କରୋନା ପଜିଟିଭ ଭାବି ଆଉ ଜଣଙ୍କ ଶବ ଦାହ କଲେ ହସ୍ପିଟାଲ କର୍ତ୍ତୃପକ୍ଷ

ଫରିଦାବାଦ, ୨୦।୬- ହରିୟାଣାର ଜଣାଶୁଣା ସହର ଫରିଦାବାଦରେ ଶନିବାର ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ସ୍ଥାନୀୟ ସିଭିଲ ହସ୍ପିଟାଲ କର୍ତ୍ତୃପକ୍ଷ କରୋନା ରୋଗୀ ଭାବି ଭୁଲରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରି ଦେଇଥିବା ଜଣାପଡ଼ିଛି। ଯେଉଁ ବ୍ୟକ୍ତିଙ୍କ ଶବଦାହ କରାଯାଇଛି ହତ୍ୟା କେସ୍‌ରେ ପୋଲିସ ତାଙ୍କ ଶବ ବ୍ୟବଚ୍ଛଦ ପାଇଁ ହସ୍ପିଟାଲକୁ ଆଣିଥିଲା। ଶନିବାର ସକାଳେ ପୋଲିସ ଓ ସେହି ବ୍ୟକ୍ତିଙ୍କ ପରିବାର ଯେତେବେଳେ ଶବ ବ୍ୟବଚ୍ଛଦ ପାଇଁ ହସ୍ପିଟାଲରେ ପହଞ୍ଚତ୍ଲେ ସେତେବେଳେ ଶବ ନ ଥିବା ଜଣାପଡ଼ିଥିଲା। କରୋନା ରୋଗୀଙ୍କ ଶବ ଭାବି ହସ୍ପିଟାଲ କର୍ତ୍ତୃପକ୍ଷ ଏହାକୁ ମୁନିସିପାଲଟି ଶବଦାହ କେନ୍ଦ୍ରରେ ଅନ୍ତିମ ସଂସ୍କାର କରିଦେଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ କ୍ଷୁବ୍ଧ ପରିବାର ଲୋକେ ହସ୍ପିଟାଲରେ ପାଟିତୁଣ୍ଡ ଆରମ୍ଭ କରିବାରୁ ଡାକ୍ତରମାନେ ଭୟରେ ଗାୟବ ହୋଇଯାଇଥିଲେ। ପୁରାଦିନ ହସ୍ପିଟାଲରେ ଏଭଳି ପରିସ୍ଥିତି ରହିଥିବାବେଳେ ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚତ୍ ପରିବାର ଲୋକଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲା। ଶେଷରେ ପୋଲିସ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଖ ହାସିନାଙ୍କୁ ବାଂଲାଦେଶ ଫେରାଇ ଦେବ ଭାରତ? ପୁରୁଣା ସନ୍ଧି ବଢାଇପାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମସ୍ୟା

ଢାକା/ନୂଆଦିଲ୍ଲୀ,୨୮।୯: ବାଂଲାଦେଶର ଅପଦସ୍ଥ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ ପ୍ରସଙ୍ଗ ପୁଣି ଥରେ ମୁଣ୍ଡ ଟେକିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ...

ହରିୟାଣାରେ ବଡ଼ ଗେମ୍‌ ଖେଳିଲେ ରାହୁଲ, ବଢିଲା ଭାଜପାର ଚିନ୍ତା

ନୂଆଦିଲ୍ଲୀ,୨୮।୯: ହରିୟାଣା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ସେତେ ବୃ୍‌ଦ୍ଧି ପାଉଛି। ରାଜନୈତିକ ଦଳ ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଏଭଳି...

ପାକିସ୍ତାନକୁ ମୁହେଁ ମୁହେଁ ଶୁଣାଇଦେଲା ଭାରତ: ପାକିସ୍ତାନ ଆତଙ୍କବାଦର ଫ୍ୟାକ୍ଟ୍ରି

ନୂଆଦିଲ୍ଲୀ,୨୮।୯: ମିଳିତ ଜାତିସଂଘ (ଜାତିସଂଘ)ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଏହାକୁ ନେଇ ଭାରତ ପ୍ରତିକ୍ରିୟା ରଖିଛି। UNGAରେ ରାଇଟ ଟୁ...

କୁଲଗାମ ଏନକାଉଣ୍ଟର: ୪ ଯବାନ ଆହତ

ଶ୍ରୀନଗର,୨୮।୯: ଜମ୍ମୁ-କଶ୍ମୀର କୁଲଗାମର ଆଡିଗାମ ଦେବସର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଏହି ଏନକାଉଣ୍ଟରରେ ତିନି ସେନା ଯବାନ...

ନିର୍ମଳା ସୀତାରମଣଙ୍କ ବିରୋଧରେ ମାମଲା: କୋର୍ଟ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୮।୯: ନିର୍ବାଚନ ବଣ୍ଡ ମାଧ୍ୟମରେ ଜବରଦସ୍ତି ଟଙ୍କା ଆଦାୟ ମାମଲାରେ ବେଙ୍ଗାଲୁରୁର ସ୍ବତନ୍ତ୍ର ପ୍ରତିନିଧୀ କୋର୍ଟ ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅନ୍ୟମାନଙ୍କ...

ଏମାନଙ୍କ ଆକାଉଣ୍ଟକୁ ଆସିବ ନାହିଁ କିଷାନ ସମ୍ମାନ ନିଧି ଟଙ୍କା: ତୁରନ୍ତ କରାଇ ନିଅନ୍ତୁ ଏହି ୨ କାମ

ନୂଆଦିଲ୍ଳୀ,୨୮।୯: ଭାରତ ସରକାର ଦେଶର କୃଷକମାନଙ୍କ ପାଇଁ ଅନେକ ଯୋଜନା ଚଳାନ୍ତି। ଏହି ଯୋଜନାଗୁଡିକରୁ କୃଷକମାନେ ସିଧାସଳଖ ଉପକୃତ ହୁଅନ୍ତି। ଆଜି ବି ଭାରତରେ ଅନେକ...

ତିରୁପତି ଗସ୍ତ ବାତିଲକୁ ନେଇ ଚନ୍ଦ୍ରବାବୁ-ଜଗନ ମୁହଁାମୁହିଁ

ଅମରାବତୀ,୨୮ା୯(ପି.ଟି.): ଓ୍ବାଇଏସ୍‌ଆର୍‌ସିପି ମୁଖ୍ୟ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କୁ ନିଜ ଧର୍ମ ଷୋଷଣା କରିବାକୁ କୁହାଯିବାରୁ ସେ ତାଙ୍କର ତିରୁପତି ଭେଙ୍କଟେଶ୍ୱର ମନ୍ଦିର ଗସ୍ତ କାର୍ଯ୍ୟକ୍ରମକୁ ଶୁକ୍ରବାର...

ପାର୍ବଣରେ ଗଡ଼ିବ ୬ ହଜାର ସ୍ବତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ, ୨୮।୯: ପାର୍ବଣ ଋତୁ ପାଖେଇ ଆସୁଥିବାରୁ ରେଲଓ୍ବେ ଦେଶବ୍ୟାପୀ ୬ ହଜାର ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ପ୍ରାୟ ୧ କୋଟି ଯାତ୍ରୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri