କରୋନା ଓ କପି ପ୍ରସଙ୍ଗ

କମଳାକାନ୍ତ ଜେନା

କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଅଭିଯାନରେ କଲେଜ ପଢ଼ାପଢ଼ି ଓ ପରୀକ୍ଷା ବନ୍ଦ ରହିଛି। କଲେଜ ଖୋଲିଲା ପରେ ଯାଇ ଯାହା ପରୀକ୍ଷାପତ୍ର ହେବ। ଦୁଇଦିନ ତଳେ ଜଣେ ଅଭିଭାବକ ମତେ ଫୋନ୍‌ କରି କହିଲେ – ‘ସାର୍‌, କଲେଜ ଖୋଲୁ ଖୋଲୁ ପରୀକ୍ଷା ହେବ ବୋଲି ଶୁଣିଲି। ଏଥର ତ କରୋନା ହେତୁ କଲେଜରେ ପଢାପଢି ଭଲ ଭାବରେ ହେଇପାରିଲା ନାହିଁ। ମୋ ପିଲାଟା ପରୀକ୍ଷାରେ କେମିତି କଅଣ କରିବ?’ ମୁଁ କହିଲି – ‘ବହୁତ ସମୟ ଅଛି। ସେ ଘରେ ପଢୁ। ପିଲାକୁ କହିବେ, ବୁଝି ନ ପାରିଲେ ମତେ ଫୋନ୍‌ କରିବ। ଅନେକ ପିଲା ତ ଫୋନ୍‌ କରି ସେମିତି ବୁଝୁଛନ୍ତି।’ ଅଭିଭାବକ କହିଲେ – ‘ଯାହା ହେଲେ ବି ସାର୍‌, କ୍ଲାସ୍‌ଟା କ୍ଲାସ୍‌। ଫୋନ୍‌ରେ କଅଣ ସବୁ ହୋଇପାରିବ କି?’ ମୁଁ କହିଲି – ‘ହଁ, ତାହା ଠିକ୍‌। ନ ହେଲେ ଆଉ କ’ଣ ସମାଧାନ କୁହନ୍ତୁ।’ ସେ ଅନେକ କଲେଜର ପରୀକ୍ଷା ବ୍ୟବସ୍ଥା ବିଷୟରେ ଉଦାହରଣ ଦେଇ ଶେଷରେ ଅନୁରୋଧ କଲେ, ଯେହେତୁ ପଢା ହୋଇନାହିଁ, ତେଣୁ ଏଥର ପରୀକ୍ଷା ବ୍ୟବସ୍ଥାକୁ କୋହଳ କରାଯାଉ ଓ ପିଲାମାନଙ୍କୁ କପି କରିବା ପାଇଁ ସୁଯୋଗ ଦିଆଯାଉ। ମୁଁ ପଚାରିଲି – ‘ଏଇଟା କିଭଳି ସମାଧାନ?’ ସେ ବୁଝେଇଦେଲେ – ‘ନ ହେଲେ ପିଲାଙ୍କର ନମ୍ବର ପୂରା କମିଯିବ। ମୋ କଥାକୁ ଆଉ ଥରେ ଚିନ୍ତା କରିବେ। କେବଳ ମୋ ପିଲା ନୁହେଁ, ସମସ୍ତେ ଉପକୃତ ହେବେ।’
ତାଙ୍କର ଶେଷ କଥାଟି ମନକୁ ପାଇଲା ଯେ, ପରୀକ୍ଷା କୋହଳ ହେଲେ ସମସ୍ତେ ଉପକୃତ ହେବେ। ତାଙ୍କ କଥାରୁ ମୁଁ ଯାହା ବୁଝିଲି, କଡାକଡି ନିୟମରେ ପରୀକ୍ଷା ହେଲେ କେହି ଉପକୃତ ହେଉ ନାହାନ୍ତି। ହଠାତ୍‌ ଶୁଣିଲେ ଲାଗୁଛି କି ତାଙ୍କର ଏମିତି କହିବା ଠିକ୍‌ ନ ଥିଲା। କିନ୍ତୁ ତାଙ୍କୁ ଦୋଷ ନ ଦେଇ ମୁଁ ନିଜକୁ ପ୍ରଶ୍ନ କରିବି। ଯଦି ପରୀକ୍ଷା ବ୍ୟବସ୍ଥାରେ ପରୀକ୍ଷାର୍ଥୀ କପି