକ୍ରବାର ଏକ ଅଘଟଣ ଘଟିଛି। ମାତୃ ଓ ଶିଶୁ...

କୋରାପୁଟ ମେଡିକାଲ କଲେଜରେ ଲାଗିଲା ନିଆଁ

କୋରାପୁଟ,୩୦ା୮(ଅମିତାଭ ବେହେରା): କୋରାପୁଟ ମେଡିକାଲ କଲେଜରେ ଶୁକ୍ରବାର ଅପରାହ୍ନରେ ନିଆଁ ଲାଗିଯାଇଛି। ଫଳରେ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଚାଇଲ୍ଡ କେୟାର ୟୁନିଟ୍‌ରେ...

ଆଜି ଏସବୁ ଜିଲାରେ ସ୍କୁଲ ଛୁଟି

କୋରାପୁଟ,୩୦।୮: ଆଜି କୋରାପୁଟ ଜିଲାରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଜିଲାପାଳ ସମସ୍ତ ସ୍କୁଲ ସମେତ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲାପାଳ ନିର୍ଦ୍ଦେଶ...

ପ୍ରବଳ ବର୍ଷା ସମ୍ଭାବନା: ସ୍କୁଲ, ଅଙ୍ଗନୱାଡି ଛୁଟି ଘୋଷଣା କଲେ ଜିଲାପାଳ

କୋରାପୁଟ,୨୯ା୮: ଶୁକ୍ରବାର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସ୍କୁଲ୍ ଏବଂ ଅଙ୍ଗନୱାଡି କେନ୍ଦ୍ର ଛୁଟି ଘୋଷଣା କରିଛନ୍ତି କୋରାପୁଟ ଜିଲାପାଳ...

ଛେଳି, ଗୋରୁପଲଙ୍କ ଉପରେ ମାଡ଼ିଗଲା ଟ୍ରେନ୍‌

କୋରାପୁଟ,୨୬।୮: କୋରାପୁଟ ଜିଲା ଭେଜା ଷ୍ଟେସନ ନିକଟରେ ସୋମବାର ଏକ ଅଘଟଣ ଘଟିଛି। କେତେକ ଛେଳି ଏବଂ ଗୋରୁପଲ ଟ୍ରେନ୍‌ ଲାଇନ୍‌ ପାରି ହେଉଥିବା ବେଳେ...

ନାରାୟଣପାଟଣାରେ ଡେଙ୍ଗୁ ଆତଙ୍କ: ୩ ଦିନରେ ଗଲାଣି ୨ ଜୀବନ

କୋରାପୁଟ / ନାରାୟଣପାଟଣା,୨୫।୮(ଅମିତାଭ ବେହେରା/ ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକରେ ଡେଙ୍ଗୁ ଆତଙ୍କ। ରବିବାର ଏହି ଅଞ୍ଚଳର ଜଣେ ଆକ୍ରାନ୍ତଙ୍କ ବିଶାଖାପାଟଣାସ୍ଥିତ ଏକ...

ଓଡ଼ିଶା ସୀମାନ୍ତ ଗାଁରେ ଆନ୍ଧ୍ରର ଗ୍ରାମସଭା

ପଟ୍ଟାଙ୍ଗି,୨୩ା୮(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ଥିବା କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମଗୁଡିକରେ ଉନ୍ନୟନମୂଳକ କାର୍ଯ୍ୟ ଯଥା ଏମ୍‌ଜିଏନ୍‌ଆରଇଜିଏସ୍‌ ନିମନ୍ତେ ରାଜ୍ୟର ୨୯ଟି...

ସଂରକ୍ଷଣ ରାୟକୁ ବିରୋଧ କରି ପଟ୍ଟାଙ୍ଗି ଓ ସୁଙ୍କିରେ ଭାରତ ବନ୍ଦ ପାଳନ

ପଟ୍ଟାଙ୍ଗି୨୧।୮(ଶରତ ଧଳ): ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଅନୁସୂଚିତ ଜାତି ଜନଜାତି , ପଛୁଆବର୍ଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri