ଗଞ୍ଜାମ,୧୭।୩(ଡି.ଏନ୍.ଏ.): ସାରା ବିଶ୍ୱରେ କରୋନା ଆତଙ୍କ ଖେଳିଯାଇଛି। ଏହାକୁ ନେଇ ସରକାରଙ୍କ ତତ୍ପରତା ବୃଦ୍ଧି ପାଉଛି। ଗଞ୍ଜାମ ଜିଲାପାଳଙ୍କ ୧୪୪ ଧାରା ଜାରି କରିବା ପରେ ତହସିଲ ଓ ଏନ୍ଏସି ପ୍ରଶାସନ ପକ୍ଷରୁ ସହରର ଦୋକାନ ବଜାର ବନ୍ଦ କରି ଦିଆଯାଇଛି । କେବଳ ଅତ୍ୟାବଶ୍ୟକ ଯଥା ପନିପରିବା, ଫଳ ଓ ମେଡିସିନ ଷ୍ଟୋର ଖୋଲା ଯାଇଥିବା ଦେଖିବାକୁ ମିଳିଛି । ବଜାର ଶୂନସାନ ହୋଇପଡିଛି । ମଙ୍ଗଳବାର ତହସିଲଦାର ଅବନୀ କୁମାର ସାହୁ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସ, କର୍ମଚାରୀ ହରି ବିଶ୍ୱାଳି ପ୍ରମୁଖ ଏନ୍ଏସି ଅନ୍ତର୍ଗତ ପୁଇଁତୋଳାଠାରେ ଥିବା ଚା ପାନ ଦୋକାନ ସବୁ ବନ୍ଦ କରିଛନ୍ତ । ଅନ୍ୟ ପଟେ ଗଞ୍ଜାମ ସହରର ନିତ୍ୟ ବ୍ୟବହାର୍ଯ୍ୟ ଆଳୁ ଦର ଗତକାଲି ସାରୁ ୧୬ରୁ ୨୦ ବଢ଼ି ଯାଇଛି । ଏହାକୁ ପ୍ରଶାସନ ପକ୍ଷରୁ ଶୀଘ୍ର ନିୟନ୍ତ୍ରଣ କରା ନ ଗଲେ ଅନ୍ୟାନ୍ୟ ଜିନିଷ ମଧ୍ୟ କଳାବଜାର ହେବାର ସମ୍ଭାବନା ରହିଥିବା କୁହାଯାଇଛି।