କରିପାରିବା ଭଳି ପ୍ରଶ୍ନ ପଚରା ଯିବ ନାହିଁ, ତେବେ କପି ଛାଡିବା ପାଇଁ ଅନୁରୋଧ ହୁଅନ୍ତା କି? ନା, ହୁଅନ୍ତାନି। ପରୀକ୍ଷାର୍ଥୀଙ୍କୁ ଜଗିବା ପାଇଁ ଏତେ ପ୍ରହରି ବି ଦରକାର ହୁଅନ୍ତାନି। ପରୀକ୍ଷା ବ୍ୟବସ୍ଥା ହିଁ ଛାତ୍ରକୁ କପି କରିବା ପାଇଁ ସୁଯୋଗ ଦିଏ। ଆମ ସ୍କୁଲ ଓ କଲେଜରେ ଯେଉଁ ପରୀକ୍ଷା ହେଉଛି, ସେଥିରେ ପାରମ୍ପରିକ ଧାରାରେ ପୁରୁଣା ପ୍ରଶ୍ନ ପଚରା ଯାଉଛି। ତେଣୁ ଛାତ୍ରଟିଏ ପରୀକ୍ଷା ପାଇଁ ସେମିତି କେଇଟା ପ୍ରଶ୍ନର ଉତ୍ତର କଷୁଛି ବା ମୁଖସ୍ଥ କରୁଛି। ଯିଏ ମନେ ରଖିପାରୁନାହିଁ, ସେ ତାକୁ କପି ଭାବରେ ପରୀକ୍ଷା ଗୃହକୁ ନେଉଛି। ଯଦି ପ୍ରଶ୍ନଗୁଡିକ ସିଧାସଳଖ ନ ଆସି ପ୍ରତି ବର୍ଷ ତାହାର ନୂଆ ନୂଆ ପ୍ରୟୋଗ ଉପରେ ଆସନ୍ତା, ତେବେ ଛାତ୍ରଟିଏ ଆରମ୍ଭରୁ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ମୁଖସ୍ଥ ନ କରି ସମୁଦାୟ ବହିକୁ ପଢି ବୁଝିବାକୁ ଉଦ୍ୟମ କରନ୍ତା ଏବଂ କପି କରିବା କଥା ଚିନ୍ତା ବି କରିପାରନ୍ତା ନାହିଁ। ନିଜର ବୁଦ୍ଧି ପ୍ରୟୋଗ କରି ପରୀକ୍ଷାରେ ଉତ୍ତର ଲେଖନ୍ତା। ଆଇ.ଆଇ.ଟି., ନାଇଜର ଇତ୍ୟାଦି ପ୍ରବେଶିକା ପରୀକ୍ଷାରେ କପି ନ ହେବାର ଏହା ହେଉଛି ମୁଖ୍ୟ କାରଣ।
ପାଠପଢାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଛାତ୍ରର ସର୍ବାଙ୍ଗୀନ (ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ) ଉନ୍ନତି। କିନ୍ତୁ ଏବେ ଆମେ ମୂଳଲକ୍ଷ୍ୟଠାରୁ ଦୂରରେ ରହିଛୁ। ପ୍ରଥମତଃ, ଆମେ ଶାରୀରିକ ଓ ଆଧ୍ୟାତ୍ମିକ ଦିଗକୁ ଭୁଲିଯାଇ କେବଳ ମାନସିକ ସ୍ତରକୁ ସବଳ କରିବା ଦିଗରେ ଭାବୁଛୁ। ଦ୍ୱିତୀୟରେ, ପରୀକ୍ଷାରେ ମିଳୁଥିବା ନମ୍ବରକୁ ପିଲାର ମାନସିକ ଉନ୍ନତିର ମାପକାଠି ବୋଲି ବିଚାର କରାଯାଉଛି। ସାର୍ଟିଫିକେଟ୍‌ରେ ଅଧିକ ନମ୍ବର ଦେଖି ତାକୁ ବୁଦ୍ଧିଆ ବୋଲି କୁହାଯାଉଛି। ବାପା ମାଆ ଚାହୁଁଛନ୍ତି, ତାଙ୍କ ପିଲା