ଭୁବନେଶ୍ୱର, ୨୯।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତ ଥିବା ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଖୋର୍ଦ୍ଧା ଜିଲାର ୪୨ ବର୍ଷୀୟ ବ୍ୟକ୍ତି ରହିଥିବା ବେଳେ ଅନ୍ୟ ଜଣେ ବାଲେଶ୍ୱରର ୭୨ ବର୍ଷୀୟ ବୃଦ୍ଧ ଅଛନ୍ତି। ।
ତେବେ ଖୋର୍ଦ୍ଧା ଜିଲାର ଆକ୍ରାନ୍ତ ଜଣଙ୍କ ଯକୃତ ରୋଗ ଏବଂ ହେପାଟାଇଟିସ ବି’ରେ ପୀଡିତ ଥିଲେ। ସେହିପରି ବାଲେଶ୍ୱରର ଆକ୍ରାନ୍ତ ଜଣଙ୍କ ରକ୍ତ କର୍କଟ ଏବଂ ଅନ୍ୟ ରୋଗରେ ପୀଡିତ ଥିଲେ। ଏଥିସହ ଉଭୟ କରୋନା ସଂକ୍ରମିତ ହୋଇଥିଲେ। ତେବେ ଚିକିତ୍ସା ଜାରି ରହିଥିବା ବେଳେ ସେମାନଙ୍କ ମୃତ୍ୟୁ ଘଟିଛି। ଉଭୟଙ୍କ ମୃତ୍ୟୁ ରିପୋର୍ଟ ଆସିବା ପରେ ଏହା କରୋନା ଯୋଗୁ ମୃତ୍ୟୁ ନୁହେଁ ବୋଲି ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।