ଓ୍ବାଶିଂଟନ,୮।୪: ସାରା ପୃଥିବୀରେ ଦେଖାଦେଇଥିବା କରୋନା ସଙ୍କଟର ମୁକାବିଲା ଲାଗି ପ୍ରସ୍ତୁତି ଜାରି ରହିଛି। ଏପରିସ୍ଥଳେ କରୋନା ଟୀକା ପ୍ରସ୍ତୁତି ଲାଗି ୨୦ ବିକଶିତ ଦେଶକୁ ୧୬୫ ଜଣ ବିଶିଷ୍ଟ ବ୍ୟକ୍ତି ଚିଠି ଲେଖିଛନ୍ତି। ସେମାନଙ୍କ ମଧ୍ୟରେ ଜାତିସଙ୍ଘ ପୂର୍ବ ମହାସଚିବ ବାନ୍ କି-ମୁନ୍,୯୨ ଜଣ ପୂର୍ବ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ, ଇଥୋପିଆ ଓ ବାଂଲାଦେଶର ପ୍ରଧାନମନ୍ତ୍ରୀ ହସ୍ତାକ୍ଷର କରିଛନ୍ତି। ବିକଶିତ ଦେଶ ଏଥିପାଇଁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଚିଠିରେ ଉଲ୍ଲେଖ ରହିଛି। ଏହାଦ୍ୱାରା କରୋନା ମହାମାରୀ ବିରୋଧରେ ଲଢ଼େଇ ଲାଗି ଉପଯୁକ୍ତ ଭାବେ ପରୀକ୍ଷା ନିରୀକ୍ଷା କରାଯାଇ ପାରିବ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପୋଷଣ କରିଛନ୍ତି।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