ପାଠ ବୁଝୁ ନ ବୁଝୁ, କିନ୍ତୁ ଶତ ପ୍ରତିଶତ ନମ୍ବର ରଖୁ। ହେଲେ ପାରମ୍ପରିକ ପରୀକ୍ଷା ବ୍ୟବସ୍ଥାରେ ଶତ ପ୍ରତିଶତ ନମ୍ବର ରଖିବା ପାଇଁ ବହିରେ ଲେଖାଯାଇଥିବା ସବୁ କଥାକୁ ଗୋଟି ଗୋଟି ମନେରଖି ପରୀକ୍ଷା ଖାତାରେ ସେସବୁ ଲେଖିବା ଦରକାର। କିନ୍ତୁ ଯେଉଁ ଛାତ୍ର ଶାରୀରିକ ଓ ଆଧ୍ୟାତ୍ମିକ ଉନ୍ନତିକୁ ଧ୍ୟାନ ଦିଏନାହିଁ, ବହିର ସବୁକଥାକୁ ବୁଝି ଗୋଟି ଗୋଟି ମନେ ରଖିବା ସକାଶେ ତା’ର ମସ୍ତିଷ୍କ ଅସମର୍ଥ। ଅନ୍ୟପକ୍ଷରେ, ପରୀକ୍ଷାରେ ଯଦି ସେ ଅଧିକ ନମ୍ବର ନ ଆଣୁଛି, ତେବେ ପରିବାର ଲୋକଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ। ସେପରି ପରିସ୍ଥିତିରେ କଳେ-ବଳେ-କଉଶଳେ ବେଶି ନମ୍ବର ଆଣିବା ପାଇଁ ସେ କପି କରିବା କଥା ଚିନ୍ତାକରେ।
କରୋନା ପାଇଁ ଋଣଛାଡ, ଭଡାଛାଡ଼, ସ୍କୁଲ-ଫି ଛାଡ ଓ ସୁଧଛାଡ କରାଯାଉଛି। ସେଇ ଧାରାରେ କପିଛାଡ କରିବା କେତେ ଠିକ୍‌? କପି ସପକ୍ଷରେ ଯେତେ ବାହାନା ଥାଉନା କାହିଁକି, କପି କଦାପି ସମସ୍ୟାର ସମାଧାନ ନୁହେଁ।

ସହକାରୀ ପ୍ରଫେସର,
ଭଦ୍ରକ ଅଟୋନମସ କଲେଜ


Enter your email to get our daily news in your inbox.

All Right Reserved By Dharitri.Com

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ...

ଏସିଡ୍‌ ଆଟାକ୍‌ ଓ ଆଇନ ବ୍ୟବସ୍ଥା

ଆଜିକାଲି ମହିଳାମାନେ ଘର ଚଳାଇବାଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି। ହେଲେ ସେମାନଙ୍କୁ କଷ୍ଟ ବା ନିର୍ଯାତନା ଦେବା ବନ୍ଦ ହୋଇନି।...

ତାଲିବାନ୍‌ର ଲିଙ୍ଗଗତ ଭେଦଭାବ

ଆଫଗାନିସ୍ତାନର ତାଲିବାନ୍‌ ନେତାମାନଙ୍କର ବିଶ୍ୱାସ ଯେ କେବଳ ଇସ୍‌ଲାମ୍‌ର ମତ ହିଁ ବୈଧ। ସେଥିପାଇଁ ସେମାନେ ବିଭିନ୍ନ ଆଦେଶ ଜାରି କରି ଚାଲିଛନ୍ତି ଯାହା ଦେଶର...

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri